ଜୁନ୍ 23ରେ ଏକାଠି ହେବେ ବିରୋଧୀ, ପାଟନାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ପାଟନା : ବିହାରର ରାଜଧାନୀ ପାଟନାରେ ଜୁନ୍ 12 ରେ ହେବାକୁ ଥିବା ବିରୋଧୀ ଏକତାର ଗୁରୁତ୍ୱପୂର୍ଣ୍ଣ ବୈଠକର ନୂଆ ତାରିଖ ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ବୈଠକ ଜୁନ୍ 23 ରେ ହେବ । ଏଥିରେ ବିଜେପି ବିରୋଧୀ ଅନେକ ଦଳ ସାମିଲ ହେବା ନେଇ ସୂଚନା ରହିଛି । ଏପରିକି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜେଡିୟୁ ସଭାପତି ଲଲନ ସିଂ ସୂଚନା ଦେଇଛନ୍ତି ।
ଜେଡିୟୁ ମୁଖ୍ୟ ଲଲନ ସିଂହ ବୁଧବାର କହିଛନ୍ତି ଯେ ବିରୋଧୀ ଦଳର ବୈଠକ ଜୁନ୍ 23 ରେ ପାଟନାରେ ଅନୁଷ୍ଠିତ ହେବ । ସମସ୍ତ ବିରୋଧୀ ଦଳ ଏହା ଉପରେ ସହମତ ହୋଇଛନ୍ତି । ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଦଳର ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଖିଳେଶ ଯାଦବ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗଦେବେ ।
ଏହା ବ୍ୟତୀତ ଏନସିପି ମୁଖ୍ୟ ଶରଦ ପାୱାର, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଇ ସାଧାରଣ ସଚିବ ଡି ରାଜା, ସୀତାରାମ ୟେଚୁରୀ ଏବଂ ଦୀପଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ବିରୋଧୀ ସଭାରେ ଯୋଗଦେବେ ।
ଏହାପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ "ଜୁନ୍ 12 ର ବୈଠକକୁ ସ୍ଥଗିତ ରଖିବାକୁ ପଡିବ କାରଣ କଂଗ୍ରେସ ଏବଂ ଅନ୍ୟ ଦଳ ମୋତେ କହିଛନ୍ତି ଯେ ସେମାନେ ତାରିଖକୁ ଅସୁବିଧାଜନକ ମନେ କରିଛନ୍ତି । ତେଣୁ ମୁଁ ବୈଠକ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇ କଂଗ୍ରେସ ଏବଂ ଅନ୍ୟ ଦଳମାନଙ୍କ ସହିତ ପରାମର୍ଶ ପରେ ଏକ ନୂତନ ତାରିଖ ଜାରି କରିବୁ ।
ଆପଣଙ୍କୁ କହି ରଖୁଛୁ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦେଶର ବିଜେପି ବିରୋଧୀ ଦଳର ନେତା ମାନଙ୍କୁ ସାକ୍ଷାତ କରି 2024 ଲୋକସଭାରେ ଏକାଠି ଲଢିବା ନେଇ ଯୋଜନା କରୁଛନ୍ତି ।












Click it and Unblock the Notifications