ଅନ୍ତଃ-ଧର୍ମ ବିବାହ ପୂର୍ବରୁ ନୋଟିସ୍ ଲଗାଇବା ଜରୁରୀ ନୁହଁ : ଆହ୍ଲାବାଦ ହାଇକୋର୍ଟ
ଅନ୍ତଃ-ଧର୍ମ ବିବାହ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଏପରି ବିବାହ ସମ୍ପର୍କରେ ନୋଟିସ୍ ଲଗାଇବା ଜରୁରୀ ନୁହଁ । ଏନେଇ ବିଜ୍ଞପ୍ତି ଜାରି କରିବା କୌଣସି ବ୍ୟକ୍ତିର ସ୍ୱାଧୀନତା ଏବଂ ଗୋପନୀୟତାର ମୌଳିକ ଅଧିକାର ଉପରେ ଆକ୍ରମଣ ।
ନୂଆଦିଲ୍ଲୀ : ଅନ୍ତଃ-ଧର୍ମ ବିବାହ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଏପରି ବିବାହ ସମ୍ପର୍କରେ ନୋଟିସ୍ ଲଗାଇବା ଜରୁରୀ ନୁହଁ । ଏନେଇ ବିଜ୍ଞପ୍ତି ଜାରି କରିବା କୌଣସି ବ୍ୟକ୍ତିର ସ୍ୱାଧୀନତା ଏବଂ ଗୋପନୀୟତାର ମୌଳିକ ଅଧିକାର ଉପରେ ଆକ୍ରମଣ । ଏହା ମଧ୍ୟ ରାଜ୍ୟର ହସ୍ତକ୍ଷେପ ବିନା ଏକ ଦମ୍ପତିଙ୍କ ବିବାହ ସ୍ୱାଧୀନତାକୁ ପ୍ରଭାବିତ କରିଥାଏ ବୋଲି ଅଦାଲତ କହିଛନ୍ତି ।
ଅନ୍ତଃ-ଧର୍ମ ବିବାହରେ ଦମ୍ପତ୍ତି ଏହି ବିବାହ ପାଇଁ ଜିଲ୍ଲା ବିବାହ ଅଧିକାରୀଙ୍କୁ ପୂର୍ବରୁ ଲିଖିତ ନୋଟିସ୍ ଦେବା ଆବଶ୍ୟକ । ବିବାହର 30 ଦିନ ପୂର୍ବରୁ ଏହି ସୂଚନା ଦେବାକୁ ହୋଇଥାଏ । ଯାହା ପରେ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ଏହି ନୋଟିସ୍ ଲଗାଇଥାନ୍ତି, ଯେଉଁଥିରେ ଯଦି 30 ଦିନ ମଧ୍ୟରେ କେହି ବିବାହକୁ ବିରୋଧ କରିବାକୁ ଚାହାଁନ୍ତି ତେବେ କରିପାରିବେ ।

ମଙ୍ଗଳବାର ତାଙ୍କ 47 ପୃଷ୍ଠାର ବିଚାରରେ ଜଷ୍ଟିସ ବିବେକ ଚୌଧୁରୀ କହିଛନ୍ତି ଯେ, ଦମ୍ପତ୍ତି ବିବାହ ଅଧିକାରୀଙ୍କୁ ନୋଟିସ ପ୍ରକାଶ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ଲିଖିତ ଆକାରରେ ଦେଇପାରିବେ । ଯଦି ସେମାନେ ବିଜ୍ଞପ୍ତି ପ୍ରକାଶ ପାଇଁ ଅନୁରୋଧ କରନ୍ତି ନାହିଁ, ତେବେ ବିବାହ ଅଧିକାରୀ ଏପରି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ । ହିନ୍ଦୁ ଧର୍ମ ଗ୍ରହଣ କରି ଜଣେ ମୁସଲମାନକୁ ବିବାହ କରୁଥିବା ଜଣେ ମହିଳାଙ୍କ ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି ।
ଗତ ସପ୍ତାହରେ ମଧ୍ୟ ଆହ୍ଲାବାଦ ହାଇକୋର୍ଟ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ଅନ୍ତଃ- ଧର୍ମ ବିବାହ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କହିଥିଲେ ଯେ ଯଦି ଦୁଇଜଣ ବୟସ୍କ ନିଜ ଇଚ୍ଛାରେ ଏକାଠି ରୁହନ୍ତି, ତେବେ ଅନ୍ୟ କେହି ସେମାନଙ୍କ ଜୀବନରେ ହସ୍ତକ୍ଷେପ କରିପାରିବେ ନାହିଁ । ଅନେକ ଥର ଏହି ଅଦାଲତ ରାୟ ଦେଇଛନ୍ତି ଯେ ଯେତେବେଳେ ଦୁଇଜଣ ବୟସ୍କ ଏକାଠି ରହିବାକୁ ଚାହାନ୍ତି, ସେତେବେଳେ ସେମାନଙ୍କର ଶାନ୍ତିପୂର୍ଣ୍ଣ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର କାହାର ପାଖରେ ନାହିଁ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications