ଶୋପିଆନ୍ର ହାଜିପୋରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ, ଜାରି ରହିଛି ଅପରେସନ୍
ହାଜିପୋରା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀର ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଶ୍ରୀନଗର : ଜାମ୍ମୁ- କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଛି । ଏଥିରେ ସୁରକ୍ଷା ବାହିନୀ ଏକ ବଡ ସଫଳତା ପାଇଛନ୍ତି । ହାଜିପୋରା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଖବର ଲେଖିବା ପର୍ଯ୍ୟନ୍ତ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ରହିଛି । ନିହତ ଆତଙ୍କବାଦୀର ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଆପଣଙ୍କୁ କହିରଖୁଛୁ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଆତଙ୍କବାଦୀଙ୍କ ସହ ଲଢଇ ଜାରି ରଖିଛନ୍ତି । ଗୁପ୍ତଚର ଆଧାରରେ ସୁରକ୍ଷା ବାହିନୀର ଦଳ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ହାଜିପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ଚଳାଇଲେ, ଯାହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।
Jammu and Kashmir | Encounter breaks out between police, security forces and terrorists in Hanjipora area of Shopian.
— ANI (@ANI) June 25, 2021
Details awaited.
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଶୋପିଆନ୍ ଜିଲ୍ଲାର କାନିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ପୋଲିସ୍ ଇନ୍ସପେକ୍ଟର ପରଭେଜ ଅହମ୍ମଦ ସଦିହ୍ ହୋଇଥିଲେ । ପରଭେଜ୍ ନମାଜ ପଢି ଫେରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ପଛରୁ ଆକ୍ରମଣ କରିଥିଲେ । ସେହି ଦିନ ଶୋପିଆର ଶିର୍ମାଲ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।












Click it and Unblock the Notifications