Get Updates
Get notified of breaking news, exclusive insights, and must-see stories!

କରୋନା ଟୀକାର ବୁଷ୍ଟର ଡୋଜ୍ ପାଇଁ ଆବଶ୍ୟକ ନାହିଁ ପଞ୍ଜୀକରଣ, ଜାନୁଆରୀ 10 ରୁ ୱାକ-ଇନ୍ ରେ ନେଇପାରିବେ ଟିକା

ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର 60 ବର୍ଷରୁ ଅଧିକ ଓ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କୁ କରୋନା ଟିକାର ତୃତୀୟ ଡୋଜ୍ ଦେବାନେଇ ନିଷ୍ପତ୍ତି ନେଇଛନ୍ତି । ଏହି ତୃତୀୟ ଡୋଜ୍ ଟୀକାକରଣ ଆସନ୍ତା ଜାନୁଆରୀ 10 ତାରିଖରୁ ଆରମ୍ଭ ହେବ ।

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର 60 ବର୍ଷରୁ ଅଧିକ ଓ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କୁ କରୋନା ଟିକାର ତୃତୀୟ ଡୋଜ୍ ଦେବାନେଇ ନିଷ୍ପତ୍ତି ନେଇଛନ୍ତି । ଏହି ତୃତୀୟ ଡୋଜ୍ ଟୀକାକରଣ ଆସନ୍ତା ଜାନୁଆରୀ 10 ତାରିଖରୁ ଆରମ୍ଭ ହେବ । ଏନେଇ ଶୁକ୍ରବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଟିକାର ତୃତୀୟ ଡୋଜ୍ ନେବା ପାଇଁ କୌଣସି ପଞ୍ଜୀକରଣର ଆବଶ୍ୟକତା ନାହିଁ । 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିନା ପଞ୍ଜୀକଣରେ 10 ତାରିଖରୁ କରୋନା ଟିକାର ତୃତୀୟ ଡୋଜ୍ ନେଇ ପାରିବେ ।

cowin

ବୁଷ୍ଟର୍ ଡୋଜ୍ ଅର୍ଥାତ୍ ସତର୍କତା ଡୋଜ୍ ଜାନୁଆରୀ 10 ରୁ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ 60 ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ । ବୁଷ୍ଟର ଡୋଜ ନେବାକୁ ଥିବା ଯୋଗ୍ୟ ବ୍ୟକ୍ତି, ଯେଉଁମାନେ COVID-19 ଟିକାର ଦୁଇଟି ଡୋଜ୍ ନେଇ ସାରିଛନ୍ତି, ସେମାନେ COVID-19 ଟୀକାକରଣ କେନ୍ଦ୍ରକୁ ସିଧାସଳଖ ଯାଇ ଟିକା ନେଇ ପାରିବେ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କାର୍ଯ୍ୟସୂଚୀ ଜାନୁଆରୀ 8 ରେ ପ୍ରକାଶିତ ହେବ । ଯଦି ଆପଣ ଅନଲାଇନରେ ଟାଇମ୍ ସ୍ଲଟ୍ ବୁକ୍ କରିବାକୁ ଚାହାଁନ୍ତି, ତେବେ ଏହାର ସୁବିଧା ମଧ୍ୟ ଜାନୁଆରୀ 07 ତାରିଖରୁ ଆରମ୍ଭ ହୋଇଛି । ଅନସାଇଟ୍ ଟାକାକରଣ ଜାନୁୟାରୀ 10 ରୁ ଆରମ୍ଭ ହେବ ।
ଏହି ସମୟରେ, କେନ୍ଦ୍ର ପୂର୍ବରୁ କହିସାରିଛି ଯେ ପୂର୍ବରୁ ନେଇଥିବା ଦୁଇଟି ଟିକା ସହ ସତର୍କତା ବା ବୁଷ୍ଟର ଡୋଜ୍ ସମାନ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗଣମାଧ୍ୟମ ସଂକ୍ଷିପ୍ତ ବୈଠକରେ ନୀତି ଆୟୋଗର ଆୟୋଗ ସଦସ୍ୟ-ସ୍ୱାସ୍ଥ୍ୟ ଡ଼ ଭି.କେ ପାଲ କହିଛନ୍ତି, ଯେଉଁମାନଙ୍କୁ ଯେଉଁ ଭ୍ୟାକ୍ସିନର ଉଭୟ ଡୋଜ୍ ଦିଆଯାଇଥିଲା, ସେମାନେ ସେହି ଟିକାର ତୃତୀୟ ଡୋଜ୍ ପାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+