ସୁଦାନରେ ଫସିଥିବା ପ୍ରବାସୀଙ୍କୁ ଆଣିବାକୁ ଆରମ୍ଭ ହେଲା ‘ଅପରେସନ୍ କାବେରୀ', ବିମାନ-ଜାହାଜ ପ୍ରସ୍ତୁତ

ନୂଆଦିଲ୍ଲୀ : ସୁଦାନ ହିଂସାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଏବଂ ଭାରତୀୟ ସେନା ଏକତ୍ରିତ ହୋଇଛନ୍ତି । ଏହି ସମୟରେ ଭାରତ ଅପରେସନ୍ କାବେରୀ ମିଶନ୍ ଆରମ୍ଭ କରିଛି ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ କରି ଜଣାଇଛନ୍ତି ଯେ ପ୍ରାୟ 500 ଭାରତୀୟ ନାଗରିକ ସୁଦାନ ବନ୍ଦରରେ ପହଞ୍ଚିଛନ୍ତି । ଆହୁରି ଅନେକ ଲୋକ ରାସ୍ତାରେ ଅଛନ୍ତି । ଭାରତୀୟ ବାୟୁସେନା ବିମାନ ଏବଂ ନୌସେନା ଜାହାଜ ନିୟୋଜିତ ହୋଇଛି । ସମସ୍ତ ଭାରତୀୟ ନାଗରିକଙ୍କୁ ନିରାପଦରେ ଭାରତକୁ ଅଣାଯାଉଛି ।
ଆପଣଙ୍କୁ କହିରଖୁଛୁ ଯେ ଗତ ରବିବାର ବିଳମ୍ବିତ ରାତିରେ ଫ୍ରାନ୍ସ ସାହାଯ୍ୟର ହାତ ବଢାଇ ନିଜର ତଥା ଭାରତୀୟ ନାଗରିକଙ୍କ ସମେତ 28 ଦେଶର 388 ଜଣଙ୍କୁ ସୁଦାନରୁ ବାହାର କରିଆଣିଛି । ଫ୍ରାନ୍ସର ଦୂତାବାସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
Operation Kaveri gets underway to bring back our citizens stranded in Sudan.
About 500 Indians have reached Port Sudan. More on their way.
Our ships and aircraft are set to bring them back home.
Committed to assist all our bretheren in Sudan. pic.twitter.com/8EOoDfhlbZ
— Dr. S. Jaishankar (@DrSJaishankar) April 24, 2023
ଏଥି ସହ ସାଉଦି ଆରବ ଏକ ବିବୃତ୍ତିରେ କହିଛି ଯେ କିଛି ଭାରତୀୟଙ୍କ ସମେତ 66 ନାଗରିକଙ୍କୁ ସୁଦାନରୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ, ରିପୋର୍ଟ ଅନୁଯାୟୀ, ସାଉଦି ବିମାନର କ୍ରୁ ର ଅଂଶ ଥିବା ତିନି ଜଣ ଭାରତୀୟଙ୍କୁ ସୁଦାନର ରାଜଧାନୀ ଖାର୍ତୁମରୁ ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications