ମନ ଇଛା ଫେରାଇ ପାରିବେନି ପୁରସ୍କାର, ଗ୍ରହଣ ପୂର୍ବରୁ କରିବାକୁ ହେବ ଶପଥ
ଦେଶରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ପୁରସ୍କୃତ ହୋଇଥିବା ବ୍ୟକ୍ତି ଟିକେ ଟିକେ କଥାରେ ମେଡାଲ ଫେରାଇବା ନେଇ ଧମକ ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ଆଉ ମନ ଇଛା ପୁରସ୍କାର ଫେରାଇ ପାରିବେନି ବ୍ୟକ୍ତି । ନିକଟରେ ମଣିପୁରର ଜଣେ ଟପ୍ ଆଥଲେଟ୍ସ ପୁରସ୍କାର ଫେରାଇ ଦେବାକୁ ଧମକ ଦେଇଛନ୍ତି ।
ମଣିପୁରରେ ଲାଗି ରହିଥିବା ହିଂସାକୁ ସରକାର ତୁରନ୍ତ ନିୟନ୍ତ୍ରଣକୁ ନ ଆଣିପାରିଲେ ସେ ପୁରସ୍କାର ଫେରାଇ ଦେବେ ବୋଲି କହିଥିଲେ । ଏପରିକି ଏହା ପୂର୍ବରୁ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଧାରଣା ଦେଇଥିବା କୁସ୍ତିଯୋଦ୍ଧାମାନେ ସେମାନଙ୍କ ମେଡାଲ ଗଙ୍ଗାନଦୀରେ ଭସାଇ ଦେବାକୁ ହରିଦ୍ୱାର ପହଞ୍ଚିଥିଲେ । ଭବିଷ୍ୟତରେ ଯେଭଳି ଏଭଳି ଘଟଣା ନ ହେଉ ଏହାକୁ ନେଇ ପୁରସ୍କାର ଦେବା ପୂର୍ବରୁ ପ୍ରାପ୍ତକର୍ତ୍ତା ଏକ ଅଣ୍ଡରଟେକିଂ ଲେଖିନ୍ତୁ ବୋଲି ସୁପାରିଶ କରାଯାଇଛି ।

ସଂସଦୀୟ ସମିତିର ସୁପାରିଶ ରହିଛି କି ସାଂସ୍କୃତିକ ସଂସ୍ଥାନ ଓ ଏକାଡେମୀ ପୁରସ୍କର ଫେରସ୍ତ ଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ପ୍ରାପ୍ତ କର୍ତ୍ତା ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିବା ଦରକାର । ସଂସଦର ସ୍ଥାୟୀ ସମିତି ଏଭଳି ପୁରସ୍କାର ଫେରସ୍ତକୁ ଦେଶପ୍ରତି ଅପମାନ ବୋଲି କହିଛି । ଏହାସହ ଏଭଳି ହେବା ଦ୍ୱାରା ପୁରସ୍କାରର ମାନ କମୁଛି ବୋଲି ସଂସଦୀୟ କମିଟି କହିଛି । ଏଥିରୁ ରକ୍ଷା ପାଇବାକୁ ହେଲେ କମିଟି ସରକାରଙ୍କୁ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ସୁପରାଶି କରିଛି କି, ଯେଉଁଥିରେ ପୁରସ୍କାର ଦେବା ପୂର୍ବରୁ ପୁରସ୍କାର ପ୍ରାପ୍ତକର୍ତ୍ତା ଓ ଅନ୍ୟ ବୁଦ୍ଧିଜୀବୀଙ୍କୁ ସହମତ ହେବାକୁ ପଡିବ ଯେ ଭବିଷ୍ୟତରେ ପୁରସ୍କାର ଫେରସ୍ତ କରିବେ ନାହିଁ ।












Click it and Unblock the Notifications