'ଭାରତ ରୁଷରୁ ତେଲ କିଣିବା ଉଚିତ୍ ନୁହେଁ, ଆମକୁ କେହି ଏହା କହି ନାହାଁନ୍ତି' - ହରଦୀପ ସିଂହ ପୁରୀ
ହରଦୀପ ସିଂହ ପୁରୀ କହିଛନ୍ତି, "ଯଦି ଆପଣ ନୀତି ବିଷୟରେ ସ୍ପଷ୍ଟ, ଯାହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଆପଣ ଶକ୍ତି ସୁରକ୍ଷା ଏବଂ ଶକ୍ତି ଦକ୍ଷତା ଉପରେ ବିଶ୍ୱାସ କରୁଛନ୍ତି, ତେବେ ଆପଣ ଯେଉଁ ଉତ୍ସରୁ ଶକ୍ତି ପାଇବେ, ସେଠାରୁ ନିଶ୍ଚିତ ଭାବରେ କିଣିବେ ।
ନୂଆଦିଲ୍ଲୀ : ଭାରତ ରୁଷରୁ ତେଲ (ପେଟ୍ରୋଲ-ଡିଜେଲ) କିଣିବା ଉଚିତ ନୁହେଁ, ଆମକୁ କେହି ଏହା କହି ନାହାଁନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି । ରୁଷରୁ ତେଲ କିଣିବା ବନ୍ଦ କରିବାକୁ ଆମକୁ କେହି କହି ନାହାଁନ୍ତି । ଆମେରିକାର ଶକ୍ତି ସଚିବ ଜେନିଫର ଗ୍ରାନହୋଲମଙ୍କ ସହ ଦ୍ୱିପାକ୍ଷିକ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ୱାଶିଂଟନରେ କହିଛନ୍ତି ଯେ ନାଗରିକଙ୍କୁ ଶକ୍ତି ଯୋଗାଇବା ଭାରତର ନୈତିକ କର୍ତ୍ତବ୍ୟ । ଭାରତ ଯେଉଁଠାରୁ ତେଲ କିଣିବାକୁ ଚାହୁଁଛି ସେଠାରୁ ତେଲ କିଣିବା ଜାରି ରଖିବ ।

ହରଦୀପ ସିଂହ ପୁରୀ କହିଛନ୍ତି, "ଯଦି ଆପଣ ନୀତି ବିଷୟରେ ସ୍ପଷ୍ଟ, ଯାହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଆପଣ ଶକ୍ତି ସୁରକ୍ଷା ଏବଂ ଶକ୍ତି ଦକ୍ଷତା ଉପରେ ବିଶ୍ୱାସ କରୁଛନ୍ତି, ତେବେ ଆପଣ ଯେଉଁ ଉତ୍ସରୁ ଶକ୍ତି ପାଇବେ, ସେଠାରୁ ନିଶ୍ଚିତ ଭାବରେ କିଣିବେ । ଭାରତ ମଧ୍ୟ ସମାନ କାର୍ଯ୍ୟ କରୁଛି ।
ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷରୁ ତୈଳ କିଣିବା ଉପରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ଦୋହରାଇ ମନ୍ତ୍ରୀ ହରଦୀପ ସିହଂ ପୁରୀ କହିଛନ୍ତି ଯେ ଯେଉଁଠାରୁ ସୁବିଧା ହେବ ଭାରତ ସେଠାରୁ ତୈଳ କିଣିବ, ଏହାର ସରଳ ଭାରତର ନାଗରିକଙ୍କୁ ତେଲ ଦରକାର, ତେଣୁ ଏହା ଉପରେ ଆଲୋଚନା କରିବା ଅନୁଚିତ୍ । ହରଦୀପ ସିଂହ ପୁରୀ ଆହୁରି କହିଛନ୍ତି, ମୋତେ ରୁଷରୁ ତେଲ କିଣିବା ବନ୍ଦ କରିବାକୁ କେହି କହିଛନ୍ତି କି ? ଏହାର ସ୍ପଷ୍ଟ ଉତ୍ତର ହେଉଛି ନା ।"












Click it and Unblock the Notifications