ନୀରବ ମୋଦୀ ଭାରତକୁ ଫେରିବା ରାସ୍ତା ସଫା ! ହାରିଲା ବ୍ରିଟେନ ସୁପ୍ରିମକୋର୍ଟରେ ଆବେଦନ କରିବା ମାମଲା
ପଳାତର ବ୍ୟବସାୟୀ ନୀରବ ମୋଦୀର ଭାରତ ଫେରିବା ରାସ୍ତା ସଫା ହୋଇଛି । ବ୍ରିଟେନର ସୁପ୍ରିମକୋର୍ଟ ନିକଟରେ ପଳାତକ ନିରବ ମୋଦୀ କରିଥିବା ଆବେଦନ ହାରିଯାଇଛି ।
ନୂଆଦିଲ୍ଲୀ: ପଳାତର ବ୍ୟବସାୟୀ ନୀରବ ମୋଦୀର ଭାରତ ଫେରିବା ରାସ୍ତା ସଫା ହୋଇଛି । ବ୍ରିଟେନର ସୁପ୍ରିମକୋର୍ଟ ନିକଟରେ ପଳାତକ ନିରବ ମୋଦୀ କରିଥିବା ଆବେଦନ ହାରିଯାଇଛି । ଏହା ପରେ ସେ ତାକୁ ଭାରତ ଫେରାଇ ଆଣିବା ରାସ୍ତା ସଫା ହୋଇଯାଇଛି । ଏପରିକି ବ୍ରିଟେନରେ ନୀରବ ନିକଟରେ କୌଣସି ଆଇନଗତ ବିକଳ୍ପ ବାକି ନାହିଁ ।

ଗତ ମାସରେ ନିରବ ମୋଦୀ ବ୍ରିଟେନ ସୁପ୍ରିମକୋର୍ଟରେ ଭାରତକୁ ପ୍ରତ୍ୟାର୍ପଣ ବିରୋଧରେ ଆବେଦନ କରିବାକୁ ଅନୁମତି ପାଇଁ ବ୍ରିଟେନ ହାଇକୋର୍ଟରେ ଆବେଦନ କରିଥିଲା । 51 ବର୍ଷିୟ ହୀରା ବ୍ୟବସାୟୀ ମାନସିକ ସ୍ୱାସ୍ଥ୍ୟ ଦର୍ଶାଇ ଭାରତ ଫେରିବା ବିରୋଧରେ ଆବେଦନ କରିଥିଲା । ଏପରିକି ତାର ମାନସିକ ଅବସ୍ଥା ଭଲ ନାହିଁ । ସେ ଭାରତ ଆସିଲେ ଏହା ଆହୁରି ଖରାପ ହୋଇଯିଭ । ଏପରିକି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ ବୋଲି ଆବେଦନରେ ଦର୍ଶାଇଥିଲା । କିନ୍ତୁ ଏହାକୁ ଖାରଜ କରିଦେଇଛନ୍ତି କୋର୍ଟ । କୋର୍ଟ ନୀରବ ମୋଦୀକୁ କହିଛନ୍ତି ଯେ ତାଙ୍କ ଆତ୍ମହତ୍ୟା ବିପଦ ଏପରି ନୁହେଁ ଯେ ତାଙ୍କୁ ଟଙ୍କା ହେରଫେର ତଥା ଠକେଇ ଅଭିଯୋଗରେ ଭାରତକୁ ପଠାଇବା ଅନ୍ୟାୟ ହେବ ।
ଗୁଜୁରାଟର ପାଲନପୁରରେ 27 ଫେବୃଆରୀ 1971 ରେ ଜନ୍ମ ହୋଇଥିବା ନୀରବ ମୋଦୀ ନିକଟରେ ବେଲଜିୟମର ନାଗରିକତା ଅଛି । ମାର୍ଚ୍ଚ 2019 ରେ ନୀରବ ମୋଦୀକୁ ଲଣ୍ଡନରୁ ଗିରଫ କରାଯାଇଥିଲା ଏବଂ ସେ ବର୍ତ୍ତମାନ ଲଣ୍ଡନର ୱାଣ୍ଡସୱର୍ଥ ଜେଲରେ ଅଛି । ଅପରପକ୍ଷରେ ସେ ପ୍ରତ୍ୟାର୍ପଣ ମାମଲାରେ ହାରିଯାଇଛି । ଏହି ପରାଜୟ ପରେ ତାକୁ ଭାରତ ଫେରାଇ ଆଣିବାର ରାସ୍ତା ସଫା ହୋଇଯାଇଛି ।
ଉଲ୍ଲେଖଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଫେବୃଆରୀ 2018 ରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋରେ ଏକ ଅଭିଯୋଗ ଦାଖଲ କରିଛି । ବ୍ୟାଙ୍କ କହିଛି ଯେ ନୀରବ ମୋଦୀ ଏବଂ ତାଙ୍କ ସହଯୋଗୀମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ 28000 କୋଟି ଟଙ୍କା ଠକିଛନ୍ତି ।
ହୀରା ବ୍ୟବସାୟୀ ନୀରବ ମୋଦୀ 19 ବର୍ଷ ବୟସରେ ଦାଦା ମେହୁଲ ଚୋକସି ସହ କାମ କରିବା ଆରମ୍ଭ କରିଥିଲା । ମେହୁଲ ଚୋକସି ମଧ୍ୟ ଠକେଇ ଏବଂ ଘୋଟାଲା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି ଏବଂ ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ତାକୁ ଖୋଜୁଛନ୍ତି । ବର୍ତ୍ତମାନ ମେହୁଲ ଆଣ୍ଟିଗୁଆ ଏବଂ ବାରବୁଡାର ନାଗରିକତା ନେଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications