ଜାମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦା ଗୁଳିରେ ସ୍କୁଲ ଶିକ୍ଷୟତ୍ରୀଙ୍କ ପ୍ରାଣହାନି
ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ମଙ୍ଗଳବାର ଦିନ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକଙ୍କ ନାମ ଜାମ୍ମୁ ଅଞ୍ଚଳର ସାମ୍ବା ନିବାସୀ 36 ବର୍ଷିୟ ରଜନୀ ବାଲା ବୋଲି ଜଣାପଡିଛି ।
ଶ୍ରୀନଗର : ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ମଙ୍ଗଳବାର ଦିନ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକଙ୍କ ନାମ ଜାମ୍ମୁ ଅଞ୍ଚଳର ସାମ୍ବା ନିବାସୀ 36 ବର୍ଷିୟ ରଜନୀ ବାଲା ବୋଲି ଜଣାପଡିଛି ।
ରଜନୀ ବାଲା କୁଲଗାମର ଗୋପାଳପୋରା ଅଞ୍ଚଳରେ ଶିକ୍ଷୟତ୍ରୀ ଭାବରେ ପୋଷ୍ଟିଂ ହୋଇଥିଲେ । ଏହି ଆକ୍ରମଣରେ ଗୁରୁତର ଆହତ ଅବସ୍ଥାରେ ରଜନୀଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆତଙ୍କବାଦୀ ରଜନୀଙ୍କୁ ଟାର୍ଗେଟ କରିଥଇବା ରାଜ୍ୟ ପୋଲିସ କହିଛି ।

ଆତଙ୍କବାଦୀମାନେ କୁଲଗାମର ଗୋପାଳପୋରା ଉଚ୍ଚ ବିଦ୍ୟାଳୟରେ ଆତଙ୍କବାଦୀ ଜଣେ ଶିକ୍ଷୟିତ୍ରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ବୋଲି କାଶ୍ମୀର ପୋଲିସ ଟ୍ୱିଟ୍ କରିଛି । ଗୁଳିରେ ଆହତ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସୁରକ୍ଷା ବାହିନୀ ଦ୍ୱାରା ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା ଏବଂ ଆକ୍ରମଣକାରୀଙ୍କ ସନ୍ଧାନ ଜାରି ରହିଛି । ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ ବୋଲି ପୋଲିସ କହିଛି ।
ଆପଣଙ୍କୁ କହି ରଖୁଛୁ କାଶ୍ମୀରରେ ସାମ୍ପ୍ରତିକ ସମୟରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି । ଗତ କିଛି ଦିନ ତଳେ ସାଧାରଣ ଲୋକଙ୍କୁ ନିରନ୍ତର ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ । ଅନେକ କାଶ୍ମୀରୀ ପଣ୍ଡିତ ମଧ୍ୟ ଆତଙ୍କବାଦୀଙ୍କ ଗୁଳିର ଟାର୍ଗେଟରେ ପରିଣତ ହୋଇଛନ୍ତି, ଏହି କାରଣରୁ କାଶ୍ମୀର ପଣ୍ଡିତମାନେ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିଲେ ।












Click it and Unblock the Notifications