ଟୀକାକରଣ ବିନା ମିଳିବନି ପେଟ୍ରୋଲ, ଗ୍ୟାସ ଏବଂ ରାସନ, ଏହି ସହରରେ ଲାଗୁ ହେଲା ନିୟମ
ଯେଉଁମାନେ ଏପର୍ଯ୍ୟନ୍ତ କରୋନା ଟିକା ନେଇ ନାହାଁନ୍ତି ସେମାନେ ପେଟ୍ରୋଲ, ଗ୍ୟାସ କିମ୍ବା ରାସନ ପାଇବେ ନାହିଁ । ଏଥିସହ ସେମାନଙ୍କୁ ଜିଲ୍ଲାର ପର୍ଯ୍ୟଟନସ୍ଥଳୀରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ।
ଔରଙ୍ଗାବାଦ : ଶତପ୍ରତିଶତ କୋଭିଡ ଟୀକାକରଣର ଲକ୍ଷ୍ୟ ହାସଲ କରିବାକୁ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲା ପ୍ରଶାସନ କଠୋର ନିଷ୍ପତ୍ତି ନେଇଛି । ଏହା ଅଧୀନରେ, ଯେଉଁମାନେ ଏପର୍ଯ୍ୟନ୍ତ କରୋନା ଟିକା ନେଇ ନାହାଁନ୍ତି ସେମାନେ ପେଟ୍ରୋଲ, ଗ୍ୟାସ କିମ୍ବା ରାସନ ପାଇବେ ନାହିଁ । ଏଥିସହ ସେମାନଙ୍କୁ ଜିଲ୍ଲାର ପର୍ଯ୍ୟଟନସ୍ଥଳୀରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ଏବଂ ରାଜ୍ୟ ତଥା ଜିଲ୍ଲା ମଧ୍ୟରେ ଏଭଳି ଲୋକଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ ।

ପର୍ଯ୍ୟଟନ ସ୍ଥଳରେ ଅବସ୍ଥିତ ହୋଟେଲ, ରିସର୍ଟ ଏବଂ ଦୋକାନରେ ଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଟୀକାକରଣ ବାଧ୍ୟତାମୂଳକ କରିବା ପାଇଁ ଔରଙ୍ଗାବାଦ ଜିଲ୍ଲା ପ୍ରଶାସନ ଏକ ନିର୍ଦ୍ଦେଶ ଜାରି କରିଛି । ନଭେମ୍ବର 9 ତାରିଖରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଏହା କାର୍ଯ୍ୟକାରୀ ହୋଇଛି ।












Click it and Unblock the Notifications