ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ
ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଶନିବାର କହିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ବିନା ଅକ୍ଟୋବର 25 ରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦିଆଯିବ ନାହିଁ ।
ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବିନା ପଲ୍ୟୁସନ୍ ସାର୍ଟିଫିକେଟରେ ମିଳିବନି ପେଟ୍ରୋଲ-ଡିଜେଲ । ଅକ୍ଟୋବର 25 ରୁ ଦେଶର ରାଜଧାନୀ ଦିଲ୍ଲୀରେ ଏହି ନିୟମ ଲାଗୁ ହେବାକୁ ଯାଉଛି ।
ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଶନିବାର କହିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ବିନା ଅକ୍ଟୋବର 25 ରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦିଆଯିବ ନାହିଁ । ଦିଲ୍ଲୀର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଦିଗରେ ଏହି ନିଷ୍ପତ୍ତି ନିଆଯାଇଛି । ପିଟିଆଇର ରିପୋର୍ଟ ଅନୁଯାୟୀ, ଗୋପାଳ ରାୟ କେବଳ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଶୀଘ୍ର ଜାରି କରାଯିବ ।

ଆପଣଙ୍କୁ କହି ରୁଖୁଛୁ ସେପ୍ଟେମ୍ବର 29 ରେ ଦିଲ୍ଲୀରେ ପରିବେଶ, ପରିବହନ ଏବଂ ଟ୍ରାଫିକ ବିଭାଗର ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାର ପଦ୍ଧତି ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅକ୍ଟୋବର 25 ରୁ ଦିଲ୍ଲୀରେ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିରେ ଯାନବାହନ ନିର୍ଗମନ ଅନ୍ୟତମ ଏବଂ ଏହାକୁ ହ୍ରାସ କରିବା ଜରୁରୀ ଅଟେ । ତେଣୁ ନିଷ୍ପତ୍ତି ନିଆଯାଇଛି ଯେ ଅକ୍ଟୋବର 25 ରୁ ପେଟ୍ରୋଲ ପମ୍ପରେ PUC ସାର୍ଟିଫିକେଟ୍ ବିନା ପେଟ୍ରୋଲ ଏବଂ ଡିଜେଲ ଦିଆ ଯିବ ନାହିଁ । ପ୍ରଦୂଷଣର ମୁକାବିଲା ପାଇଁ ତଥା ସଂଶୋଧିତ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ର ପ୍ରଭାବଶାଳୀ ତଥା ଗମ୍ଭୀର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ସରକାର ଅକ୍ଟୋବର 3 ରେ 24X7 ୱାରରୁମ୍ ଆରମ୍ଭ କରିବେ ବୋଲି ସେ କହିଛନ୍ତି । ଅକ୍ଟୋବର 6 ରୁ ଦିଲ୍ଲୀରେ ପ୍ରଦୂଷଣ ମୁକ୍ତ ଅଭିଯାନ ମଧ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ନିର୍ମାଣ ସ୍ଥଳରେ ଧୂଳି ପ୍ରଦୂଷଣ ଯାଞ୍ଚ ପାଇଁ ଅଚାନକ୍ ଯାଞ୍ଚ କରାଯିବ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications