ଦିଲ୍ଲୀରେ ନାଇଜେରିଆ ମହିଳା ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ଭାରତରେ ସଂକ୍ରମିତ ସଂଖ୍ୟା 13 କୁ ବୃଦ୍ଧି
ଦିଲ୍ଲୀର ଜଣେ ନାଇଜେରିଆ ମହିଳାଙ୍କଠାରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଛି । ଏହା ପରେ ଭାରତରେ ମୋଟ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା 13 ରେ ପହଞ୍ଚିଛି । 30 ବର୍ଷୀୟା ମହିଳାଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନୂଆଦିଲ୍ଲୀ : ଦିଲ୍ଲୀର ଜଣେ ନାଇଜେରିଆ ମହିଳାଙ୍କଠାରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଛି । ଏହା ପରେ ଭାରତରେ ମୋଟ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା 13 ରେ ପହଞ୍ଚିଛି । 30 ବର୍ଷୀୟା ମହିଳାଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍କିପକ୍ସରେ ପୀଡିତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଦିଲ୍ଲୀର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ ।

ବର୍ତ୍ତମାନ ସୁଦ୍ଧା ଭାରତରେ 11 ଟି ମଙ୍କିପକ୍ସ ମାମଲା ଆସିଥିଲା । ଏଥିରୁ କେରଳରୁ ପାଞ୍ଚଟି ଏବଂ ଦିଲ୍ଲୀରେ 6 ଟି ମାମଲା ଚିହ୍ନଟ ହୋଇଛି । କେରଳର ଜଣେ 22 ବର୍ଷ ବୟସ୍କ ପୁରୁଷଙ୍କୁ କେରଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଂକ୍ରମଣରୁ ମୃତ୍ୟୁ ପର୍ଯ୍ୟନ୍ତ ସମଗ୍ର ଘଟଣା ଅଧ୍ୟୟନ କରିବା ପରେ ଆଇସିଏମଆର ଏହାର ନିଷ୍କର୍ସ ବାହାର କରିଛି ।












Click it and Unblock the Notifications