For Quick Alerts
Turn On Notification  
For Daily Alerts
Oneindia App Download

କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ : ସୁପ୍ରିମ କୋର୍ଟ

କରୋନା ମହାମାରୀର ଟୀକାକଣକୁ ନେଇ ସୁପ୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କରୋନା ଟିକା ନେବାକୁ କାହବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।

|

ନୂଆଦିଲ୍ଲୀ : କରୋନା ମହାମାରୀର ଟୀକାକଣକୁ ନେଇ ସୁପ୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କରୋନା ଟିକା ନେବାକୁ କାହବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । କିନ୍ତୁ ସର୍ବସାଧରଣଙ୍କ କଲ୍ୟାଣ ଏବଂ ସ୍ବାସ୍ଥ୍ୟ ନିମନ୍ତେ ସରକାର ନୀତି ଗଠନ କରିବା ସହିତ କିଛି ସର୍ତ୍ତାବଳି ଲାଗୁ କରିପାରନ୍ତି ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି ।

supreme court of India

ସୁପ୍ରିମ୍‌ କୋର୍ଟ କହିଛନ୍ତି, ସର୍ବସଧାରଣ ସ୍ଥାନକୁ ଯିବାରେ ଟିକା ନ ନେଇଥିବା ବ୍ୟକ୍ତିମାନଙ୍କ ପ୍ରତି କେତେକ ରାଜ୍ୟ କଟକଣା ଓ ସର୍ତ୍ତାବଳି ଜାରି କରିବା ହେଉଛି ସ୍ବେଚ୍ଛାଚାର । ବର୍ତ୍ତମାନ ମହାମାରୀ ପରିସ୍ଥିତିକୁ ଚାହିଁ ସେମାନେ କଟକଣା ଓ ସର୍ତ୍ତାବଳୀ ପ୍ରତ୍ୟାହାର କରିନେବା ଉଚିତ । । ଟିକା ନନେଇଥିବା ବ୍ୟକ୍ତି ସଂକ୍ରମଣ ବଢିବା ପାଇଁ ଦାୟୀ ନୁହେଁ । ସରକାର କୌଣସି ତଥ୍ୟ ଉପସ୍ଥାପନ କରିନାହାନ୍ତି । ଟିକା ନନେଇଥିବା ବ୍ୟକ୍ତିଙ୍କୁ କଟକଣା ଲଗେଇବା କଥା ନୁହେଁ ।

ସୁପ୍ରିମ୍‌ କ‌ୋର୍ଟ ପୁଣି କହିଛନ୍ତି, ସାମ୍ପ୍ରତିକ ଟିକା ନୀତିକୁ ଅପ୍ରାସଙ୍ଗିକ କୁହାଯାଇ ପାରିବ ନାହିଁ ବୋଲି ହୃଦ୍‌ବୋଧ ହେଉଥିଲେ ହେଁ ଏହା ଅଯୌକ୍ତିକ ବୋଲି ସ୍ପଷ୍ଟ ଜଣାପଡୁଛି । ଏହାଛଡ଼ା, କୋଭିଡ୍‌-19 ଟିକା ନେବା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତିକୂଳ ପ୍ରଭାବର ତଥ୍ୟାବଳିକୁ ସାର୍ବଜନୀନ କରିବା ପାଇଁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କରୋନାର ସଂଖ୍ୟା କମ୍ ଥିବା ଯାଏଁ ବର୍ତ୍ତମାନର ନିୟମରେ କୌଣସି ପରିବର୍ତ୍ତନ କରାନଯାଉ । ଏବଂ କରୋନା ଟିକା ନେଇନଥିବା ବ୍ୟକ୍ତିଙ୍କ ପାଇଁ କୌଣସି ପ୍ରକାର କଟକଣା ଲାଗୁ କରାନଯାଉ ବୋଲି ବିଚାରପତି ଏଲ୍. ନାଗେଶ୍ୱର ରାଉଙ୍କ ଏବଂ ବିଆର ଗାଭିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି । ଏହାସହିତ କୋଭିଡ ଟିକାକରଣର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ମଧ୍ୟ ଏକ ବ୍ୟବସ୍ଥା ମଧ୍ୟରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
No One Can Be Forced To Vaccinated : Supreme Court
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X