Get Updates
Get notified of breaking news, exclusive insights, and must-see stories!

One Nation One election: ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ

ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଲାଗି ଆଜି ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଅନୁଷ୍ଠି ହୋଇଛି । ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ପ୍ରାଥମିକ ବୈଠକ ହୋଇଛି । ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ସେପ୍ଟେମ୍ବର 2 ତାରିଖର ବିଜ୍ଞପ୍ତି ମାଧ୍ୟମରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । କମିଟି ଗଠନ ପରେ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଛି ।

one nation one election meeting

ଏହି ବୈଠକରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ, ଆଇନ ଓ ନ୍ୟାୟ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍. କେ. ସିଂହ, ଲୋକସଭାର ପୂର୍ବତନ ମହାସଚିବ ଡ. ସୁବାଷ ସି. କଶ୍ୟପ, ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଆଭାଷୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ତେବେ ଏହି ବୈଠକରେ ଲୋକସଭାର ବିରୋଧୀ ଦଳର ସର୍ବବୃହତ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ନଥିଲେ ।

ଉଚ୍ଚସ୍ତରୀୟ କମିଟିର ସଦସ୍ୟମାନଙ୍କୁ ସ୍ୱାଗତ କରି କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ବୈଠକର କାର୍ଯ୍ୟସୂଚୀର ରୂପରେଖ ପ୍ରସ୍ତୁତ କରିଥିଲେ । କମିଟି କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରି କମିଟି ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳ, ରାଜ୍ୟରେ ସରକାରରେ ଥିବା ରାଜନୈତିକ ଦଳ, ସଂସଦରେ ପ୍ରତିନିଧି ଥିବା ରାଜନୈତିକ ଦଳ, ଅନ୍ୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ଦେଶରେ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ସେମାନଙ୍କର ପରାମର୍ଶ ବା ଦୃଷ୍ଟିକୋଣ ଜାଣିବା ପାଇଁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ବ୍ୟତୀତ ଏହି କମିଟି ଦେଶରେ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ନିଜର ପରାମର୍ଶ ବା ଦୃଷ୍ଟିକୋଣ ରଖିବା ପାଇଁ ଭାରତୀୟ ଆଇନ ଆୟୋଗଙ୍କୁ ମଧ୍ୟ ନିମନ୍ତ୍ରଣ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ତେବେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିକୁ ବିରୋଧୀ ମେଣ୍ଟ ଇଣ୍ଡିଆ ବିରୋଧ କରିଛି । ଏହା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଅପମାନ ବୋଲି ଇଣ୍ଡିଆ ପକ୍ଷରୁ କୁହାଯାଇଛି । କମିଟି ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ଅନୁମୋଦନପ୍ରାପ୍ତ ଜାତୀୟ ରାଜନୀତିକ ଦଳ, ରାଜ୍ୟରେ କ୍ଷମତାରେ ଥିବା ଦଳ, ସଂସଦରେ ନିଜର ପ୍ରତିନିଧି ରଖିଥିବା ଦଳ ଓ ରାଜ୍ୟସ୍ତରୀୟ ଦଳଗୁଡ଼ିକୁ ନିମନ୍ତ୍ରଣ କରିବାକୁ କମିଟି ନିଷ୍ପତ୍ତି ନେଇଛି । ସେମାନେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେବାକୁ ଆହ୍ୱାନ କରାଯାଉଛି ।

ଏହାବାଦ ଏକକ ନିର୍ବାଚନ ପାଇଁ କମିଟି ଆଇନ କମିଶନଙ୍କୁ ମଧ୍ୟ ମତାମତ ଦେବାକୁ କହିଛି । ପ୍ରସ୍ତାବ ଓ ମତାମତ ମିଳିବା ପରେ କମିଟି ସମ୍ବିଧାନ, ଲୋକପ୍ରତିନିଧି ଆଇନ ଓ ଅନ୍ୟାନ୍ୟ ଆଇନରେ ଆବଶ୍ୟକ ସଂଶୋଧନ ଉପରେ ବିଚାର କରିବ ଏବଂ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦେବ ବୋଲି ବିବୃତିରେ କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+