ଜିପିଏସ୍ ଫୋନ୍ ବହନ କରିବା ପାଇଁ ବିମାନରେ ଯିବାକୁ ଅନୁମତି ପାଇଲେ ନାହିଁ ଓଡ଼ିଆ ଛାତ୍ର
ମଙ୍ଗଳବାର ରାତିରେ ବେଙ୍ଗାଲୁରୁ କେମ୍ପାଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରୁ ଓଡ଼ିଶା ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଜଣେ ଓଡ଼ିଆ ପିଏଚ.ଡି ଛାତ୍ର ଜିପିଏସ୍ ଫୋନ୍ ବହନ କରିଥିବାରୁ ତାଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇ ନଥିଲା ।
ବେଙ୍ଗାଲୁରୁ : ବିମାନରେ ଯାତ୍ରା ସମୟରେ ଜିପିଏସ୍ ଫୋନ୍ ବହନ କରିଥିବାରୁ ଜଣେ ଓଡ଼ିଆ ଛାତ୍ରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ମଙ୍ଗଳବାର ରାତିରେ ବେଙ୍ଗାଲୁରୁ କେମ୍ପାଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରୁ ଓଡ଼ିଶା ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଜଣେ ଓଡ଼ିଆ ପିଏଚ.ଡି ଛାତ୍ର ଜିପିଏସ୍ ଫୋନ୍ ବହନ କରିଥିବାରୁ ତାଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇ ନଥିଲା ।

ତାଙ୍କ ପାଖରେ ଏକ ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍ (ଜିପିଏସ୍) ଫୋନ୍ ଥିଲା । ଯେତେବେଳେ ତାଙ୍କର ବିମାନ ରାତି 8:45 ରେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା ଓଡ଼ିଆ ଛାତ୍ର ବିକାଶ ସାହୁ ବିମାନବନ୍ଦର ପୋଲିସ ଷ୍ଟେସନରେ ରହିଥିଲେ ।
ଖୋର୍ଦ୍ଧାସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରେ ଜୈବ ବିଜ୍ଞାନରେ ତାଙ୍କର ତୃତୀୟ ବର୍ଷ ପିଏଚଡି ଅଧ୍ୟୟନ କରୁଥିବା ସାହୁ ରାତି ପ୍ରାୟ 7 ଟା ସମୟରେ ବିମାନବନ୍ଦରରୁ ଇଣ୍ଡିଗୋ ବିମାନ (6E 411) ଦ୍ୱାରା ଭୁବନେଶ୍ୱର ଯିବାକୁ ପ୍ରସ୍ତୁତ ହେଉଥିଲେ । 26 ବର୍ଷୀୟ ଛାତ୍ର କହିଛନ୍ତି, "ମୁଁ ମୋର ଗ୍ରାମିନ ଜିପିଏସ୍ ଫୋନକୁ ମୋ ବ୍ୟାଗରେ ରଖିଥିଲି ଏବଂ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍) ଦ୍ୱାରା ମୋର ବ୍ୟାଗ ସ୍କ୍ରିନିଂ ସମୟରେ ଏହାକୁ ବାହାର କରି ଯାଞ୍ଚ କରାଯାଇଥିଲା । ମୋତେ କୁହାଯାଇଥିଲା ବିମାନ ବନ୍ଦର ଭିତରେ ଏହି ନିର୍ଦ୍ଦିଷ୍ଟ ଫୋନ୍ ନିଷେଧ । ମୋତେ ସେଠାରେ ଅଟକ ରଖାଯାଇଥିଲା ।"
ପରେ ସିଆଇଏସ୍ଏଫ୍ ବିମାନବନ୍ଦର ପୋଲିସକୁ ଡାକି ଛାତ୍ରଙ୍କ ଦ୍ୱାରା ନିଷିଦ୍ଧ ଫୋନ୍ ଥିବା ଅଭିଯୋଗ ଆଣିଥିଲା । ଛାତ୍ରଙ୍କୁ ବିମାନବନ୍ଦର ପୋଲିସ ଷ୍ଟେସନକୁ ଯିବାକୁ ପଡିଲା । ମୁଁ ମୋର ପାଠ୍ୟକ୍ରମର ଏକ ଅଂଶ ଭାବରେ ମାଟି ପରୀକ୍ଷା କରେ ଏବଂ ଏହି ଫୋନ୍ ମୋ ପାଇଁ ଏକ ଅବସ୍ଥାନ ସୂଚକ ଭାବରେ ଅତ୍ୟନ୍ତ ଉପଯୋଗୀ ଅଟେ । ତେଣୁ ମୁଁ ଏହାକୁ ସବୁବେଳେ ମୋ ସାଙ୍ଗରେ ନେଇଥାଏ । ବିମାନବନ୍ଦର ଭିତରେ ଏହା ଅନୁମତିପ୍ରାପ୍ତ ନୁହେଁ ବୋଲି ମୁଁ ଜାଣି ନଥିଲି ବୋଲି କହିଛନ୍ତି ଛାତ୍ର ।
ଯଦିଓ କିଛି ସମୟ ପାଇଁ ପଚରାଉଚରା ଜାରି ରହିଲା ଏବଂ ସାହୁ ରାତି 10 ଟା ପର୍ଯ୍ୟନ୍ତ ଷ୍ଟେସନରେ ଥିଲେ ଏବଂ ସେ ବିମାନ ଯାତ୍ରା କରିପାରିନଥିଲେ । ପରବର୍ତ୍ତୀ ଯାଞ୍ଚ ପାଇଁ ତାଙ୍କ ଫୋନକୁ ପୋଲିସ ଜବତ କରିଛି ଏବଂ ବିସ୍ତୃତ ବିବରଣୀ ଦାଖଲ କରିବା ପରେ ତାଙ୍କୁ ଛାଡି ଦିଆଯାଇଛି ।
ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି, "ବିମାନ ଭିତରେ କିମ୍ବା ବିମାନ ବନ୍ଦର ପରିସରରେ ଯେକୌଣସି ପ୍ରକାରର ଉପଗ୍ରହ ଫୋନକୁ ଭାରତର କୌଣସି ସ୍ଥାନରେ ଅନୁମତି ଦିଆଯାଇନଥାଏ । ଏହା ନିଷେଧ ଏବଂ ଏହା ଭାରତୀୟ ବେତାର ଅଧିନିୟମ ତଥା ଟେଲିଗ୍ରାଫ୍ ଆକ୍ଟ ଅନୁଯାୟୀ ବେଆଇନ ବୋଲି ବିବେଚନା କରାଯାଏ ।
-
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ












Click it and Unblock the Notifications