For Quick Alerts
Turn On Notification  
For Daily Alerts
Oneindia App Download

ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ଓଡ଼ିଶା ଜନ୍ମିତ ଆଇପିଏସ୍ ଅଫିସର

ବୈଠକ ପୂର୍ବରୁ ଗୃହ ମନ୍ତ୍ରଣାଳୟ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ସାତ ଜଣିଆ ସାମ୍ଭାବ୍ୟ ତାଲିକା ଚୟନ କମିଟି ନିକଟରେ ଦାଖଳ କରିଛନ୍ତି । ଏହି ତାଲିକାରେ ରହିଛନ୍ତି 1985 ବ୍ୟାଚ୍ ଓଡିଶାରେ ଜନ୍ମିତ କେରଳ କ୍ୟାଡର ଆଇପିଏସ୍ ଅଧିକାରୀ ଲୋକନାଥ ବେହେରାଙ୍କ ନାମ ।

|

ଭୁବନେଶ୍ୱର : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ନୂତନ ନିର୍ଦ୍ଦେଶକ ବାଛିବା ପାଇଁ ପ୍ରଧାନମନ୍ତ୍ରୀ ମେ 24 ରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି । ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା ଏବଂ ଲୋକସଭାର କଂଗ୍ରେସ ନେତା ଆଦିର ରଂଜନ ଚୌଧୁରୀ ମଧ୍ୟ ଏହି ସଭାରେ ଯୋଗଦେବେ ।

ବୈଠକ ପୂର୍ବରୁ ଗୃହ ମନ୍ତ୍ରଣାଳୟ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ସାତ ଜଣିଆ ସାମ୍ଭାବ୍ୟ ତାଲିକା ଚୟନ କମିଟି ନିକଟରେ ଦାଖଳ କରିଛନ୍ତି । ଏହି ତାଲିକାରେ ରହିଛନ୍ତି 1985 ବ୍ୟାଚ୍ ଓଡିଶାରେ ଜନ୍ମିତ କେରଳ କ୍ୟାଡର ଆଇପିଏସ୍ ଅଧିକାରୀ ଲୋକନାଥ ବେହେରାଙ୍କ ନାମ ।

loknath behera

ସୂଚନା ଅନୁସାରେ, ସମ୍ଭାବ୍ୟ ତାଲିକାରେ ନାମିତ ଅନ୍ୟ ମାନଙ୍କ ମଧ୍ୟରେ ସିବିଆଇ କାର୍ଯ୍ୟନିର୍ବାହୀ ମୁଖ୍ୟ ପ୍ରବୀଣ ସିହ୍ନା, ସୀମା ସୁରକ୍ଷା ବଳର ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ର ମହାନିର୍ଦ୍ଦେଶକ ଯୋଗେଶ ଚନ୍ଦ୍ର ମୋଦୀ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ଫୋର୍ସ (ସିଏସ୍ଏଫ୍) ନିର୍ଦ୍ଦେଶକ ସୁବୋଧ କାନ୍ତ ଜୈସୱାଲ, ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସର ମହାନିର୍ଦ୍ଦେଶକ ସୁରଜିତ ସିଂ ଦେଶୱାଲ ଏବଂ ଉତ୍ତରପ୍ରଦେଶ ପୋଲିସର ମହାନିର୍ଦ୍ଦେଶକ ହିତେଶ ଚନ୍ଦ୍ର ଆୱସ୍ତିଙ୍କ ନାମ ମଧ୍ୟ ରହିଛି ।

ବର୍ତ୍ତମାନ ଲୋକନାଥ ବେହେରା କେରଳର ଡିଜିପି ଭାବରେ ଦାୟିତ୍ୱ ତୁଲାଉଛନ୍ତି । ଏହାପୂର୍ବରୁ ସେ ଆଲାପୁଜାର ଏଏସପି, ଥିରୁବନନ୍ତପୁରମର ଡିସିପି, କୋଚି ପୋଲିସ କମିଶନର ଏବଂ ପୋଲିସ ମୁଖ୍ୟାଳୟରେ ଆଇଜି ଭାବରେ କାର୍ଯ୍ୟ କରିଛନ୍ତି ।

ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜିପି) ପଦୋନ୍ନତି ପରେ ତାଙ୍କୁ ଭିଜିଲାନ୍ସର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିଲା । ଏହା ବ୍ୟତୀତ, ବେହେରା 1995 ରୁ 2005 ପର୍ଯ୍ୟନ୍ତ ଏସପି ଏବଂ ଡିଜି ଭାବରେ ସିବିଆଇରେ 10 ବର୍ଷ କାର୍ଯ୍ୟ କରିଥିଲେ ଏବଂ NIA ରେ 6 ବର୍ଷ କାର୍ଯ୍ୟ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Born IPS Officer In Race of CBI Director Post.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X