ମେଲୋଡ଼ି ରେ ଯୁଆଡ଼େ ଯାଉଥିଲେ, ଜଣକୁ ବିବାହ କରୁଥିଲେ, ବ୍ୟକ୍ତିଙ୍କର ଚାରି ରାଜ୍ୟରେ 6 ପତ୍ନୀ
ଏମିତି ଜଣେ ବ୍ୟକ୍ତି ଗୋଟେ ଦୁଇଟି ନୁହଁ... ଚାରି ରାଜ୍ୟରେ 6 ଜଣ ପତ୍ନୀ ରଖିଛନ୍ତି । ସେ ଯେ କୌଣସି ରାଜ୍ୟକୁ ମେଲୋଡ଼ି କାର୍ଯ୍ୟକ୍ରମରେ ଯାଉଥିଲେ, ସେଠାରେ ବିବାହ କରୁଥିଲେ ।
ପାଟନା : ବିହାରର ଜାମୁଇ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିବା ପରେ ଆପଣ କହିବେ ଏପରି କିପରି ସମ୍ଭବ ! ଆଜ୍ଞା, ହଁ ... ଏମିତି ଜଣେ ବ୍ୟକ୍ତି ଗୋଟେ ଦୁଇଟି ନୁହଁ... ଚାରି ରାଜ୍ୟରେ 6 ଜଣ ପତ୍ନୀ ରଖିଛନ୍ତି । ସେ ଯେ କୌଣସି ରାଜ୍ୟକୁ ମେଲୋଡ଼ି କାର୍ଯ୍ୟକ୍ରମରେ ଯାଉଥିଲେ, ସେଠାରେ ବିବାହ କରୁଥିଲେ ।
ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ବ୍ୟକ୍ତିଙ୍କ ଶଳା ତାଙ୍କୁ ଆଉ ଜଣେ ମହିଳାଙ୍କ ସହ ଜାମୋଇ ରେଳ ଷ୍ଟେସନରେ ଧରିଲେ । ଯୁବକଙ୍କ ଶଳାଙ୍କ ସୂଚନା ପରେ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସମସ୍ତେ ସତ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଖବର ଅନୁଯାୟୀ, ଚାରି ରାଜ୍ୟରେ 6 ପତ୍ନୀ ରଖିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଛୋଟୁ କୁମାର । ସେ ବିହାରର ଜାମୁଇ ଜିଲ୍ଲାର ବାରହାଟ ପୋଲିସ ଷ୍ଟେସନ ଅଞ୍ଚଳର ଜାୱାଟରୀ ଗାଁର ବାସିନ୍ଦା । ଛୋଟୁ ଦେଓଗରର ମା ଶାରଦା ଅର୍କେଷ୍ଟ୍ରା ରେ କାମ କରନ୍ତି । ପୋଲିସ ପଚରାଉଚରା ବେଳେ ଛୋଟୁ କହିଛନ୍ତି ଯେ ତାଙ୍କର ଚାରି ରାଜ୍ୟରେ 6 ଜଣ ପତ୍ନୀ ଅଛନ୍ତି । ତାଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ଚାରି ସନ୍ତାନ ଅଛନ୍ତି । ଦେଢ ବର୍ଷ ପୂର୍ବେ ଛୋଟୁ ଯେଉଁ ମହିଳାଙ୍କୁ ଛାଡିଥିଲେ, ତାଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି ।
ସୂଚନା ଅନୁଯାୟୀ, ଛୋଟୁଙ୍କ ପତ୍ନୀ ମଞ୍ଜୁଙ୍କ ଭାଇ ବିକାଶ କୋଲକାତା ଯିବାକୁ ନଭେମ୍ବର 28 ରେ ଜାମୁଇ ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେତେବେଳେ ସେ ତାଙ୍କ ଭିଣୋଇ ଛୋଟୁ ଙ୍କୁ ଅନ୍ୟ ଜଣେ ମହିଳା ସହ ଦେଖଥିଲେ । ବିକାଶ ତାଙ୍କ ପରିବାର ସଦସ୍ୟଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ଏହା ପରେ ବିକାଶଙ୍କ ସମ୍ପର୍କୀୟମାନେ ଷ୍ଟେସନରେ ପହଞ୍ଚି ଛୋଟୁଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଧରିଥିଲେ । ଯେତେବେଳେ ମହିଳାଙ୍କ ବିଷୟରେ ପଚରାଗଲା, ସେ କହିଥିଲେ ଯେ ସେ ମୋର ପତ୍ନୀ ।
ଛୋଟୁଙ୍କ ପ୍ରଥମ ପତ୍ନୀ କାଲାବତୀ ଦ୍ୱିତୀୟ ବିବାହ ବିଷୟରେ ଅବଗତ ଅଛନ୍ତି ବୋଲି ସେ କହିଛନ୍ତି । ସ୍ୱାମୀଙ୍କ ଦ୍ୱିତୀୟ ବିବାହରେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ପ୍ରଥମ ପତ୍ନୀ କହିଛନ୍ତି ।
ଖବର ଅନୁଯାୟୀ ଛୋଟୁ ଚେନୱରଇାରେ ପ୍ରଥମ, ସୁନ୍ଦରଟାଣ୍ଡରେ ଦ୍ୱିତୀୟ, ରାଞ୍ଚିରେ ତୃତୀୟ, ସାଙ୍ଗ୍ରାମପୁରରେ ଚତୁର୍ଥ, ଦିଲ୍ଲୀରେ ପଞ୍ଚମ ଏବଂ ଝାଡଖଣ୍ଡର ଦେଓଗରରେ ଷଷ୍ଠ ବିବାହ କରିଛନ୍ତି । ଏହି ମାମଲାରେ ପୋଲିସ କହିଛି ଯେ ଛୋଟୁ କୁମାର ଚାରି ରାଜ୍ୟରେ 6 ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । କିନ୍ତୁ, ଛୋଟୁଙ୍କ ଦ୍ୱିତୀୟ ପତ୍ନୀଙ୍କ ତରଫରୁ କୌଣସି ଏତଲା ଦିଆଯାଇ ନାହିଁ । ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।












Click it and Unblock the Notifications