Get Updates
Get notified of breaking news, exclusive insights, and must-see stories!

ଉତ୍ତର-ପୂର୍ବ ନିର୍ବାଚନ ଫଳାଫଳ 2023ର ଟିକିନିଖି ଖବର ପାଆନ୍ତୁ ଡେଲି ହଣ୍ଟରେ

ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ସରିଛି ବିଧାନସଭା ନିର୍ବାଚନ । ତିନି ରାଜ୍ୟର ଫଳାଫଳ ମାର୍ଚ୍ଚ 2 ରେ ପ୍ରକାଶ ପାଇବ ।

election

ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ସରିଛି ବିଧାନସଭା ନିର୍ବାଚନ । ତିନି ରାଜ୍ୟର ଫଳାଫଳ ମାର୍ଚ୍ଚ 2 ରେ ପ୍ରକାଶ ପାଇବ । ତିନି ରାଜ୍ୟରେ 60 ଲେଖାଏଁ ଆସନ ଥିବାବେଳେ କେବଳ ତ୍ରିପୁରାକୁ ବାଦ୍ ଦେଲେ ଅନ୍ୟ ଦୁଇ ରାଜ୍ୟରେ 59 ଆସନ ପାଇଁ ମତଦାନ ହୋଇଛି । କିନ୍ତୁ ତିନି ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ରହିଛି 31 ଆସନ ।

ତ୍ରିପୁରା

ତ୍ରିପୁରାରେ ମୋଟ 60 ଆସନ ପାଇଁ ହୋଇଛି ମତଦାନ । 2018 ବିଧାନସଭା ନିର୍ବାଚନରେ ବିଜେପି-ଆଇପିଏଫଟି ଗଠବନ୍ଧନ ପ୍ରତିଦ୍ୱନ୍ଦ୍ୱୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) କୁ ପରାସ୍ତ କରି କ୍ଷମତାକୁ ଆସିଥିଲା । ବିଜେପି 35 ଆସନ ପାଇଥିବା ବେଳେ ଆଇପିଏଫଟି କୁ ମିଳିଥିଲା 8 ଆସନ । ଯାହାକି ସରକାର ଗଠନ ପାଇଁ ବହୁମତ ସାବ୍ୟସ୍ତ କରିବାକୁ ଉଭୟ ଦଳକୁ ଅତି ସହଜ ହୋଇଥିଲା ।

ଅପରପକ୍ଷରେ ବାମପନ୍ଥୀ ଏବଂ କଂଗ୍ରେସ 2018 ନିର୍ବାଚନ ପରି ମଧ୍ୟ ଚଳିତ ନିର୍ବାଚନରେ ଏକାଠି ଲଢିଛନ୍ତି । କିନ୍ତୁ ଦୁଇ ଦଳ ପାଇଁ ଆହ୍ୱାନ ପାଲଟିଛି ଟିଏମସି । ଟିଏମସି ରାଜ୍ୟରେ ଦୃଢ ହେବାକୁ ଯଥେଷ୍ଟ ପ୍ରୟାସ ମଧ୍ୟ କରିଛି । ତ୍ରିପୁରାରେ ଆଦିବାସୀ ଭୋଟ୍ ର ମହତ୍ତ୍ୱ ଯଥେଷ୍ଟ ରହିଛି । ଟିପ୍ରା ମୋଥା 'ଗ୍ରେଟର ଟିପ୍ରାଲାଣ୍ଡ'ର ଉଦୟ ପରେ ବିଜେପି, କଂଗ୍ରେସ ଏବଂ ବାମପନ୍ଥୀ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ନାଗାଲାଣ୍ଡ

ଶାସକ ମିଳିତ ମଞ୍ଚର ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫି ରିଓ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଇନ୍ସ ରାଜ୍ୟରେ ଶକ୍ତିଶାଳୀ ହେବାକୁ ଯାଉଛନ୍ତି । ତାଙ୍କ ବିରୋଧରେ କୌଣସି ଦୃଢ ପ୍ରତିଦ୍ୱନ୍ଦି ନାହାଁନ୍ତି ।

2018 ରେ, ନାଗା ପିପୁଲ୍ସ ଫ୍ରଣ୍ଟ (NPF) 27 ଆସନ ଜିତି ଏକକ ବୃହତ ଦଳ ଭାବରେ ଉଭା ହୋଇଥିଲା । କିନ୍ତୁ ବିଜେପି, ଏନଡିପିପି, ଜନତା ଦଳ (ୟୁନାଇଟେଡ୍) ସହିତ ମେଣ୍ଟ କରି ସରକାର ଗଠନ କଲା । 2021 ମସିହାରେ NPF ମଧ୍ୟ ଶାସକ ମିଳିତ ମଞ୍ଚରେ ଯୋଗ ଦେଇଥିବାବେଳେ ଗତ ବର୍ଷ ଏହାର 21 ଜଣ ବିଧାୟକ ଏନଡିପିପିରେ ଯୋଗଦେବା ପରେ ଏହା ବର୍ତ୍ତମାନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ଏଥର ବିଜେପି 60 ଟି ସିଟ୍ ମଧ୍ୟରୁ 20 ଟିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ 40 ଟିରେ ଏନଡିପିପି ପ୍ରାର୍ଥୀଙ୍କୁ ସମର୍ଥନ କରୁଛି ।

ମେଘାଳୟ

2018 ନିର୍ବାଚନରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) 19 ଟି ଆସନ, କଂଗ୍ରେସ 21 ଟି ଆସନ ଏବଂ ଭାରତୀୟ ଜନତା ପାର୍ଟି ଦୁଇଟି ଆସନ ଜିତିଥିଲା । ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (ୟୁଡିପି) 6 ଟି ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିଲା । ତେବେ ଏନପିପି ନେତୃତ୍ୱାଧୀନ ମେଘାଳୟ ଡେମୋକ୍ରାଟିକ୍ ଆଲାଇନ୍ସ (ଏମଡିଏ) ବିଜେପି, ୟୁଡିପି ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳର ସହଯୋଗରେ କ୍ଷମତାକୁ ଆସିଥିଲା ।
ଏଥର ବିଜେପି ଏବଂ ଏନପିପି ଅଲଗା ଅଳଗା ନିର୍ବାଚନ ଲଢୁଥିବା ବେଳେ ଟିଏମସି ରାଜ୍ୟରେ ଦୃଢ ପ୍ରତିଦ୍ୱନ୍ଦି ଭାବେ ଉଭା ହୋଇଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କନରାଡ ସାଙ୍ଗମା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଗାରୋ ହିଲ୍ସ ଅଞ୍ଚଳରୁ କଡ଼ା ମୁକାବିଲା କରୁଛନ୍ତି ।

ଡେଲି ହଣ୍ଟ କଭରେଜ୍

ଡେଲି ହଣ୍ଟ ତିନି ରାଜ୍ୟ ବିଧାନସଭା ନିର୍ବାଚନକୁ ଲାଇଭ୍ କଭର୍ କରୁଛି । ଆମେ ବିଶ୍ୱାସ କରୁ ଯେ ନିର୍ବାଚନ କେବଳ ସଂଖ୍ୟା ନୁହେଁ । ଏକ ସଠିକ୍ ତଥ୍ୟ ଦେଇ ବିଶ୍ଳେଷଣ କରିବା ଆମର ଲକ୍ଷ୍ୟ, ଯାହା ପ୍ରତ୍ୟେକ ପାଠକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ନିର୍ବାଚନୀ ସଂଖ୍ୟା ଆସିବା ପରେ ଆମେ ଏହାକୁ ବିଶ୍ଳେଷଣାତ୍ମକ ଡଙ୍ଗରେ ପ୍ରସ୍ତୁ କରିଥାଉ । ଫଳାଫଳ ବିଶ୍ଳେଷଣ ଏପରି ଭାବେ ଉପସ୍ଥାପିତ ହେବ ଯାହା ସାଧାରଣ ପାଠକ ଓ ଦର୍ଶକ ଠାରୁ ରାଜନୈତିକ ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉପାଦେୟ ହେବ ।

ଆମେ ଡେଲି ହଣ୍ଟରେ କଭରେଜ୍ ମାଧ୍ୟମରେ ଏକ ଭଲ ଟ୍ୟାବଲେଡ୍ ଫର୍ମାଟରେ ସମଗ୍ର ଭାରତରୁ ଫଳାଫଳର ଅପଡେଟ୍ ତଥ୍ୟ ଦେଇଥାଉ । ବର୍ତ୍ତମାନର ଫଳାଫଳ, ଗତ ନିର୍ବାଚନର ଫଳାଫଳ ସହିତ ତୁଳନା, ପାଠକଙ୍କ ପ୍ରତିକ୍ରିୟା ଗ୍ରହଣ କରିବା ଏପରିକି ସୋଶାଲ ମିଡ଼ିଆ, ଟ୍ୱିଟର, ଲାଇଭ୍ ବ୍ଲଗ, ଭାଇରାଲ ମିମ୍ସ, ଭିଡ଼ିଓ ଆଦି ପ୍ରସ୍ତୁତ କରି ପାଠକଙ୍କ ନିକଟରେ ସଠିକ୍ ତଥ୍ୟ ଉପସ୍ଥାପନ କରିଥାଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+