Get Updates
Get notified of breaking news, exclusive insights, and must-see stories!

ଭାରତରେ ଓମିକ୍ରନ୍ ର ସବ୍-ଭାରିଆଣ୍ଟ XBB ସବୁଠାରୁ ଅଧିକ ବିସ୍ତାର କରୁଛି : INSACOG

ଓମିକ୍ରନର ସବ୍ ଭାରିଆଣ୍ଟ XBB ଭାରତରେ ସବୁଠାରୁ ଅଧିକ ବିସ୍ତାର କରୁଛି । ସୋମବାର INSACOG The Indian SARS-CoV-2 Genomics Consortium) ଜାରି କରିଥିବା ଏକ ବୁଲେଟିନ୍ ରେ ଏହା କୁହାଯାଇଛି ।

ନୂଆଦିଲ୍ଲୀ: ଚୀନ୍ ସମେତ ଅନ୍ୟ କେତେକ ଦେଶରେ କରୋନା ଭାଇରସ ପୁଣି ଆତଙ୍କ ରଚୁଥିବା ବେଳେ ଭାରତରେ ମଧ୍ୟ ଏହାର ଚିନ୍ତା ବଢିବାରେ ଲାଗିଛି । ଓମିକ୍ରନର ସବ୍ ଭାରିଆଣ୍ଟ XBB ଭାରତରେ ସବୁଠାରୁ ଅଧିକ ବିସ୍ତାର କରୁଛି । ସୋମବାର INSACOG The Indian SARS-CoV-2 Genomics Consortium) ଜାରି କରିଥିବା ଏକ ବୁଲେଟିନ୍ ରେ କୁହାଯାଇଛି ଯେ କରୋନାର ଓମିକ୍ରନ୍ ଏବଂ ଏହାର ସବ୍-ଭାରିଆଣ୍ଟ XBB ଭାରତରେ ବିସ୍ତାର କରୁଛି ।

corona virus

ବୁଲେଟିନ୍ ଅନୁଯାୟୀ, BA.2.75 ଏବଂ BA.2.10 ମଧ୍ୟ ଲୋକଙ୍କ ମଧ୍ୟରେ ବ୍ୟାପୁଛି କିନ୍ତୁ ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ କମ୍ ବିସ୍ତାର କରୁଛି । ଉତ୍ତର ପୂର୍ବ ଭାରତରେ BA.2.75 ଅଧିକ ଦେଖାଯାଉଛି, କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଗତ କିଛି ଦିନରେ ଏହି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡି ନାହିଁ କିମ୍ବା କୌଣସି ଗୁରୁତର ରୋଗୀ ସାମ୍ନାକୁ ଆସିନାହାଁନ୍ତି ।

INSACOG ପକ୍ଷରୁ କୁହାଯାଇଛି ଯେ ଓମିକ୍ରନ୍ ଏବଂ ଏହାର ଅନ୍ୟାନ୍ୟ ଭାରିଆଣ୍ଟର ମାମଲା ସାମ୍ନାକୁ ଆସୁଛି । XBB ହେଉଛି ଏହାର ସବୁଠାରୁ ବେଶୀ ସଂକ୍ରମଣ ହେଉଥିବା ଭାରିୁଆଣ୍ଟ, ଯାହା ଭାରତରେ ଦେଖାଯାଉଛି । ଏହାପୂର୍ବରୁ, ଡିସେମ୍ବର 5 ରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଥିଲା ଯେ ପ୍ରତିଦିନ ହାରାହାରି ସଂକ୍ରମଣ 500 ରୁ କମ୍ ଅଟେ । ଉତ୍ତର ଭାରତରେ XBB ଭାରିଆଣ୍ଟ ଅଧିକ ଦେଖାଯାଉଥିବାବେଳେ ପୂର୍ବରେ BA.3.75 ପ୍ରକାର ଅଧିକ ଦେଖାଯାଉଛି । ଗତ ସପ୍ତାହରେ BA.2.10 ଏବଂ ଅନ୍ୟାନ୍ୟ ଓମିକ୍ରନ୍ ଭାରିଆଣ୍ଟ ଗୁଡିକର ମାମଲା କମ୍ ଚିହ୍ନଟ ହେଉଥିଲା । କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତ୍ତି କରିବାର କୌଣସି ଆବଶ୍ୟକତା ପଡ଼ି ନାହିଁ ।

ଏହାପୂର୍ବରୁ, ଗତ ବର୍ଷ ନଭେମ୍ବର 28 ରେ ଦିଆଯାଇଥିବା ବୁଲେଟିନରେ INSACOG କହିଥିଲା ଯେ ଓମିକ୍ରନ୍ ଏବଂ ଏହାର ଅନ୍ୟାନ୍ୟ ଭାରିଆଣ୍ଟ ଭାରତରେ ଅଧିକ ଦେଖାଯାଇପାରେ । BA.2.75 ଭାରିଆଣ୍ଟ 46.5 ପ୍ରତିଶତରେ ଦେଖାଯାଉଥିବାବେଳେ XBB ଏବଂ ଏହାର ସବ୍ ଭାରିଆଣ୍ଟ 35.8 ପ୍ରତିଶତ କ୍ଷେତ୍ରରେ ଦେଖାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+