ଆଜିର ଦିନରେ ଠିକ୍ ବର୍ଷେ ତଳେ ; ତାଳି, ଥାଳି, ଘଣ୍ଟକୁ ପୁରିଲା ବର୍ଷେ

ଇତି ମଧ୍ୟରେ ଆଜି ଏହି 'ଜନତା କର୍ଫ୍ୟୁ'କୁ ଆଜି ବର୍ଷେ ପୁରିଛି । କରୋନା ସଂକ୍ରମଣର ଭୟ ସମ୍ପୂର୍ଣ୍ଣ ରୂପେ ଦେଶବାସୀଙ୍କ ମନରୁ ଯାଇନଥିଲେ ମଧ୍ୟ ସ୍ୱଦେଶୀ କରୋନା ଟୀକା ବଜାରକୁ ଆସିବା ପରେ କିଛିଟା ମାତ୍ରାରେ ଲୋକ ଆଶ୍ୱସ୍ତି ଅନୁଭବ କରୁଛନ୍ତି ।

ଭୁବନେଶ୍ୱର : ସେଦିନ ଥିଲା 22 ମାର୍ଚ୍ଚ 2021 । ସାରା ଦେଶରେ ଲାଗିଥିଲା 'ଜନତା କର୍ଫ୍ୟୁ' । ସାରା ଦେଶକୁ ଘେରି ରହିଥିଲା କରୋନା ସଂକ୍ରମଣର ଭୟ । 20 ମାର୍ଚ୍ଚ (ରବିବାର) ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ, 22 ମାର୍ଚ୍ଚ (ମଙ୍ଗଳବାର) ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହେବ । ଏହି ସମୟରେ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ସାରା ଦେଶ ବନ୍ଦ ରହିବା ସହ ଦେଶବାସୀଙ୍କୁ ବାହାରକୁ ନ ବାହାରିବା ନେଇ ଘୋଷଣା କଲେ । ଏଥସହିତ ଏହି କର୍ଫ୍ୟୁ ଡାକରାରେ ସହଯୋଗ କରି କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ଦେଶବାସୀଙ୍କୁ ଥିଲା ମୋଦୀଙ୍କର ଅନୁରୋଧ । କରୋନା ଦାଉରୁ ରକ୍ଷା ପାଇବା ପାଇଁ ସାରା ଦେଶର ଲୋକ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ 'ଜନତା କର୍ଫ୍ୟୁ'ରେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।

janata-Curfew

ଏଥିସହିତ ସହିତ ସେହି ଦିନ ସନ୍ଧ୍ୟାରେ 5ଟା ରେ ପାଞ୍ଚ ମିନିଟ୍ ପାଇଁ ତାଳି, ଥାଳି ଆଉ ଘଣ୍ଟ ବଜାଇବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଏହି ଆହ୍ୱାନକ୍ରମେ ମଧ୍ୟ ଦେଶବାସୀ ସନ୍ଧ୍ୟାରେ ତାଳି, ଥାଳି ଓ ଘଣ୍ଟ ବଜାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାର ଦୃଶ୍ୟ ଅବଶ୍ୟ ଥିଲା ନିଆରା । କେତେକ ସ୍ଥାନରେ ଲୋକମାନେ ଘରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱନକୁ ପାଳନ କରୁଥିବାବେଳେ ଆଉ କେତେକ ଲୋକ ଏହାକୁ ଏକ ମଜାକିଆ ଢଙ୍ଗରେ ନେଇ ରାସ୍ତା ଉପରକୁ ବାହାରି ଆସିଥିଲେ । ଯାହାର ଚିତ୍ର ସୋଶାଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହୋଇଥିଲା । ଏହାପରେ ଏହାକୁ ନେଇ ଦେଶରେ ଦେଖିବାକୁ ମିଳିଥିଲା ରାଜନୈତିକ ବୟାନ ବାଜି । କେତେକ ଲୋକ ତାଳି, ଥାଳି, ଘଣ୍ଟ ବଜାଇଲେ କରୋନା ଦୂର ହେବ ବୋଲି କହୁଥିବା ବେଳେ ଅନ୍ୟ କେତେକ ଲୋକ ଏହା ଏକ ପ୍ରହସନ ବୋଲି ଅଭିଯୋଗ କରିଥିଲେ ।

janata-Curfew

'ଜନତା କର୍ଫ୍ୟୁ'କୁ ଆଜି ବର୍ଷେ ପୁରିବା ପରେ ଗତ ବର୍ଷ ମାର୍ଚ୍ଚ 22ରେ ହୋଇଥିବା ତାଳି, ଥାଳି ଓ ଘଣ୍ଚ ବଡାଇବାର କିଛି ମଜାକିଆ ଭିଡ଼ିଓ ସୋଶାଲ୍ ମିଡ଼ିଆରେ ଭାଇରାଲେ ହେବାରେ ଲାଗିଛି । କେତେ ସୋଶାଲ୍ ମିଡ଼ିଆ ବ୍ୟବହାରକାରୀ ଏହାକୁ ବାର୍ଷିକି ଭାବେ ମଧ୍ୟ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି ।

ଆଜିର ସଂକ୍ରମଣ ମାମଲା-

ଇତି ମଧ୍ୟରେ ଆଜି ଏହି 'ଜନତା କର୍ଫ୍ୟୁ'କୁ ଆଜି ବର୍ଷେ ପୁରିଛି । କରୋନା ସଂକ୍ରମଣର ଭୟ ସମ୍ପୂର୍ଣ୍ଣ ରୂପେ ଦେଶବାସୀଙ୍କ ମନରୁ ଯାଇନଥିଲେ ମଧ୍ୟ ସ୍ୱଦେଶୀ କରୋନା ଟୀକା ବଜାରକୁ ଆସିବା ପରେ କିଛିଟା ମାତ୍ରାରେ ଲୋକ ଆଶ୍ୱସ୍ତି ଅନୁଭବ କରୁଛନ୍ତି । ତଥାପି କିଛି ଦିନ ହେବ ଦେଶରେ କରୋନା ଭୂତାଣୁର ସଂକ୍ରମଣ ସଂଖ୍ୟା ମୁଣ୍ଡ ଟେକିଥିବା ଦେଶବାସୀ ତଥା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଗତ 24 ଘଣ୍ଚାରେ ସାରା ଦେଶରେ 46 ହଜାର 951 ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 16 ଲକ୍ଷ 46 ହଜାର 81 ରେ ପହଞ୍ଚିଛି । ଯାହାକି ଗତ 130 ଦିନ ମଧ୍ୟରେ ସର୍ବାଧିକ ବୋଲି ରେକର୍ଡ କରାଯାଇଛି । ଏହା ବ୍ୟତୀତ ଗତ 24 ଘଣ୍ଟାରେ ଦେଶରେ 212 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି, ଏହାକୁ ମିଶାଇ ଦେଶରେ ମୋଟ 1 ଲକ୍ଷ 59 ହଜାର 967 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଦେଶରେ 21 ହଜାର 180ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସହ 3 ଲକ୍ଷ 9 ହଜାର 87 ଜଣ ରୋଗୀ ସକ୍ରିୟ ଥିବାନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଦେଶରେ କରୋନା ଟୀକାକରଣ ଲୋକଙ୍କୁ ଆଶ୍ୱସ୍ତ କରିଥିବା ବେଳେ ଗତ କାଲି ସନ୍ଧ୍ୟ ସୁଦ୍ଧା ଦେଶର 4 କୋଟି 50 ଲକ୍ଷ 65 ହଜାର 998 ଜଣ ହିତାଧିତିକାରୀଙ୍କୁ ଟୀକାକରଣ କରାଯାଇଥିବା ନେଇ ୪,୫୦,୬୫,୯୯୮ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ବର୍ଷେ ପୁରିଯାଇଥିଲେ ମଧ୍ୟ କରୋନା ଭୟ ସାଧାରଣ ଲୋକଙ୍କ ମନରୁ ଲିଭିପାରୁନି । ଏହି ମହାମାରୀରୁ ରକ୍ଷା ପାଇବା ସହ କରୋନା ଯୁଦ୍ଧରେ ଜିତିବାକୁ କେତେକ ରାଜ୍ୟର ସରକାର ପୁଣି ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଥିବା ଦେଥିବାକୁ ମିଳୁଛି । ଏଥସହିତ ମାସ୍କ ଓ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ଦେଶବାଶୀଙ୍କୁ ଆହ୍ୱାନ କରିଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+