ଶବ୍ଦ ପ୍ରଦୂଷଣ କଲେ ଗଣିବେ ଲକ୍ଷେ ଟଙ୍କା ଜରିମାନା
ସହରରେ ପ୍ରଦୂଷଣ କଲେ ଜରିମାନା ଦେବାକୁ ହେବ ବୋଲି ଦିଲ୍ଲୀର ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ (ଡିପିସିସି) ଏକ ବିଜ୍ଞପ୍ତି ଜାରି କରିଛି । ନୂତନ ଜରିମାନା ଅନୁଯାୟୀ, ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ କଲେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ ।
ନୂଆଦିଲ୍ଲୀ : ଶବ୍ଦ ପ୍ରଦୂଷଣ କଲେ ଏଣିକି ଗଣିବାକୁ ପଡ଼ିବ ଜରିମାନା । ସହରରେ ପ୍ରଦୂଷଣ କଲେ ଜରିମାନା ଦେବାକୁ ହେବ ବୋଲି ଦିଲ୍ଲୀର ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ (ଡିପିସିସି) ଏକ ବିଜ୍ଞପ୍ତି ଜାରି କରିଛି । ନୂତନ ଜରିମାନା ଅନୁଯାୟୀ, ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ କଲେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ ।

ନୂଆ ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସମୟ ପରେ ଆବାସିକ ଏବଂ ବାଣିଜ୍ୟିକ ଅଞ୍ଚଳରେ କୌଣସି ବ୍ୟକ୍ତିବିଶେଷ ବାଣ ଫୁଟାଇଲେ 1000 ଟଙ୍କା ଜରିମାନା ଦେବେ ଏବଂ ନିରବ ସ୍ଥାନରେ ବାଣ ଫୁଟାଇଲେ 3000 ଟଙ୍କା ତଣ୍ଡ ଗଣିବେ ।
ଯଦି କୌଣସି ରାଲି, ବିବାହ କିମ୍ବା ଧାର୍ମିକ ମହୋତ୍ସବରେ ବାଣ ଫୁଟାଇବା ନିୟମ ଉଲ୍ଲଂଘନ କରାଯାଏ, ତେବେ ଏହି କାର୍ୟ୍ୟକ୍ରମର ଆୟୋଜକ ଆବାସିକ ଏବଂ ବାଣିଜ୍ୟିକ ଅଞ୍ଚଳରେ 10 ହଜାର ଟଙ୍କା ଏବଂ ଖାଲି ସ୍ଥାନରେ ଫୁଟାଉଥିଲେ 20 ହଜାର ଟଙ୍କା ଦେବାକୁ ପଡିବ । ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ ହେଲେ ଜରିମାନା ପରିମାଣ ଦୁଇ ଗୁଣା ବଢି 40 ହଜାର ଟଙ୍କାକୁ ଦେବାକୁ ପଡ଼ିବ । ଯଦି ଦୁଇଥରରୁ ଅଧିକ ନିୟମ ଉଲ୍ଲଂଘନ କରାଯାଏ, ତେବେ ସଂଶୋଧିତ ନିୟମ ଅନୁଯାୟୀ 1 ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ଏବଂ ସେହି ଅଞ୍ଚଳକୁ ସିଲ୍ କରାଯିବ ।
ଏହାବାଦ ଜେନେରେଟର ପାଇଁ ହେଉଥିବା ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଡିପିସିସି ପଦକ୍ଷେପ ନେବାକୁ କହିଛି । ସେହିପରି ଯେଉଁ କାରଖାନା ପାଇଁ ଶବ୍ଦ ପ୍ରଦୂଷଣ ହେବ ସେହି ପ୍ଲାଣ୍ଟକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛ ଡିପିସିସି । ରାଜଧାନୀ ଦିଲ୍ଲୀରେ ଏବେ ପ୍ରଦୂଷଣ ଏକ ପ୍ରମୁଖ କାରଣ । ସେଥିମଧ୍ୟରୁ ଶବ୍ଦ ପ୍ରଦୂଷଣ ଅନ୍ୟତମ । ଏହାକୁ ରୋକିବା ପାଇଁ ଡିପିସିସି ଏପରି ନିଷ୍ପତ୍ତି ନେଇଛି । ଯାହାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ଗ୍ରହଣ କରିଛି । ପ୍ରତି ମାସରେ ଶବ୍ଦ ପ୍ରଦୂଷଣ ବାବଦରେ ରିପୋର୍ଟ ଦେବାକୁ ଏନଜିଟି କହିଛି ।












Click it and Unblock the Notifications