ବାରମୁଲ୍ଲା ଏନକାଉଣ୍ଟର : ମସଜିଦକୁ ରକ୍ଷା କରିବାକୁ ବୁଲେଟପ୍ରୁଫ୍ ଗାଡ଼ି ବ୍ୟବହାର କଲା ସେନା
ବାରମୁଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ଜଣେ ଆତଙ୍କୀ ନିହତ ହୋଇଛି । ଦୁଃଖର ବିଷୟ ଦୁଇ ଜଣ ସୈନିକ ଆହତ ହୋଇଛନ୍ତି ।
ଜାମ୍ମୁ : କାଶ୍ମୀର ଉପତ୍ୟକାରେ ଆତଙ୍କାବାଦୀଙ୍କ ବିନାଶ ପାଇଁ ଭାରତୀୟ ସେନା ଇପରେସନ୍ ଜାରି ରଖିଛି । ଏହି ସମୟରେ ବାରମୁଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ଜଣେ ଆତଙ୍କୀ ନିହତ ହୋଇଛି । ଦୁଃଖର ବିଷୟ ଦୁଇ ଜଣ ସୈନିକ ଆହତ ହୋଇଛନ୍ତି । ଏନକାଉଣ୍ଟର ହୋଇଥିବା ସ୍ଥାନରେ ଏକ ପୁରୁଣା ମସଜିଦ୍ ଅଛି, ଏହାକୁ ସୁରକ୍ଷା ଦେବାକୁ ଭାରତୀୟ ସେନା ଏକ ଅଭିନବ ପଦକ୍ଷେପ ନେଇଛି, ଯାହାକୁ ସାରା ଦେଶରେ ପ୍ରଶଂସା କରାଯାଉଛି ।

ସୂଚନା ଅନୁଯାୟୀ, ବାରମୁଲ୍ଲା ଜିଲ୍ଲାର ୱାନୀଗାମ ବାଲା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନା ଖବର ପାଇଥିଲା । ଏହା ପରେ ସେନାର ରାଷ୍ଟ୍ରୀୟ ରାଇଫଲ୍, ଜାମ୍ମୁ ଏବଂ କାଶ୍ମୀର ପୋଲିସ ଏବଂ CRPF ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସୈନିକମାନେ ନିକଟ ଆସୁଥିବା ଦେଖି ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କରିଥଇିଲେ । ଏହା ଉପରେ, ସୁରକ୍ଷା ବାହିନୀ ମଧ୍ୟ ପାଲଟା ଆକ୍ରମଣ କରି ଜବାବ ଦେଇଥିଲେ । ବର୍ତ୍ତମାନ ବାକି ଆତଙ୍କବାଦୀଙ୍କ ସନ୍ଧାନ ଜାରି ରହିଛି ।
ଏହି ଏନକାଉଣ୍ଟର ସମୟରେ ସ୍ଥାନୀୟ ମସଜିଦର ସୁରକ୍ଷାକୁ ଦୃଷ୍ଚିରେ ରଖି ସେନା ଅଧିକାରୀମାନେ ନିଷ୍ପତ୍ତି ନେଇଥିଲେ ଯେ ଯଥାସମ୍ଭବ କମ୍ ଗୁଳିଗୋଳା ବ୍ୟବହାର ହେବ, ଫଳରେ ମସଜିଦ୍ କ୍ଷତି ହେନାହିଁ । ଏପରିକି ଏହି ଅପରେସନ୍ ସମୟରେ ଆଇଇଡି, MGL ମଧ୍ୟ ବ୍ୟବହୃତ ହୋଇନାହିଁ । ମସଜିଦ କାନ୍ଥ ସାମ୍ନାରେ ବୁଲେଟପ୍ରୋଫ୍ ବାହାନ ପାର୍କିଂ କରାଯାଇଥିଲା, ଯାହାଫଳରେ କୌଣସି ଗୁଳି କିମ୍ବା ଗ୍ରେନେଡ୍ ମାଡ଼ରୁ ମସଜିଦ୍ କୁ କ୍ଷତି ହେବ ନାହିଁ । ସେନାର ଏପରି ଏକ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଉଛି ।












Click it and Unblock the Notifications