ଖାଲି ଜୀବନ ନୁହେଁ ଚାକିରୀ ବି ନେଲା କରୋନା : ବେକାରୀ ହେଲେ 1 କୋଟି ଭାରତୀୟ !

ସାରା ବିଶ୍ୱକୁ କବଳିତ କରିଛି କରୋନା ମହାମାରୀ । କରୋନାର ଦ୍ୱିତୀୟ ଲହର ସିଧାସଳଖ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପକାଇଛି । ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଏକ କୋଟିରୁ ଅଧିକ ଲୋକ ଚାକିରୀ ହରାଇଛନ୍ତି ।

ନୂଆଦିଲ୍ଲୀ : ସାରା ବିଶ୍ୱକୁ କବଳିତ କରିଛି କରୋନା ମହାମାରୀ । କରୋନାର ଦ୍ୱିତୀୟ ଲହର ସିଧାସଳଖ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପକାଇଛି । ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଏକ କୋଟିରୁ ଅଧିକ ଲୋକ ଚାକିରୀ ହରାଇଛନ୍ତି । ଗତ ବର୍ଷ ମହାମାରୀ ଆରମ୍ଭଠୁ ନେଇ ଏପର୍ଯ୍ୟନ୍ତ 97 ପ୍ରତିଶତ ପରିବାରର ଆୟରେ ହ୍ରାସ ହୋଇଛି । ଏନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମହେଶ ବ୍ୟାସ ସୂଚନା ଦେଇଛନ୍ତି ।

job

ସେ କହିଛନ୍ତି ଯେ, ମେ ମାସରେ ପ୍ରାୟ ଏକ କୋଟି ଭାରତୀୟଙ୍କୁ ଚାକିରୀ ହରାଇବାକୁ ପଡିଛି । ଆଉ ରୋଜଗାର ହରାଇବାର କାରଣ ହେଉଛି କୋଭିଡ୍‌-19ର ଦ୍ୱିତୀୟ ଲହର । ଏଥିସହିତ ସଂକ୍ରମଣର ଏବଂ କଟକଣା କମିଲେ ଅର୍ଥ ବ୍ୟବସ୍ଥାରେ ଆସ୍ତେ ଆସ୍ତେ ଉନ୍ନତି ହେବା ସହ କିଛି ମାତ୍ରାରେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ । ଯେଉଁ ଲୋକ ରୋଜଗାର ହରାଇଛନ୍ତି ସେମାନଙ୍କୁ ନୂତନ ରୋଜଗାର ମିଳିବା ବହୁତ କଷ୍ଟ ।

ସୂଚନା ଅନୁସାରେ, ଗତ ବର୍ଷ କରୋନା ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଲାଗୁ ଲକଡାଉନ କାରଣରୁ ରୋଜଗାର ହାର 23.5 ପ୍ରତିଶତ ପହଞ୍ଚିଥିଲା । ଦ୍ୱିତୀୟ ଲହର ଶିଖରରେ ପହଞ୍ଚିଥିବାବେଳେ ରାଜ୍ୟଗୁଡିକରେ କଟକଣା ଧିରେ ଧିରେ ହଟିବାରେ ଲାଗିଛି । ଏହା ସହିତ ଆର୍ଥିକ ଗତିବିଧି ଆରମ୍ଭ ହେବାରେ ଲାଗିଛି ବୋଲି ଅନେକ ବିଶେଷଜ୍ଞ ମତ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+