Get Updates
Get notified of breaking news, exclusive insights, and must-see stories!

Manipur Violence : ମଣିପୁରରେ ପହଞ୍ଚିଲେ 21 ଜଣିଆ ବିରୋଧୀ ପ୍ରତିନିଧି ଦଳ

Opposition Leader In Manipur : ମଣିପୁର ହିଂସା ମଧ୍ୟରେ ମିଳିତ ବିରୋଧୀ INDIA ର 21 ଜଣ ସାଂସଦଙ୍କ ଏକ ପ୍ରତିନିଧୀ ଦଳ ଶନିବାର ଦିନ ରାଜ୍ୟ ଗସ୍ତ କରିଛନ୍ତି । ମଣିପୁର ଗସ୍ତ କରି ବିରୋଧୀ ସାସଂଦ ସ୍ଥିତି ଆକଳନ କରିଛନ୍ତି । ସାଂସଦମାନେ ଦିଲ୍ଲୀରୁ ଏକ ବ୍ୟବସାୟିକ ବିମାନ ଯୋଗେ ଇମ୍ଫାଲରେ ପହଞ୍ଚିଛନ୍ତି ।

ଏଠାରେ ପହଞ୍ଚିବା ପରେ ପ୍ରତିନିଧୀ ଦଳ ଚୁରଚାନ୍ଦପୁର ଯିବେ । ଏଠାରେ ଅଧିକ ହିଂସା ଘଟିଛି । ଏଠାରେ ରିଲିଫ୍ କ୍ୟାମ୍ପରେ କୁକି ସମ୍ପ୍ରଦାୟର ପୀଡିତମାନଙ୍କୁ ଭେଟିବେ ।

opposition manipur visit

"ଇମ୍ଫାଲ ଠାରୁ ସେମାନେ ସୁରକ୍ଷା ଦୃଷ୍ଟିରୁ ଚୁରାଚାନ୍ଦପୁର ଯିବେ । କେବଳ ଗୋଟିଏ ହେଲିକପ୍ଟର ଉପଲବ୍ଧ ଥିବାରୁ ପ୍ରତିନିଧୀ ଦଳର ସଦସ୍ୟଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯିବ । ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଏବଂ ଅନ୍ୟମାନଙ୍କୁ ନେଇ ଏକ ଦଳ ପ୍ରଥମେ ଚୁରାଚାନ୍ଦପୁରରେ ପହଞ୍ଚି ଚୁରଚାନ୍ଦପୁର କଲେଜର ଛାତ୍ର ହଷ୍ଟେଲରେ ସ୍ଥାପିତ ଏକ ରିଲିଫ କ୍ୟାମ୍ପ ପରିଦର୍ଶନ କରିବେ ।

ଲୋକସଭାରେ କଂଗ୍ରେସର ଡେପୁଟି ନେତା ଗୌରବ ଗୋଗୋଇ ଏବଂ ଅନ୍ୟମାନଙ୍କୁ ନେଇ ଅନ୍ୟ ଏକ ଦଳ ସେଠାକୁ ଯାଇ ଚୁରଚାନ୍ଦପୁରର ଡନ୍ ବସ୍କୋ ସ୍କୁଲରେ ଏକ ରିଲିଫ୍ କ୍ୟାମ୍ପ ପରିଦର୍ଶନ କରିବେ ବୋଲି ମଣିପୁର ପ୍ରଦେଶ କଂଗ୍ରେସ କମିଟିର ସୂତ୍ରରୁ ପ୍ରକାଶ ।

ସେ କହିଛନ୍ତି ଯେ ଇମ୍ଫାଲକୁ ଫେରିବା ପରେ ଚୌଧୁରୀଙ୍କ ନେତୃତ୍ୱରେ ଦଳ ବିଷ୍ଣୁପୁର ଜିଲ୍ଲାର ମୋଇରଙ୍ଗ କଲେଜରେ ଥିବା ଅନ୍ୟ ଏକ ରିଲିଫ କ୍ୟାମ୍ପକୁ ଯାଇ ମୈତେଇ ସମ୍ପ୍ରଦାୟର ପୀଡିତଙ୍କୁ ଭେଟିବେ ।

ଏମପିସିସି ଅଧିକାରୀ କହିଛନ୍ତି, ରବିବାର ସକାଳେ ଏହି ପ୍ରତିନିଧି ରାଜ୍ୟ ଭବନରେ ରାଜ୍ୟପାଳ ଅନୁସୁୟା ଉଇକିଙ୍କୁ ଭେଟିବେ ଏବଂ ଚାଲିଥିବା ପରିସ୍ଥିତି ଏବଂ ଶୀଘ୍ର ମଣିପୁରରେ ଶାନ୍ତି ଆଣିବା ପାଇଁ ସମ୍ଭାବ୍ୟ ପଦକ୍ଷେପ ବିଷୟରେ ଆଲୋଚନା କରିବେ । ରବିବାର ଅପରାହ୍ନରେ ଦଳ ଜାତୀୟ ରାଜଧାନୀକୁ ଫେରିବାର କାର୍ଯ୍ୟକ୍ରମ ରହିଛି ।

ଆପଣଙ୍କୁ କହି ରଖୁଛୁ ମଣିପୁରରେ ପ୍ରାୟ ତିନି ମାସ ଧରି ହିଂସା ଲାଗି ରହିଛି । ଏଥିରେ ବର୍ତ୍ତମାନ ସୁଦ୍ଧା 160 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+