Get Updates
Get notified of breaking news, exclusive insights, and must-see stories!

ଇତିହାସରେ ପ୍ରଥମ : ତିନି ମହିଳା ବିଚାରପତି ସହ ଶପଥ ନେଲେ 9 ଜଣ ସୁପ୍ରିମକୋର୍ଟ ଜଜ୍

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣା ମଙ୍ଗଳବାର ଦିନ ତିନିଜଣ ମହିଳା ବିଚାରପତିଙ୍କ ସମେତ ନଅ ଜଣ ନୂତନ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରାଇଛନ୍ତି ।

ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣା ମଙ୍ଗଳବାର ଦିନ ତିନିଜଣ ମହିଳା ବିଚାରପତିଙ୍କ ସମେତ ନଅ ଜଣ ନୂତନ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରାଇଛନ୍ତି । ଏହା ଏକ ଐତିହାସିକ ମୁହୂର୍ତ୍ତ କାରଣ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ନଅ ଜଣ ବିଚାରପତି ଏକାଠି ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ୍ ଏସ୍ ଓକା, ଜଷ୍ଟିସ୍ ବିକ୍ରମ ନାଥ, ଜେ.କେ ମହେଶ୍ୱରୀ, ହେମା କୋହଲି, ବି.ଭି ନାଗରତ୍ନ, ସିଟି ରବିକୁମାର, ଏମ.ଏମ ସୁନ୍ଦରେଶ, ବେଲା ଏମ ତ୍ରିବେଦୀ ଏବଂ ପିଏସ ନରସିଂହ୍ମା ମୁଖ୍ୟ ବିଚାରପତି ଏନ ଭି ରମଣାଙ୍କ ଉପସ୍ଥିତିରେ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ।

Supreme court judge

ଆପଣଙ୍କୁ କହି ରଖୁଛୁ, ପରମ୍ପରା ଅନୁଯାୟୀ ସୁପ୍ରିମକୋର୍ଟର ନୂତନ ବିଚାରପତିଙ୍କୁ ପ୍ରଧାନ ବିଚାରପତି ଶପଥ ଗ୍ରହଣ କରାଇଥାନ୍ତି । ଆଜି 9 ଜଣ ବିଚାରପତି ଶପଥ ଗ୍ରହଣ କରିଥିବାବେଳେ ସିଜେଆଇ ସମେତ ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ବର୍ତ୍ତମାନ 33 କୁ ବୃଦ୍ଧି ପାଇଛି । ସୁପ୍ରିମକୋର୍ଟରେ ମୋଟ 34 ଜଣ ବିଚାରପତି ରହିପାରିବେ, ଏହା ଭାରତ ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ନଅ ଜଣ ବିଚାରପତି ଏକା ସାଙ୍ଗେର ଶପଥ ଗ୍ରହଣ କରିଥିଲେ । ଶପଥ ଗ୍ରହଣ କରିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟ ବିଚାରପତି ଏନ ଭି ରମଣ ନୂତନ ବିଚାରପତିଙ୍କୁ ଶପଥ ଗ୍ରହଣ କରାଉଥିବାର ନଜର ଆସିଛନ୍ତି ।

ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା 9 ଜଣ ନୂତନ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ଅଭୟ ଶ୍ରୀନିବାସ ଓକା କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ରହିସାରିଛନ୍ତି । ଏଥି ସହିତ ଜଷ୍ଟିସ ବିକ୍ରମ ନାଥ ଗୁଜରାଟ ହାଇକୋର୍ଟର ପ୍ରଧାନ ବିଚାରପତି ଥିବାବେଳେ ସିକିମ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ ଜଷ୍ଟିସ ଜିତେନ୍ଦ୍ର କୁମାର ମହେଶ୍ୱରୀ । ଜଷ୍ଟିସ ହିମା କୋହଲି ମଧ୍ୟ ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ଏବଂ ବି ଭି ନାଗରତ୍ନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ମଧ୍ୟରେ କେରଳ ହାଇକୋର୍ଟର ଜଷ୍ଟିସ ସିଟି ରବିକୁମାର, ଜଷ୍ଟିସ ଏମ ଏମ ସୁନ୍ଦରେଶ ମାଡ୍ରାସ ହାଇକୋର୍ଟର ବିଚାରପତି ଥିଲେ । ସେହିପରି ଜଷ୍ଟିସ ବେଲା ଏମ ତ୍ରିବେଦୀ ଗୁଜୁରାଟ ହାଇକୋର୍ଟର ବିଚାରପତି ଥିବାସହ ଜଣେ ବରିଷ୍ଠ ଓକିଲ ତଥା ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ଥିଲେ ପି ଏସ ନରସିଂହ୍ମା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+