For Quick Alerts
Turn On Notification  
For Daily Alerts
Oneindia App Download

ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଶନିବାର କହିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ବିନା ଅକ୍ଟୋବର 25 ରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦିଆଯିବ ନାହିଁ ।

|

ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବିନା ପଲ୍ୟୁସନ୍ ସାର୍ଟିଫିକେଟରେ ମିଳିବନି ପେଟ୍ରୋଲ-ଡିଜେଲ । ଅକ୍ଟୋବର 25 ରୁ ଦେଶର ରାଜଧାନୀ ଦିଲ୍ଲୀରେ ଏହି ନିୟମ ଲାଗୁ ହେବାକୁ ଯାଉଛି ।

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଶନିବାର କହିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ବିନା ଅକ୍ଟୋବର 25 ରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦିଆଯିବ ନାହିଁ । ଦିଲ୍ଲୀର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଦିଗରେ ଏହି ନିଷ୍ପତ୍ତି ନିଆଯାଇଛି । ପିଟିଆଇର ରିପୋର୍ଟ ଅନୁଯାୟୀ, ଗୋପାଳ ରାୟ କେବଳ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଶୀଘ୍ର ଜାରି କରାଯିବ ।

petrol

ଆପଣଙ୍କୁ କହି ରୁଖୁଛୁ ସେପ୍ଟେମ୍ବର 29 ରେ ଦିଲ୍ଲୀରେ ପରିବେଶ, ପରିବହନ ଏବଂ ଟ୍ରାଫିକ ବିଭାଗର ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାର ପଦ୍ଧତି ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅକ୍ଟୋବର 25 ରୁ ଦିଲ୍ଲୀରେ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିରେ ଯାନବାହନ ନିର୍ଗମନ ଅନ୍ୟତମ ଏବଂ ଏହାକୁ ହ୍ରାସ କରିବା ଜରୁରୀ ଅଟେ । ତେଣୁ ନିଷ୍ପତ୍ତି ନିଆଯାଇଛି ଯେ ଅକ୍ଟୋବର 25 ରୁ ପେଟ୍ରୋଲ ପମ୍ପରେ PUC ସାର୍ଟିଫିକେଟ୍ ବିନା ପେଟ୍ରୋଲ ଏବଂ ଡିଜେଲ ଦିଆ ଯିବ ନାହିଁ । ପ୍ରଦୂଷଣର ମୁକାବିଲା ପାଇଁ ତଥା ସଂଶୋଧିତ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ର ପ୍ରଭାବଶାଳୀ ତଥା ଗମ୍ଭୀର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ସରକାର ଅକ୍ଟୋବର 3 ରେ 24X7 ୱାରରୁମ୍ ଆରମ୍ଭ କରିବେ ବୋଲି ସେ କହିଛନ୍ତି । ଅକ୍ଟୋବର 6 ରୁ ଦିଲ୍ଲୀରେ ପ୍ରଦୂଷଣ ମୁକ୍ତ ଅଭିଯାନ ମଧ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ନିର୍ମାଣ ସ୍ଥଳରେ ଧୂଳି ପ୍ରଦୂଷଣ ଯାଞ୍ଚ ପାଇଁ ଅଚାନକ୍ ଯାଞ୍ଚ କରାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
No petrol diesel in delhi without PUC from 25th october
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X