Get Updates
Get notified of breaking news, exclusive insights, and must-see stories!

'ଡେଲ୍ଟା ପ୍ଲସ୍ ଭାରିଆଣ୍ଟ କରୋନାର ତୃତୀୟ ଲହର ଆଣିବ, ସେପରି କୌଣସି ପ୍ରମାଣ ନାହିଁ'

'ବର୍ତ୍ତମାନ ପର୍ଯ୍ୟନ୍ତ ତୃତୀୟ ଲହର ସହିତ ଡେଲଟା ପ୍ଲସ୍ ଭାରିଆଣ୍ଟର କିଛି ସମ୍ପର୍କ ଅଛି ବୋଲି ବିଶ୍ୱାସ କରିବାର କୌଣସି ପ୍ରମାଣ ନାହିଁ ।

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଇବା ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସାମ୍ନାରେ ତୃତୀୟ ଲହରର ଆଶଙ୍କା ସୃଷ୍ଟି ହୋଇଛି । କେତେକ ବିଶେଷଜ୍ଞଙ୍କ ଅନୁସାରେ କରୋନା ଭାଇରସର 'ଡେଲଟା ପ୍ଲସ୍ ଭାରିଆଣ୍ଟ' ହେତୁ ଦେଶରେ ଏହି ମହାମାରୀର ତୃତୀୟ ଲହର ଆସିପାରେ । ମହାରାଷ୍ଟ୍ର ସମେତ ତିନୋଟି ରାଜ୍ୟରେ ଏପର୍ଯ୍ୟନ୍ତ 40 ଟି ଡେଲଟା ପ୍ଲସ୍ ଭାରିଆଣ୍ଟ ମାମଲା ରିପୋର୍ଟ ହୋଇଛି । ତେବେ ଏହି ସମୟ ମଧ୍ୟରେ ଦେଶର ଅନ୍ୟତମ ପ୍ରମୁଖ ଡାକ୍ତର ତଥା ଗୁଣସୂତ୍ର-କ୍ରମ ନିର୍ଦ୍ଧାରକ ଡକ୍ଟର ଅନୁରାଗ ଅଗ୍ରୱାଲ ଡେଲଟା ପ୍ଲସ ଭାରିଆଣ୍ଟ ଏବଂ ତୃତୀୟ ଲହରକୁ ନେଇ ଏକ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ।

corona-virus

ତୃତୀୟ ଲହର ସହିତ ଡେଲଟା ପ୍ଲସ୍ ର କୌଣସି ସମ୍ପର୍କ ନାହିଁ

ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ନିର୍ଦ୍ଦେଶକ ଡ ଅନୁରାଗ ଅଗ୍ରୱାଲଙ୍କ ସୂଚନା ଅନୁସାରେ 'ବର୍ତ୍ତମାନ ପର୍ଯ୍ୟନ୍ତ ତୃତୀୟ ଲହର ସହିତ ଡେଲଟା ପ୍ଲସ୍ ଭାରିଆଣ୍ଟର କିଛି ସମ୍ପର୍କ ଅଛି ବୋଲି ବିଶ୍ୱାସ କରିବାର କୌଣସି ପ୍ରମାଣ ନାହିଁ । ମୋର ଅନୁଷ୍ଠାନ ଜୁନ୍ ମାସରେ ମହାରାଷ୍ଟ୍ରରୁ ସଂଗୃହିତ 3500 ରୁ ଅଧିକ ନମୁନାକୁ ଗୁଣସୂତ୍ର-କ୍ରମ ନିର୍ଦ୍ଧାରଣ କରିଛି । ଏଥିରେ ଅପ୍ରେଲ ଏବଂ ମେ ମାସର ନମୁନା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରୁ ଡେଲଟା ପ୍ଲସ୍ ଭାରିଆଣ୍ଟ ରହିଛି, କିନ୍ତୁ ଏକ ପ୍ରତିଶତରୁ କମ୍ ହେବ ।

କିନ୍ତୁ, 'ଡେଲ୍‌ଟା ପ୍ଲସ୍ ' ଗୋଟାଏ ଚିନ୍ତା ଉଦ୍ରେକକାରୀ 'ଭାରିଆଣ୍ଟ୍‌' ବୋଲି ସେ କହିଛନ୍ତି । ସେ କହିଛନ୍ତି, ଭାରତରେ ଦ୍ବିତୀୟ ପ୍ରବାହର ସମାପ୍ତି ଘଟି ନ ଥିବା ବେଳେ ତୃତୀୟ ପ୍ରବାହ କଥା ଭାବି ଚିନ୍ତିତ ହେବା ଅନୁଚିତ । କିନ୍ତୁ, ଏହା ଯେ, 'ଡେଲ୍‌ଟା' ଠାରୁ ଅଧିକ ମାରାତ୍ମକ ଏବଂ ତୃତୀୟ ପ୍ରବାହର କାରଣ ହେବ ତା'ର ଆଦୌ ପ୍ରମାଣ ନାହିଁ । ତେଣୁ, ଏବେଠାରୁ ଲୋକେ ସେ କଥା ଭାବି ଛାନିଆ ହେବାର କୌଣସି କାରଣ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+