Get Updates
Get notified of breaking news, exclusive insights, and must-see stories!

ଗାଲୱାନ୍ ଭ୍ୟାଲି ବିବାଦକୁ ପୁରିଲା ବର୍ଷେ, ଲେହରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସେନା

ଗଲୱାନ ସଂଘର୍ଷକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କର୍ପ ଲେହର ଯୁଦ୍ଧ ମେମୋରିଆଲରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଲେହ : ପୂର୍ବ ଲଦାଖରେ ଅବସ୍ଥିତ ଗଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ସୈନ୍ୟବାହିନୀ ମଧ୍ୟରେ ହୋଇଥିବା ସଂଘର୍ଷକୁ ଆଜି ଏକ ବର୍ଷ ପୁରିଛି । ଗଲୱାନ ସଂଘର୍ଷକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କର୍ପ ଲେହର ଯୁଦ୍ଧ ମେମୋରିଆଲରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସଂଘର୍ଷରେ ଭାରତୀୟ ସେନାର 20 ସୈନିକ ସହିଦ ହୋଇଥିଲେ । ଯାହା ପରେ ଦୁଇ ଦେଶ ମଧ୍ୟରେ ପ୍ରବଳ ତିକ୍ତତା ଦେଖାଦେଇଥିଲା ।

Galwan-clash

ପ୍ରତିରକ୍ଷା ଲୋକସମ୍ପର୍କ ୟୁନିଟ୍ (PRO), ଶ୍ରୀନଗର ସୂଚନା ଦେଇଛନ୍ତି ଯେ ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନ୍ୟବାହିନୀ ମଧ୍ୟରେ ହୋଇଥିବା ସଂଘର୍ଷର ପ୍ରଥମ ବାର୍ଷିକୀରେ ଫାୟାର ଏବଂ ଫ୍ୟୁରି କର୍ପସ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଫାୟାର ଏବଂ ଫ୍ୟୁରି କର୍ପସ ମେଜର ଜେନେରାଲ ଅକ୍ଷୟ କୌଶିକ 15 ଜୁନ୍ ମଙ୍ଗଳବାର ଦିନ ଲେହର ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରି ଗଲୱାନ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏ ବାବଦରେ ଜାରି ବିବୃତ୍ତିରେ କୁହାଯାଇଛି ଯେ ଅଦ୍ୟାବଧି ଚୀନ୍ ଆକ୍ରୋଶର ସମ୍ମୁଖୀନ ହୋଇ 20 ଜଣ ଭାରତୀୟ ସୈନିକ ଆମ ଦେଶକୁ ରକ୍ଷା କରିବା ପାଇଁ ପ୍ରାଣ ହରାଇଥିଲେ । ଏହି ଉଚ୍ଚ ସାହସୀ ସୈନିକମାନଙ୍କ ନିକଟରେ ଜେଶ ଚିରଦିନ ପାଇଁ କୃତଜ୍ଞ ରହିବ । ଗଲୱାନ ଉପତ୍ୟକାରେ ହୋଇଥିବା ଏହି ହିଂସାତ୍ମକ ସଂଘର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଶିଖରରେ ପହଞ୍ଚି ସଶସ୍ତ୍ର ସଂଘର୍ଷରେ ପରିଣତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+