ଜୈସର ଆତଙ୍କବାଦୀର ବଡ଼ ଖୁଲାସା : ପାକିସ୍ତାନର ନଜରରେ ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍

ଜୈଶ-ଏ-ମହମ୍ମଦ ସହ ଜଡିତ ଆତଙ୍କବାଦୀ କହିଛି ପାକିସ୍ତାନ ଭାରତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି । ଗିରଫ ଆତଙ୍କବାଦୀଙ୍କ ନିକଟରୁ ଏନଏସଏ ଅଜିତ ଡୋଭାଲଙ୍କୁ ଫଲୋ କରୁଥବାର ଏକ ଭିଡିଓ ମିଳିଛି ।

ନୂଆଦିଲ୍ଲୀ : ଫେବୃଆରୀ 6 ରେ ଜାମ୍ମୁ କାଶ୍ମୀରର କୁଞ୍ଜୱାନି ଅଞ୍ଚଳରୁ ଗିରଫ ହୋଇଥିବା ଲସ୍କର-ଓ-ମୁସ୍ତାଫା ମୁଖ୍ୟ ହିଦାୟତୁଲ୍ଲା ମଲିକ ଶନିବାର ପଚରାଉଚରା ବେଳେ ଏକ ବଡ଼ ଖୁଲାସା କରିଛି । ଜୈଶ-ଏ-ମହମ୍ମଦ ସହ ଜଡିତ ଆତଙ୍କବାଦୀ କହିଛି ପାକିସ୍ତାନ ଭାରତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି । ଗିରଫ ଆତଙ୍କବାଦୀଙ୍କ ନିକଟରୁ ଏନଏସଏ ଅଜିତ ଡୋଭାଲଙ୍କୁ ଫଲୋ କରୁଥବାର ଏକ ଭିଡିଓ ମିଳିଛି । ଏହା ପରେ ଏନଏସଏ କାର୍ଯ୍ୟାଳୟ ଏବଂ ଅଜିତ ଡୋଭାଲଙ୍କ ସୁରକ୍ଷା କଡ଼ାକଡ଼ି କରିଦିଆଯାଇଛି ।

Ajit-Doval

ସୂଚନାଯୋଗ୍ୟ, 2016 ର ଉରି ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ 2019 ର ବାଲାକୋଟ ଆକ୍ରମଣ ପରଠାରୁ ଅଜିତ ଡୋଭାଲ ପାକିସ୍ତାନରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀର ଟାର୍ଗେଟରେ ଅଛନ୍ତି । ଜୈଶ-ଏ-ମହମ୍ମଦର ଏହି ବୟାନ ପରେ ଏନଏସଏ ଅଜିତ ଡୋଭାଲଙ୍କ ସମ୍ଭାବ୍ୟ ବିପଦ ସୁରକ୍ଷା ଏଜେନ୍ସି ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି । ଦିଲ୍ଲୀ ଏବଂ ଶ୍ରୀନଗରର ଅଧିକାରୀ କହିଛନ୍ତି ଯେ ଫେବୃଆରୀ 6 ରେ ଗିରଫ ହୋଇଥିବା ଶୋପିୟାନର ବାସିନ୍ଦା ଜୈଶ ଅପରେଟିଭ୍ ହିଦାୟତୁଲ୍ଲା ମଲିକକୁ ପଚରାଉଚରା ବେଳେ ଡୋଭାଲଙ୍କ କାର୍ଯ୍ୟାଳୟର ଏକ ବିସ୍ତୃତ ଭିଡିଓ ପାଇଥିଲା ।

ଆତଙ୍କବାଦୀ ହିଦାୟତୁଲ୍ଲା ମଲିକ ପଚରାଉଚରା ବେଳେ କହିଛି ଯେ, ଅଜିତ ଡୋଭାଲଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏନଏସଏ କାର୍ଯ୍ୟାଳୟର ଭିଡିଓ ସୁଟ୍ କରିଥିଲେ । ଏଥିସହିତ ଆତଙ୍କବାଦୀ ଜାମ୍ମୁରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ କାର୍ଯ୍ୟକାରୀ କରିବା ପାଇଁ ଆସିଥିଲା ବୋଲି ସେ କହିଛି ।

ସୁରକ୍ଷା ବାହିନୀ ଅନୁଯାୟୀ, ଗତ ମାସ ଜାନୁଆରୀରୁ ହିଦାୟତୁଲ୍ଲା ମଲିକଙ୍କୁ ଧରିବା ପାଇଁ ଅପରେସନ୍ ଆରମ୍ଭ ହୋଇଥିଲା । ହିଦାୟତୁଲ୍ଲା ସହରର ଭାଟିଣ୍ଡି ଅଞ୍ଚଳରେ ଏକ ଘର ଭଡା ନେଇଥିଲା । ଗିରଫ ସମୟରେ ତା ନିକଟରୁ ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+