ଦେଶରେ 21 ପ୍ରତିଶତ ସକ୍ରିୟ ରୋଗୀଙ୍କ ସଂଖ୍ୟା, ଓଡ଼ିଶା ସମେତ କେତେକ ରାଜ୍ୟରେ ବଢୁଛି ସଂକ୍ରମଣ ହାର
'କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ, ଆସାମ, ଜାମ୍ମୁ କାଶ୍ମୀର, ଗୋଆ, ହିମାଚଳ ପ୍ରଦେଶ, ପୁଡୁଚେରୀ, ମଣିପୁର, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରତିଦିନ ନୂଆ ମାମଲା ବୃଦ୍ଧି ହେଉଛି ।
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାର ସଂକ୍ରମଣକପ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି, ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଅନେକ ରାଜ୍ୟରୁ କରୋନା ସଂକ୍ରମଣର ହାର ହ୍ରାସ ହେଉଥିବା ନେଇ ଖବର ଆସୁଛି । କରୋନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ କହିଛି ଯେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡଖଣ୍ଡ, ତେଲେଙ୍ଗାନା, ଚଣ୍ଡିଗଡ଼, ଲଦାଖ, ଦାମନ ଏବଂ ଡିୟୁ, ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଏବଂ ନିକୋବରରେ ଦୈନିକ ନୂଆ ସଂକ୍ରମିତଙ୍କ ହାର କମିଛି ।

ଏହି ରାଜ୍ୟରୁ ଆସୁଛି ସଂକ୍ରମଣ ହ୍ରାସର ଖବର
ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ହାର ସାମାନ୍ୟ ହ୍ରାସ ହୋଇଛି । ଅନେକ ରାଜ୍ୟରେ ନୂତନ ରୋଗୀଙ୍କ ସଂଖ୍ୟା ହ୍ରାସ ଏବଂ ସୁସ୍ଥଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ରିପୋର୍ଟ କରୁଛନ୍ତି । ସେ କହିଛନ୍ତି, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଛତିଶଗଡ, ବିହାର ଏବଂ ଗୁଜରାଟରେ ମଧ୍ୟ ପ୍ରତିଦିନ ନୂଆ କରୋନା ମାମଲାରେ କ୍ରମାଗତ ହ୍ରାସ ଘଟୁଛି । ଦେଶରେ 13 ଟି ରାଜ୍ୟ ଅଛି ଯେଉଁଠାରେ 1 ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି । 6 ଟି ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା 50,000 ରୁ 1 ଲକ୍ଷ ମଧ୍ୟରେ ରହିଛି । ସେହିପରି 17 ଟି ରାଜ୍ୟରେ 50,000 ରୁ କମ୍ ସକ୍ରିୟ ମାମଲା ଅଛି ।
ଓଡ଼ିଶା ସମେତ ଏହି ରାଜ୍ୟରେ ବଢୁଛି ସଂକ୍ରମଣ ମାମଲା
ଯୁଗ୍ମ ସଚିବ ଲବ ଅଗ୍ରୱାଲ ଆହୁରି କହିଛନ୍ତି, 'କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ, ଆସାମ, ଜାମ୍ମୁ କାଶ୍ମୀର, ଗୋଆ, ହିମାଚଳ ପ୍ରଦେଶ, ପୁଡୁଚେରୀ, ମଣିପୁର, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରତିଦିନ ନୂଆ ମାମଲା ସଂଖ୍ୟା ବୃଦ୍ଧି ପାଉଛି ।' ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ଡାଇରେକ୍ଟର ଜେନେରାଲ ବଳରାମ ଭାର୍ଗବ କହିଛନ୍ତି ଯେ, ଅପ୍ରିଲ 30, 2021 ରେ ସାରା ଦେଶରେ 19 ଲକ୍ଷ 45 ହଜାର 299 ଟି ନମୁନା ପରୀକ୍ଷା କରାଯାଇଥିଲା । ଯାହାକି ବିଶ୍ୱସ୍ତରରେ ସର୍ବ ବୃହତ ରହିଛି । ଦେଶରେ କରୋନା ରୋଗୀଙ୍କ ସକ୍ରିୟ ହାର ପ୍ରାୟ 21 ପ୍ରତିଶତ ରହିଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।
Madhya Pradesh, Uttarakhand, Jharkhand, Telangana, Chandigarh, Ladakh, Daman and Diu, Lakshadweep and Andaman & Nicobar Islands showing continuous decrease in daily new COVID19 cases: Ministry of Health pic.twitter.com/yEWvygL1TZ
— ANI (@ANI) May 11, 2021
ଘରେ କରୋନା ପରୀକ୍ଷା ବିକଳ୍ପ ପାଇଁ ଜାରି ରହିଛି ବିଚାର
ବଳରାମ ଭାର୍ଗବ ଆହୁରି ମଧ୍ୟ କହିଛନ୍ତି, 'ସମସ୍ତ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ରରେ ରାପିଡ୍ ଆଣ୍ଟିଜେନ ପରୀକ୍ଷା (RAT) ଅନୁମତି ଦିଆଯାଉ, କୌଣସି ବୈଧତାର ଆବଶ୍ୟକ ନାହିଁ । ଘରେ ଲୋକଙ୍କ କରୋନା ପରୀକ୍ଷା କରିବାକୁ ସମାଧାନଗୁଡିକ ବିଷୟରେ ବିଚାର କରାଯାଉଛି ।
ସୂଚନାଯୋଗ୍ୟ, ସାରା ଦେଶରେ କରୋନା ମହାମାରୀ ଆତଙ୍କ ଖେଳାଇଛି । ମଙ୍ଗଳବାର (ମଇ 11) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3,29,942 ନୂତନ କରୋନା ମାମଲା ଚିହ୍ନଟ ହୋଇଥିବା ସହ 3,876 ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ କୋଭିଡ -19 ରୁ 3,56,082 ଲୋକ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 2,49,992 ଜଣଙ୍କର କରୋନାଜମନିତ ମୃତ୍ୟୁ ହୋଇଛି ।












Click it and Unblock the Notifications