ପୁଞ୍ଚ ଆତଙ୍କବାଦୀ ଆକ୍ରମଣରେ 5 ଯବାନ ସହିଦଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳ

ପୁଞ୍ଚ : ଜାମ୍ମୁ କାଶ୍ମୀରର ପୁଞ୍ଚରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାଞ୍ଚଜଣ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀମାନେ ସୈନିକଙ୍କ ଟ୍ରକ ଉପରକୁ ଆକ୍ରମଣ କରିଥିଲେ ଯେଉଁଥିରେ 5 ଯବାନ ସହିଦ ହୋଇଥିଲେ । ସହିଦ ସୈନିକମାନଙ୍କ ନାମ ପ୍ରକାଶ କରିଛି ଭାରତୀୟ ସେନା ।

ଏହି ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପାଞ୍ଚ ଜଣ ଯବାନଙ୍କ ମଧ୍ୟରେ ହବିଲଦାର ମନଦୀପ ସିଂ, ଲାନ୍ସ ନାୟକ ଦେବଶିଷ ବିଶ୍ୱାଳ, ଲାନ୍ସ ନାୟକ କୁଲୱନ୍ତ ସିଂହ, ସିପାହୀ ହରକୃଷ୍ଣ ସିଂହ ଏବଂ ସିପାହୀ ସେବକ ସିଂହ ଅଛନ୍ତି । ଏହି ଯବାନ ମାନେ ରାଷ୍ଟ୍ରିୟ ରାଇଫଲ ୟୁନିଟରେ ନିୟୋଜିତ ଥିଲେ ଏବଂ ଆତଙ୍କବାଦୀ ଅପରେସନରେ କାର୍ଯ୍ୟ କରୁଥିଲେ ।

debasish biswal

ସହିଦ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ପୁଅ। । ସେ ହେଉଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ୱାଳ । ପ୍ରତାପ ବିଶ୍ୱାଳ ଓ ମମତା ବିଶ୍ୱାଳଙ୍କ ବଡ଼ପୁଅ ଦେବାଶିଷ ପ୍ରାୟ 10 ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ । 2022 ମସିହା ମେ 4 ତାରିଖରେ ତାଙ୍କର ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କ ସହ ବିବାହ ହୋଇଥିଲା । ସେମାନଙ୍କର ଛୋଟ ଝିଅଟିଏ ବି ଅଛି ।

ଆତଙ୍କବାଦୀ ଆକ୍ରମଣରେ ଦେବାଶିଷଙ୍କ ଆକସ୍ମିକ ମୃତ୍ୟୁ ଖବର ପରିବାର ସହ ସାରା ଗ୍ରାମରେ ଶୋକର ଲହରି ଖେଳାଇଦେଇଛି । ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି ।

ଆପଣଙ୍କୁ କହି ରଖଉଛୁ ରଜୌରୀ ସେକ୍ଟରରେ ଆତଙ୍କବାଦୀମାନେ ସୈନିକଙ୍କ ଗାଡି ଉପରେ ଆକ୍ରମଣ କରିବା ସମୟରେ ଏହି ଘଟଣା ଘଟିଥିଲା । ଏହି ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଏକ ଅପରେସନ୍ ଆରମ୍ଭ କରାଯାଇଥିଲା, କିନ୍ତୁ ଆକ୍ରମଣକାରୀଙ୍କ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

ରିପୋର୍ଟ ଅନୁଯାୟୀ, ଏହି ଆତଙ୍କବାଦୀ ଆକ୍ରମଣରେ ଜୈଶ ର PAFF ନିଜକୁ ଦାୟୀ କରିଛି । PAFF ମୁଖପାତ୍ର ତନଭୀର ଅହମ୍ମଦ ଏହି ଆକ୍ରମଣ ପାଇଁ ସେମାନେ ଦାୟୀ ବୋଲି ଏକ ବିବୃତ୍ତିରେ କହିଛି । ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ଜି -20 ବୈଠକକୁ ଟାର୍ଗେଟ କରାଯିବ ବୋଲି ସେ ଧମକ ଦେଇଛି ।

ସୂଚନାଥାଉକି, 26-28 ଅପ୍ରେଲ ଲେହ ରେ ଏବଂ 22 -24 ଅପ୍ରେଲ ପର୍ଯ୍ୟନ୍ତ ଶ୍ରୀନଗରରେ ଯେ ଜି -20 ବୈଠକ ହେବ । ଏହି ବୈଠକ ପୂର୍ବରୁ ଘଟିଥିବା ଆକ୍ରମଣ ଯୋଗୁଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+