ଆଜି ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ
NITI ଆୟୋଗର ପରିଚାଳନା ପରିଷଦର ସପ୍ତମ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ ।
ନୂଆଦିଲ୍ଲୀ : NITI ଆୟୋଗର ପରିଚାଳନା ପରିଷଦର ସପ୍ତମ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏକ ସ୍ଥିର, ଦୀର୍ଘସ୍ଥାୟୀ ଏବଂ ସମାବେଶୀ ଭାରତ ଗଠନ ଦିଗରେ ସହଯୋଗ ପାଇଁ କେନ୍ଦ୍ର ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସମନ୍ୱୟ ରକ୍ଷା କରିବା ବୈଠକର ଉଦ୍ଦେଶ୍ୟ । ତେବେ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଉପସ୍ଥିତ ନରହିବା ନେଇ ମନ୍ତବ୍ୟ ଏକ ବିବାଦ ସୃଷ୍ଟି କରିଛି ।

ଆଜି ନୀତି ଆୟୋଗ ବୈଠକରେ ଯୋଗ ଦେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିବେ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇବେ ନବୀନ । ପ୍ରତିବର୍ଷ ବନ୍ୟା, ବାତ୍ୟାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାର ଆର୍ଥିକ ସ୍ଥିତି ଦୋହଲି ଯାଉଛି । ଏଣୁ ରାଜ୍ୟର ବିକାଶ ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି । ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ଜରୁରୀ ।
ଦୀର୍ଘ ଦୁଇ ଦଶଦ୍ଧି ଧରି କେନ୍ଦ୍ର ନିକଟରେ ଏହି ଦାବି ରଖାଯାଉଥିଲେ ବି ପ୍ରତିଶ୍ରୁତି ଦେଇ କେନ୍ଦ୍ର ଅଣଦେଖା କରୁଛି । ଆଜି ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ଦାବିକୁ ପୁଣି ଦୋହରାଇବେ ନବୀନ ।
ରବିବାର ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବହିଷ୍କାର କରିବେ । ରାଜ୍ୟଗୁଡିକ ପ୍ରତି କେନ୍ଦ୍ରର ଭେଦଭାବପୂର୍ଣ୍ଣ ମନୋଭାବ ଯୋଗୁଁ ସେ ଏହି ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ ମୁଁ ବିରୋଧ ପ୍ରଦର୍ଶନ କରି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା NITI ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ଅଂଶଗ୍ରହଣ କରିବି ନାହିଁ ।
କେସିଆର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ କେନ୍ଦ୍ରର ରାଜ୍ୟସହ ଭେଦଭାବ କରିବା ସହ ସେମାନଙ୍କୁ ସମାନ ଭାଗିଦାରୀ ଭାବରେ ଗ୍ରହଣ ନକରିବା ବିରୋଧରେ ନୀତି ଆୟୋଗର ବୈଠକରେ ଯୋଗଦେବା ପାଇଁ କୌଣସି ଯଥାର୍ଥତା ନାହିଁ । ଏନେଇ NITI ଆୟୋଗ ଉତ୍ତର ଦେଇଛନ୍ତି ଯେ NITI ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗନଦେବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ଆୟୋଗ କହିଛନ୍ତି ଯେ NITI ଆୟୋଗ ଦଳ ହାଇଦ୍ରାବାଦରେ କେସିଆରଙ୍କୁ ଭେଟି ରାଜ୍ୟ ବିକାଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।












Click it and Unblock the Notifications