ଇଡି-ସିବିଆଇର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ 14 ଦଳ, ଅପ୍ରେଲ 5 ରେ ହେବ ଶୁଣାଣି

ନୂଆଦିଲ୍ଲୀ : ଇଡି ଏବଂ ସିବିଆଇର ଅପବ୍ୟବହାର ସମ୍ପର୍କରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି 14 ଟି ବିରୋଧୀ ଦଳ । ଏହି ଆବେଦନରେ ସମସ୍ତ ପକ୍ଷ କୋର୍ଟରେ ଏହି ଦୁଇଟି ଏଜେନ୍ସିର କାର୍ଯ୍ୟ ମନୋଭାବ ଉପରେ ପ୍ରଶ୍ନ କରିଛନ୍ତି । ଉଭୟଙ୍କ କାର୍ଯ୍ୟ ପାଇଁ ନିର୍ଦ୍ଦେଶାବଳୀ ସ୍ଥିର କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏହି 14 ଟି ଦଳରେ କଂଗ୍ରେସ ମଧ୍ୟ ସାମିଲ ଅଛି । ଅପ୍ରେଲ 5 ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ । ବିଶେଷ କଥା ହେଉଛି ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ଏହି ସବୁ ପାର୍ଟିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା କାମ କରିଛନ୍ତି ।
ଏହି ଆବେଦନରେ କେନ୍ଦ୍ର ସରକାର ଉପରେ ମଧ୍ୟ ଅଭିଯୋଗ କରାଯାଇଛି । ଅନୁସନ୍ଧାନକାରୀ ଏଜେନ୍ସିର ଅପବ୍ୟବହାର କରି ଲୋକଙ୍କୁ ଜାଣିଶୁଣି ଟାର୍ଗେଟ କରୁଥିବା ନେଇ ମଧ୍ୟ ଏହି ପିଟିସନରେ ଅଭିଯୋଗ ହୋଇଛି ।
AAP ଏବଂ କଂଗ୍ରେସ ବ୍ୟତୀତ 14 ଟି ଦଳ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥିରେ DMK, AAP, TMC, BRS ଆଦି ବିରୋଧୀ ଦଳ ରହିଛନ୍ତି ।
ଏହି ଆବେଦନରେ ସିଜେଆଇ ଡିୱାଇ ଚନ୍ଦ୍ରଚୁଦଙ୍କୁ କୁହାଯାଇଛି ଯେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ରାଜନେତାଙ୍କ ବିରୋଧରେ ମାମଲା ଦାୟର କରିବା ହାର ବଢିଛି । ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।












Click it and Unblock the Notifications