‘ମୋଦୀ ସବୁଠାରୁ ଭଲ', ଏମିତି କହିଲେ ଇସ୍ରାଏଲ ଫେରନ୍ତା ଯୁବକ
Operation Ajay: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଶତାଧିକ ଭାରତୀୟ ନାଗରିକ ଇସ୍ରାଏଲରେ ଫସି ରହିଛନ୍ତି । ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ମୋଦୀ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି । ଏହି ଅପରେସନ ଅଧୀନରେ ଭାରତୀୟ ନାଗରିକଙ୍କ ପ୍ରଥମ ବିମାନ ଇସ୍ରାଏଲରୁ ଆସି ଦିଲ୍ଲୀରେ ପହଞ୍ଚିଛି ।

ଅପରେସନ୍ ଅଜୟ ଅଧୀନରେ ପ୍ରଥମ ପର୍ଯ୍ୟାୟରେ 212 ଜଣ ଭାରତୀୟଙ୍କୁ ଇସ୍ରାଏଲରୁ ଭାରତ ଅଣାଯାଇଛି । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନ ବନ୍ଦରରେ ଉପସ୍ଥିତି ଥିଲେ । ଏହି ସମୟରେ ସେ ଇସ୍ରାଏଲ୍ ଫେରନ୍ତା ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ । ଭାରତ ଫେରିଥିବା ଭାରତୀୟ ନାଗରିକମାନେ ମୋଦୀ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଭାରତୀୟ ନାଗରିକ ଅଶ୍ୱିନୀ କୁମାର ଶର୍ମା କହିଛନ୍ତି ଯେ ପିଏମ ମୋଦୀ ସବୁଠାରୁ ଭଲ ।
ଅନ୍ୟ ଜଣେ ଭାରତୀୟ ନାଗରିକ କହିଛନ୍ତି ଯେ ମୁଁ ଏକ ବର୍ଷ ଧରି ଇସ୍ରାଏଲରେ ଅଛି । ମୁଁ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ 'ଅପରେସନ୍ ଅଜୟ' ମାଧ୍ୟମରେ ଆମକୁ ବହୁତ ସାହାଯ୍ୟ ମିଳିଛି । ଏଥିସହିତ ଅନ୍ୟ ଜଣେ ଭାରତୀୟ ନାଗରିକ କହିଛନ୍ତି ଯେ ଇସ୍ରାଏଲରେ ବହୁତ ଭୟାନକ ପରିବେଶ ଅଛି । ଆମକୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି । ମୁଁ ବହୁତ ଖୁସି, ମୁଁ ମୋ ଦେଶକୁ ଫେରୁଛି ।












Click it and Unblock the Notifications