Get Updates
Get notified of breaking news, exclusive insights, and must-see stories!

Budget Session 2022 : କରୋନା ପାଇଁ ହେଲାନି ହାଲୁଆ ସମାରୋହ, ମିଠା ଦେଇ ଆରମ୍ଭ ହେଲା ପ୍ରସ୍ତୁତି

ପାରମ୍ପରିକ ଭାବେ ହୋଇଆସୁଥିବା ହାଲୁଆ ସମାରୋହ ଚଳିତ ବର୍ଷ ବାତିଲ କରାଯାଇଛି । କରୋନା କଟକଣା ଯୋଗୁଁ ଏବର୍ଷ ହାଲୁଆ ସମାରୋହ ନ କରି କେବଳ ମିଠା ବଣ୍ଟନ କରିଛି ଅର୍ତ ମନ୍ତ୍ରାଳୟ ।

ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2022-23 ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍ ପାଇଁ ପ୍ରସ୍ତୁତି ପ୍ରାୟତଃ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ଫେବୃଆରୀ 1 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ ।

Nirmala Sitharaman

ଏହା ପୂର୍ବରୁ ପାରମ୍ପରିକ ଭାବେ ହୋଇଆସୁଥିବା ହାଲୁଆ ସମାରୋହ ଚଳିତ ବର୍ଷ ବାତିଲ କରାଯାଇଛି । କରୋନା କଟକଣା ଯୋଗୁଁ ଏବର୍ଷ ହାଲୁଆ ସମାରୋହ ନ କରି କେବଳ ମିଠା ବଣ୍ଟନ କରିଛି ଅର୍ତ ମନ୍ତ୍ରାଳୟ । ପ୍ରତିବର୍ଷ ବଜେଟ୍ ଉପସ୍ଥାପନ ପୂର୍ବରୁ ଏହି ପରମ୍ପରା ଅନୁଷ୍ଠିତ ହୋଇଥାଏ । ହାଲୁଆ ସାମରୋହ ବଜେଟ୍ ପ୍ରସ୍ତୁତିର ଆନୁଷ୍ଠାନିକ ଘୋଷଣାକୁ ସୂଚିତ କରିଥାଏ ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବଜେଟ ପେପରଲେସ୍ ହେବ ଏବଂ ଆସନ୍ତା ଫେବୃଆରୀ 1 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରବେ । ସରକାରଙ୍କ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ହାଲୁଆ ସମାରୋହ ବନ୍ଦ ହୋଇଥିବା ବେଳେ ବଜେଟ ପ୍ରସ୍ତୁତିରେ ନିଯୁକ୍ତ କର୍ମଚାରୀମାନେ ଲକ୍-ଇନ ଅବସ୍ଥାରେ ରହିବେ । କୋଭିଡ ଗାଇଡଲାଇନ ସହ କର୍ମଚାରୀଙ୍କ ସ୍ବାସ୍ଥ୍ୟ ନିରାପତ୍ତା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।

ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ନିୟୋଜିତ ସମସ୍ତ କର୍ମଚାରୀ ଏହା ପାଇବା ପରେ ସେମାନେ ଲକ-ଇନରେ ରହିଥାନ୍ତି । ବଜେଟକୁ ଅତି ଗୋପନୀୟ ଭାବେ ପ୍ରସ୍ତୁତ କରିବା ତଥା ଲିକ୍ ନ ହେବା ଲାଗି ଏହି ପ୍ରକ୍ରିୟା ଦୀର୍ଘ ବର୍ଷ ଧରି ଚାଲିଆସିଛି । ଲୋକସଭାରେ ବଜେଟ ଆଗତ ହେବା ପରେ ହିଁ ସେମାନେ ପଦାକୁ ଆସିଥାନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+