ଜାମ୍ମୁ କାଶ୍ମୀର କୁଲଗାମରେ ଏନକାଉଣ୍ଟର : ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କୀ ନିହତ
ଗୁରୁବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମର ଚାୱଲଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଅନକାଉଣ୍ଟର ହୋଇଥିଲା । ସେନା ଗୁଳିରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ସେନା ପ୍ରତ୍ୟେକ ଦିଗରେ ସଜାଗତା ବୃଦ୍ଧି କରିଛି । ଗୁରୁବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମର ଚାୱଲଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଅନକାଉଣ୍ଟର ହୋଇଥିଲା । ସେନା ଗୁଳିରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛି । ସେନା ଅପରେସନ୍ ଏବେ ମଧ୍ୟ ଜାରି ରହିଛି ।

ଏହି ଅପରେସନ ଅଧୀନରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି । ଏହି ଅଞ୍ଚଳର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ମାର୍ଗକୁ ସିଲ୍ କରାଯାଇଛି ।
ଆପଣଙ୍କୁ କହିରଖୁଛୁ ଯେ କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସେନା ସୂଚନା ପାଇଥିଲା ଯେଉଁଠାରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ସହିତ ମୁହାଁମୁହିଁ ହୋଇଥିଲେ ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେତେବେଳେ ସେନାବାହିନୀ ସେହି ଅଞ୍ଚଳରେ ଖୋଜାଖୋଜି କରୁଥିଲେ ସେତେବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ସେନା ପାଲଟା ଜବାବରେ ଗୁଳି ଚଳାଇଥିଲା । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସେ କହିଛନ୍ତି ଯେ ନିହତ ଆତଙ୍କବାଦୀ କେଉଁ ଆତଙ୍କବାଦୀ ସଂଗଠନର ତାହା ଖୋଜାଚାଲିଛି । ଅପରେସନ୍ ଚାଲିଛି ଏବଂ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି ।












Click it and Unblock the Notifications