Get Updates
Get notified of breaking news, exclusive insights, and must-see stories!

ପଞ୍ଚାୟତ ନିର୍ବାଚନ ହିଂସା: କେଉଁଠି ଗୁଳିମାଡ଼ ତ କେଉଁଠି ବୁଥ୍‌ ଭିତରେ ଗଣ୍ଡଗୋଳ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଆକ୍ରମଣ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲେ ମଧ୍ୟ କେତେକ ସ୍ଥାନରୁ ନିର୍ବାଚନୀ ହିଂସାର ଖବର ଆସିଛି । କେଉଁଠି ଗୁଳିମାଡ଼ ତ କେଉଁଠି ବୁଥ୍‌ ଭିତରେ ପସି ପିଟିଲେ । ଏମିତି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲେ ମଧ୍ୟ କେତେକ ସ୍ଥାନରୁ ନିର୍ବାଚନୀ ହିଂସାର ଖବର ଆସିଛି । କେଉଁଠି ଗୁଳିମାଡ଼ ତ କେଉଁଠି ବୁଥ୍‌ ଭିତରେ ପସି ପିଟିଲେ । ଏମିତି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

Odisha Panchayat Election Violence

ସମ୍ବଲପୁର

ସମ୍ବଲପୁରର ଠେଲକୁଲି ଘିଚାମୁରା ପଞ୍ଚାୟତ ଦେଉରା ଗାଁ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼ । ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଦେଉରା ଗାଁସ୍ଥିତ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଲଳିତଙ୍କ ଘର କବାଟରେ ୨ ଟି ଗୁଳି ଚିହ୍ନ ରହିଥିବା ବେଳେ କେହି ଆହତ ହୋଇ ନଥିବା ଜଣାଯାଇଛି । କବାଟରେ ୨ଟି ଗୁଳି ଚିହ୍ନ ଥିବା ସୂଚନା ମିଳିଛି ।

କଟକ

ସେହିପରି କଟକ ଜିଲ୍ଲା ସାଲେପୁର ବ୍ଲକର ଶିଶୁଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘରକୁ ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିଲା । ଦିଲ୍ଲୀପଙ୍କ ଶୋଇବା ଘର ଝରକାକୁ ଲକ୍ଷ୍ୟ କରି ଲଗାତାର ଦୁଇଟି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୁରୀ

ସେହିପରି ପୋଲିସ ଉପସ୍ଥିତିରେ ବୁଥ ଭିତରେ ପଶି ହଙ୍ଗାମା କରିଛନ୍ତି ଦୁଇ ଗୋଷ୍ଠୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଦେଖିବାକୁ ମିଳିଛି କିଛି ଏଭଳି ନିର୍ବାଚନୀ ହିଂସା। କୃଷ୍ଣପ୍ରସାଦ ବ୍ଲକର ଅଲଣ୍ଡା ପଞ୍ଚାୟତ ୪ ନମ୍ବର ବୁଥ୍‌ରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୩୦ରୁ ଅଧିକ ଆହତ ହୋଇଛନ୍ତି। ତିଛିଣି ଗାଁ ଲୋକେ ଭୋଟ ଦେଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଉପସ୍ଥିତିରେ ଦୁର୍ବୃତ୍ତମାନେ ଗଣ୍ଡଗୋଳ କରିଥିବା ଜଣାପଡ଼ିଛି। ଶତାଧିକ ଲୋକେ ହାତରେ ଠେଙ୍ଗାବାଡି ଧରି ପରସ୍ପର ଉପରେ ମାରପିଟ୍‌ କରିଛନ୍ତି। ଗାଡି ଗୁଡିକ ମଧ୍ୟ ବ୍ୟାପକ ଭଙ୍ଗା ରୁଜା ହୋଇଥିବା ଦେଖିବାକୁ ମିଳିଛି।

ଯାଜପୁର

ସେହିପରି ଯାଜପୁର ଜିଲ୍ଲାର ୪ଟି ବୁଥରେ ମତଦାନ ବନ୍ଦ ରହିଛି। ବୁଥ୍ ଜବରଦଖଲ ଓ ବିଶୃଙ୍ଖଳା ଯୋଗୁଁ ଧର୍ମଶାଳା ବ୍ଲକ ଅରାବକ ପଞ୍ଚାୟତର ୮ ନମ୍ବର ଏବଂ ଦେଓଦା ପଞ୍ଚାୟତର ୬ ଓ ୭ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି।

ସେହିପରି ଜିଲ୍ଲାର ସୁଜନପୁର ପଞ୍ଚାୟତରେ ବୁଥ୍ ଭଙ୍ଗାରୁଜା ହୋଇଛି। ସୁଜନପୁର ପଞ୍ଚାୟତର ଦୁର୍ଗାପୁର ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ୧ ନମ୍ବର ବୁଥରେ ଭଙ୍ଗାରୁଜା ଯୋଗୁଁ ବନ୍ଦ ରହିଛି ମତଦାନ। ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା କାରଣରୁ କବାଟ ଭାଙ୍ଗିବା ସହ ବାଲଟ ପେପର ଷ୍ଟାମ୍ପକୁ ଲୋକେ ନେଇଯାଇଥିବା ଅଭିଯୋଗ ହୋଇଛି। ଫଳରେ ବୁଥରେ ମତଦାନ ବନ୍ଦ ରହିଛି।

ଗଣମାଧ୍ୟମ ପ୍ରତିନିଧି ଆକ୍ରମଣ

ପୁରୀ ଜିଲ୍ଲା କଣାସ ବ୍ଲକରେ ଗଣମାଧ୍ୟମ ପ୍ରତିନିଧି ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଆଞ୍ଚିକ ଟିଭି ଚ୍ୟାନେଲର ରିପୋର୍ଟର । କଣାସ ବ୍ଲକ ବଡାଲ ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଥିବା ବେଳେ କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୪ ଗଣମାଧ୍ୟମ ପ୍ରତିନିଧୀ ଖବର ସଂଗ୍ରହରେ ଲାଗି ପଡ଼ିଲେ। ଏହାଦେଖି ଦୁର୍ବୃତ୍ତମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+