ଅସ୍ଥିରତା ଭିତରେ ମୁମ୍ବାଇରେ ଆସି ପହଞ୍ଚିଲା ତୈଳ ଟ୍ୟାଙ୍କର
ଲାଇବେରିଆ ପତାକା ଲାଗିଥିବା ଏକ ତୈଳ ଟ୍ୟାଙ୍କର ସାଉଦି ଆରବରୁ ଅଶୋଧିତ ତୈଳ ଧରି ଗତକାଲି ରାତିରେ ମୁମ୍ବାଇ ବନ୍ଦରରେ ପହଞ୍ଚିଛି । ଦିନେ ଦୁଇ ଦିନ ଭିତରେ ଟ୍ୟାଙ୍କରରୁ ତୈଳ ଖାଲି ହେବ । ଗତ ଫେବ୍ରୁଆରୀ ୨୮ ତାରିଖ ପରଠାରୁ ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଭିତରେ ଏହା ତୃତୀୟ ଜାହାଜ ଭାବେ ହୋର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତରେ ପହଞ୍ଚିଛି । ଯୁଦ୍ଧ ଯୋଗୁ ଇରାନ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଥିବାରୁ ସେହି ଜଳମାର୍ଗରେ ପଣ୍ୟବାହୀ ଜାହାଜ କିମ୍ବା ତୈଳ ଟ୍ୟାଙ୍କର ଚଳାଚଳ ବନ୍ଦ ରହିଛି । ତେବେ ଇରାନଠାରୁ ଅନୁମତି ନେବା ପରେ ଅଳ୍ପ କିଛି ଜାହାଜ କିମ୍ବା ଟ୍ୟାଙ୍କର ସେହି ଜଳମାର୍ଗ ଅତିକ୍ରମ କରିଛନ୍ତି ।

ସୂଚନା ଅନୁସାରେ ସ୍ମିରନୀ ନାମକ ଏକ ତୈଳ ଟ୍ୟାଙ୍କରରେ ୧୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରହିଛି । ଗ୍ରୀସ୍ର ଏକ ଜାହାଜ କମ୍ପାନି ଏହି ତୈଳ ଟ୍ୟାଙ୍କର ଚଳାଉଛି । ଏହି ତୈଳ ଭାରତର ଏକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିର ବୋଲି ଜଣାପଡିଛି । ହୋର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ପତାକା ଲାଗିଥିବା ଜାହାଜକୁ ଚଳାଚଳ ଲାଗି ଅନୁମତି ଦେବା ପାଇଁ ଭାରତ ସରକାର ଇରାନ ସରକାରଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି । ସେହିଭଳି ଭାରତକୁ ପଣ୍ୟ ଧରି ଆସୁଥିବା ଅନ୍ୟ ଦେଶର ପତାକା ଲାଗିଥିବା ଜାହାଜକୁ ମଧ୍ୟ ହୋର୍ମୁଜରେ ଅନୁମତି ଦେବାକୁ ଭାରତ ଅନୁରୋଧ ଜଣାଇଛି । ଭାରତର ଅନୁରୋଧକୁ ରକ୍ଷା କରି ଇରାନ ଅନୁମତି ଦେବା ପରେ ଗତକାଲି ଦୁଇଟି ଟ୍ୟାଙ୍କର ଏଲ୍ପିଜି ଧରି ଭାରତ ଅଭିମୁଖେ ଆସିଛନ୍ତି । ଗତକାଲି ଉଭୟ ଟ୍ୟାଙ୍କର ହୋର୍ମୁଜ ଜଳମାର୍ଗ ଅତିକ୍ରମ କରିଥିଲେ । ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଉଭୟ ଟ୍ୟାଙ୍କର ଭାରତରେ ପହଞ୍ଚିବେ ।
ଗତ ବୁଧବାର ଦୁଇଟି ଭାରତୀୟ ଟ୍ୟାଙ୍କର ସାଉଦି ଆରବ ଓ ଇରାକରୁ ଅଶୋଧିତ ତୈଳ ଧରି ହୋର୍ମୁଜ ଜଳମାର୍ଗ ଅତିକ୍ରମ କରିବା ପରେ ଭାରତରେ ପହଞ୍ଚିଛନ୍ତି । ଉଭୟ ଟ୍ୟାଙ୍କରରେ ୩୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରହିଛି । ସେଥିରୁ ଗୋଟିକରେ ଲାଇବେରିଆ ପତାକା ଲାଗିଥିବା ବେଳେ ଅନ୍ୟଟିରେ ଭାରତୀୟ ପତାକା ଲାଗିଥିଲା। ଇରାନ ସ୍ପଷ୍ଟ କରିଦେଇଛି ଯେ ହୋର୍ମୁଜ ପ୍ରଣାଳୀ ଆମେରିକା, ଇସ୍ରାଏଲ କିମ୍ବା ଏହାର ମିତ୍ର ରାଷ୍ଟ୍ରମାନଙ୍କ ପାଇଁ ବନ୍ଦ ରହିବ । ଅନ୍ୟ ଦେଶ ପାଇଁ ଏହାକୁ ବନ୍ଦ କରାଯାଇନାହିଁ । ହୋର୍ମୁଜ ଜଳମାର୍ଗ ବନ୍ଦ ହେବା ଯୋଗୁ ବିଶ୍ୱର ଅନେକ ଦେଶରେ ତୈଳ ଓ ଏଲ୍ପିଜି ସଙ୍କଟ ସୃଷ୍ଟି ହୋଇଛି ।
-
ପାକିସ୍ତାନରେ ୨ ଦିନିଆ ଲକଡାଉନ୍ -
IPL ୨୦୨୬: ଆଜିଠୁ ଆଇପିଏଲ, ଡିପେଣ୍ଡିଂ ଚାମ୍ପିଅନ ଆରସିବିକୁ ଭେଟିବ ଏସ୍ଆରଏଚ୍ -
ମହଜୁଦ ଅଛି ପେଟ୍ରୋଲିୟମ ସାମଗ୍ରୀ ଓ ଗ୍ୟାସ, ନିୟମାବଳୀକୁ ପାଳନ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର... -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ



Click it and Unblock the Notifications