ଗତ 8 ବର୍ଷରେ ମିଳିଛି 7.22 ଲକ୍ଷ ନିଯୁକ୍ତି, ଚାକିରି ପାଇଁ ଆବେଦନ କରିଛନ୍ତି 22 କୋଟି
ଗତ 8 ବର୍ଷ ମଧ୍ୟରେ ମୋଟ 22 କୋଟି 5 ଲକ୍ଷ 99 ହଜାର 238 ପ୍ରାର୍ଥୀ ସରକାରୀ ଚାକିରି ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ମାତ୍ର 7 ଲକ୍ଷ 22 ହଜାର 311 ଜଣ ନିଯୁକ୍ତି ପାଇଛନ୍ତି । ଯାହା ମୋଟ ଆବେଦନ ତୁଳନାରେ ମାତ୍ର 0.33 ପ୍ରତିଶତ ।
ନୂଆଦିଲ୍ଲୀ : ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀ ନିଯୁକ୍ତି ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ 8 ବର୍ଷ ସେମାନଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇଛି । ସରକାରୀ ଚାକିରି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର 1 ପ୍ରତିଶତରୁ କମ୍ ନିଯୁକ୍ତି ମିଳିଛି ।
ସରକାରୀ ତଥ୍ୟ ଅନୁସାରେ 2014-15 ରୁ 2021-22 ବର୍ଷ ମଧ୍ୟରେ ମୋଟ 22.05 କୋଟି ଲୋକ ସରକାରୀ ଚାକିରି ପାଇଁ ଆବେଦନ କରିଥିଲେ । ଏହି ଲୋକମାନେ ବିଭିନ୍ନ କେନ୍ଦ୍ର ସରକାରୀ ବିଭାଗରେ ଚାକିରି ପାଇଁ ଆବେଦନ କରିଥିଲେ । ବୁଧବାର ଲୋକସଭାରେ ସରକାର ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ପରିସଂଖ୍ୟାନକୁ ଲୋକସଭାରେ ରଖିଛନ୍ତି । ସେ କହିଛନ୍ତି ଯେ 2019-20 ରେ 1.47 ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି । 2019 ବର୍ଷ ବିଷୟରେ କହିବାକୁ ଗଲେ ସେହି ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, କରୋନା ମହାମାରୀ ଆରମ୍ଭ ହୋଇଥିଲା । ତଥ୍ୟରେ ଏହା ପ୍ରକାଶ ପାଇଛି ଯେ ଗତ 8 ବର୍ଷ ମଧ୍ୟରେ ମୋଟ 22 କୋଟି 5 ଲକ୍ଷ 99 ହଜାର 238 ପ୍ରାର୍ଥୀ ସରକାରୀ ଚାକିରି ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ମାତ୍ର 7 ଲକ୍ଷ 22 ହଜାର 311 ଜଣ ନିଯୁକ୍ତି ପାଇଛନ୍ତି । ଯାହା ମୋଟ ଆବେଦନ ତୁଳନାରେ ମାତ୍ର 0.33 ପ୍ରତିଶତ ।
ଆପଣଙ୍କୁ କହି ରଖୁଛୁ ଚଳିତ ବର୍ଷ 10 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ନିଯୁକ୍ତି ମିଶନ ମୋଡରେ କରାଯିବ । ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟରେ ଖାଲିଥିବା ପଦବୀ ବିଷୟରେ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ନିଜେ ଏହି ନିର୍ଦ୍ଦେଶ ଦେଇଛନ୍ତି । ସଂସଦରେ ରଖାଯାଇଥିବା ତଥ୍ୟ ଅନୁଯାୟୀ ମୋଟ 22.05 କୋଟି ଆବେଦନ ମଧ୍ୟରୁ ସର୍ବାଧିକ 5.09 କୋଟି ଆବେଦନ 2018-19 ରେ ଆସିଥିବାବେଳେ ସର୍ବନିମ୍ନ 1.80 କୋଟି ଲୋକ 2020-21 ରେ ଆବେଦନ କରିଛନ୍ତି ।
ତଥ୍ୟକୁ ବିଶ୍ଳେଷଣ କରି ଏହା ପ୍ରକାଶ ପାଇଛି ଯେ ପ୍ରତିବର୍ଷ ହାରାହାରି 2.75 କୋଟି ଲୋକ ଆବେଦନ କରୁଥିବାବେଳେ ହାରାହାରି 90 ହଜାର 288 ଲୋକ ପ୍ରତିବର୍ଷ ନିଯୁକ୍ତି ପାଆନ୍ତି । ଗତ 8 ବର୍ଷରେ ମୋଟ ଆବେଦନ ମଧ୍ୟରୁ କେବଳ .07 ପ୍ରତିଶତରୁ 0.80 ପ୍ରତିଶତ ଲୋକ ମନୋନୀତ ହୁଅନ୍ତି ।
ଜାଣି ରଖନ୍ତୁ, ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ସ୍ମାର୍ଟ ସିଟି ମିଶନ୍, ଅଟଳ ମିଶନ୍, PMEGP, MNREGA, ପଣ୍ଡିତ ଦିନନ୍ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା, ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ସହିତ ନିଯୁକ୍ତି ପାଇଁ ଅନେକ ଅଭିଯାନ ଆରମ୍ଭ ହୋଇଛି ।












Click it and Unblock the Notifications