ଜବାବ ଦେଉଛନ୍ତି ସୁରକ୍ଷା କର୍ମୀ : ଲସ୍କର - ଏ-ତୋଏବାର ଜଣେ ଆତଙ୍କୀ ନିହତ
ପୁଞ୍ଛ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସହ ଜାରି ରଖିଛି ଏନକାଉଣ୍ଟର । ଏହି ସମୟରେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛି ଲସ୍କର-ଏ- ତୋଏବାର ଜଣେ ଆତଙ୍କୀ ।
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ସୁରକ୍ଷା କର୍ମୀଙ୍କ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତି ଜବାବ ଦେବା ଆରମ୍ଭ କରିଛି ଭାରତୀୟ ସେନା । ପୁଞ୍ଛ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସହ ଜାରି ରଖିଛି ଏନକାଉଣ୍ଟର । ଏହି ସମୟରେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛି ଲସ୍କର-ଏ- ତୋଏବାର ଜଣେ ଆତଙ୍କୀ ।

ସୂଚନା ଅନୁସାରେ, ଏହି ଅଞ୍ଚଳର 2-3 ଜଣ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ସର୍ଚ୍ଚ ଅପରେସନ୍ ଜାରି କରିଛି । ଯେଉଁଥିରେ ସବୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଟାର୍ଗେଟ ରଖିଛି 16 ରାଷ୍ଟ୍ରୀୟ ରାଇଫଲ୍ସ ଓ ଏସଓଜି ଟିମର ମିଳିତ ଟିମ୍ ।
ସୂଚନା ମୁତାବକ, ଗତକାଲି ଶ୍ରୀନଗର ଉପକଣ୍ଠରେ ଥିବା ଜେଓ୍ବାନ ଅଞ୍ଚଳରେ ଥିବା ପାନ୍ଥା ଛକ ନିକଟରେ ଏକ ପୁଲିସ ବସ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ 2 ଜଣ ପୁଲିସ କର୍ମୀ ସହିଦ ହୋଇଥିବାବେଳେ ୧୨ ଜଣ ଆହତ ହୋଇଥିଲେ । ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଆଜି ଆଉ ଜଣେ ପୁଲିସ କର୍ମୀ ସହିଦ୍ ହୋଇଛନ୍ତି । ଏହା ପରେ ମୃତ୍ୟୁସଂଖ୍ୟା 3 କୁ ବୃଦ୍ଧି ପାଇଛି । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ- ମହମ୍ମଦର ଗ୍ରୁପ୍ କଶ୍ମୀର ଟାଇଗର ନିଜକୁ ଦାୟୀ କରିଥିଲା । ଏହି ଘଟଣା ପରେ ସୁରକ୍ଷାବଳ ଆତଙ୍କୀଙ୍କୁ ଚାରିପଟୁ ଘେରି ସର୍ଚ୍ଚ ଅପରେସନ୍ ଚଳାଇଛି ।












Click it and Unblock the Notifications