For Quick Alerts
Turn On Notification  
For Daily Alerts
Oneindia App Download

ବିମାନରେ ମିଲିଲାନି ବୋମା, ଯାଞ୍ଚ ପରେ ଉଡ଼ାଣ ଭରିଲା ବିମାନ

ବିମାନରେ ବୋମା କିମ୍ବା ଅନ୍ୟ କିଛି ସନ୍ଦେହଜନକ ଜିନିଷ ମିଳି ନଥିବା ସ୍ପଷ୍ଟ ହୋଇଛି । ଏହା ପରେ ବିମାନକୁ ସକାଳ 10.30 ମିନିଟରେ ଉଡ଼ାଣ ଭରିବାକୁ ଅନୁମତି ମିଳିଛି ।

|

ଅହମ୍ମଦାବାଦ: ମସ୍କୋରୁ ଗୋଆ ଅଭିମୁଖେ ଉଡ଼ାଣ ଭରିଥିବା ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଜରୁରୀ ଅବତରଣ କରାଯାଇ ଏହାକୁ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ବିମାନରେ ବୋମା କିମ୍ବା ଅନ୍ୟ କିଛି ସନ୍ଦେହଜନକ ଜିନିଷ ମିଳି ନଥିବା ସ୍ପଷ୍ଟ ହୋଇଛି । ଏହା ପରେ ବିମାନକୁ ସକାଳ 10.30 ମିନିଟରେ ଉଡ଼ାଣ ଭରିବାକୁ ଅନୁମତି ମିଳିଛି ।

Flight

ଆପଣଙ୍କୁ କହି ରଖୁଛୁ ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଥିବା ନେଇ ଇ-ମେଲ ଯୋଗେ ସୂଚନା ମିଳିବା ପରେ ଏଟିଏସ୍ ଏହାର ଜରୁରୀ ଅବତରଣ କରାଇଥିଲା । ବିମାନରୁ ଗୁଜୁରାଟର ଜାମନଗର ବିମାନ ବନ୍ଦରରେ ଅବତରଣ କରାଇ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲା । ଏହା ପରେ ସମ୍ପୂର୍ଣ୍ଣ ବିମାନ ସହ ପ୍ରତ୍ୟେକ ଯାତ୍ରୀଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଥିଲା । ଏହା ପରେ ସେଠାରେ କୌଣସି ବୋମା କିମ୍ବା ସନ୍ଦେହଜନକ ଜିନିଷ ନଥିବା ସ୍ପଷ୍ଟ ହୋଇଥିଲା ।

'ବିମାନରେ ସର୍ଚ୍ଚ ଅପରେସନ୍ ଶେଷ ହୋଇଛି । ପ୍ରତ୍ୟେକ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରାଯିବା ସହ ବିମାନର ପ୍ରତ୍ୟେକ ସ୍ଥାନକୁ ଭଲଭାବେ ଖୋଜାଖୋଜି କରାଯାଇଥିଲା । ବିମାନଟି ବହୁତ ବଡ ଥିବାରୁ ଖୋଜିବା ରାତିସାରା ସର୍ଚ୍ଚ ଅପରେସନ୍ କରାଯାଇଥିଲା । ସମସ୍ତ ପ୍ରୋଟୋକଲ୍ ପରେ ବିମାନ ଉଡ଼ାଣ ଭରିବ ବୋଲି କହିଛନ୍ତି ଜାମନଗର ବିମାନବନ୍ଦରର ନିର୍ଦ୍ଦେଶକ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
No Bomb Found In Mosco-Goa Flight
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X