Get Updates
Get notified of breaking news, exclusive insights, and must-see stories!

ବିମାନରେ ମିଲିଲାନି ବୋମା, ଯାଞ୍ଚ ପରେ ଉଡ଼ାଣ ଭରିଲା ବିମାନ

ବିମାନରେ ବୋମା କିମ୍ବା ଅନ୍ୟ କିଛି ସନ୍ଦେହଜନକ ଜିନିଷ ମିଳି ନଥିବା ସ୍ପଷ୍ଟ ହୋଇଛି । ଏହା ପରେ ବିମାନକୁ ସକାଳ 10.30 ମିନିଟରେ ଉଡ଼ାଣ ଭରିବାକୁ ଅନୁମତି ମିଳିଛି ।

ଅହମ୍ମଦାବାଦ: ମସ୍କୋରୁ ଗୋଆ ଅଭିମୁଖେ ଉଡ଼ାଣ ଭରିଥିବା ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଜରୁରୀ ଅବତରଣ କରାଯାଇ ଏହାକୁ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ବିମାନରେ ବୋମା କିମ୍ବା ଅନ୍ୟ କିଛି ସନ୍ଦେହଜନକ ଜିନିଷ ମିଳି ନଥିବା ସ୍ପଷ୍ଟ ହୋଇଛି । ଏହା ପରେ ବିମାନକୁ ସକାଳ 10.30 ମିନିଟରେ ଉଡ଼ାଣ ଭରିବାକୁ ଅନୁମତି ମିଳିଛି ।

Flight

ଆପଣଙ୍କୁ କହି ରଖୁଛୁ ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଥିବା ନେଇ ଇ-ମେଲ ଯୋଗେ ସୂଚନା ମିଳିବା ପରେ ଏଟିଏସ୍ ଏହାର ଜରୁରୀ ଅବତରଣ କରାଇଥିଲା । ବିମାନରୁ ଗୁଜୁରାଟର ଜାମନଗର ବିମାନ ବନ୍ଦରରେ ଅବତରଣ କରାଇ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲା । ଏହା ପରେ ସମ୍ପୂର୍ଣ୍ଣ ବିମାନ ସହ ପ୍ରତ୍ୟେକ ଯାତ୍ରୀଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଥିଲା । ଏହା ପରେ ସେଠାରେ କୌଣସି ବୋମା କିମ୍ବା ସନ୍ଦେହଜନକ ଜିନିଷ ନଥିବା ସ୍ପଷ୍ଟ ହୋଇଥିଲା ।

'ବିମାନରେ ସର୍ଚ୍ଚ ଅପରେସନ୍ ଶେଷ ହୋଇଛି । ପ୍ରତ୍ୟେକ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରାଯିବା ସହ ବିମାନର ପ୍ରତ୍ୟେକ ସ୍ଥାନକୁ ଭଲଭାବେ ଖୋଜାଖୋଜି କରାଯାଇଥିଲା । ବିମାନଟି ବହୁତ ବଡ ଥିବାରୁ ଖୋଜିବା ରାତିସାରା ସର୍ଚ୍ଚ ଅପରେସନ୍ କରାଯାଇଥିଲା । ସମସ୍ତ ପ୍ରୋଟୋକଲ୍ ପରେ ବିମାନ ଉଡ଼ାଣ ଭରିବ ବୋଲି କହିଛନ୍ତି ଜାମନଗର ବିମାନବନ୍ଦରର ନିର୍ଦ୍ଦେଶକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+