'ଦେଶରେ ଡାକ୍ତରୀ ଅମ୍ଳଜାନର ଅଭାବ ନାହିଁ', ସୁପ୍ରିମକୋର୍ଟକୁ ସୂଚନା ଦେଲେ କେନ୍ଦ୍ର ସରକାର
ଦେଶରେ ମେଡିକାଲ ଅମ୍ଳଜାନର ଅଭାବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ସରକାର କହିଛନ୍ତି ଯେ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଅଛି ଏବଂ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ।
ନୂଆଦିଲ୍ଲୀ : ଦେଶରେ ମେଡିକାଲ ଅମ୍ଳଜାନର ଅଭାବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ସରକାର କହିଛନ୍ତି ଯେ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଅଛି ଏବଂ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ।
ଏନଡିଟିଭି ନ୍ୟୁଜ୍ ଅନୁଯାୟୀ, ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଦେଶରେ ମେଡିକାଲ ଅମ୍ଳଜାନର ଅଭାବ ନାହିଁ ଏବଂ କୋଭିଡ -19 ରୋଗୀଙ୍କୁ ସହାୟତା ପାଇଁ ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ଜାତୀୟ ସ୍ତରରେ ଟୀକାକରଣ ପାଇଁ ନିର୍ଦ୍ଦେଶ
ଏହାପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ରାଷ୍ଚ୍ରୀୟ ଟୀକାକରଣ ମଡେଲ୍ ଆପଣେଇବାକୁ ଗୁରୁତ୍ୱ ଦେଇ କହିଛନ୍ତି, ଗରିବ ଲୋକମାନେ ଏହି ଟିକା ପାଇଁ ଟଙ୍କା ଦେଇପାରିବେ ନାହିଁ । ଏହା ସହିତ ଅଦାଲତ ପଚାରିଛନ୍ତି "ବଞ୍ଚିତ ତଥା ଏସସି / ଏସଟି ଲୋକଙ୍କ ଅବସ୍ଥା କ'ଣ ହେବ ? ସେମାନଙ୍କୁ ଘରୋଇ ଡାକ୍ତରଖାନାର ଦୟାରେ ଛାଡି ଦିଆଯିବା ଉଚିତ କି ?"
ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ବିଭିନ୍ନ ଟୀକାକରଣ ପାଇଁ ସରକାର ଜାତୀୟ ଟୀକାକରଣ କାର୍ଯ୍ୟକ୍ରମକୁ ବିଚାର କରିବା ଉଚିତ ଏବଂ ସମସ୍ତ ନାଗରିକଙ୍କୁ ମାଗଣା ଟୀକାକରଣ ନେଇ ଚିନ୍ତା କରିବା ଉଚିତ । ଏହାସହିତ କେଉଁ ରାଜ୍ୟକୁ କେତେ ଟିକା ଦିଆଯିବ ସେ ନେଇ ଘରୋଇ ଟିକା ଉତ୍ପାଦନକାରୀଙ୍କୁ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ।












Click it and Unblock the Notifications