ରାତି 10 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କଲେ କର୍ଣ୍ଣାଟକର ସରକାର

କରୋନା ସଂକ୍ରମଣକୁ ରୋକିବା ପାଇଁ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି କର୍ଣ୍ଣାଟକ ସରକାର | ରାଜ୍ୟର ସମସ୍ତ ଅଞ୍ଚଳରେ ଆଜି ରାତି 10 ଟାରୁ 6 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ |

ବେଙ୍ଗାଲୁରୁ : କରୋନା ସଂକ୍ରମଣକୁ ରୋକିବା ପାଇଁ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି କର୍ଣ୍ଣାଟକ ସରକାର | ରାଜ୍ୟର ସମସ୍ତ ଅଞ୍ଚଳରେ ଆଜି ରାତି 10 ଟାରୁ 6 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ | ଏହା ଆଜି ରାତିରୁ ଜାନୁଆରୀ 2ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଘୋଷଣା କରିଛନ୍ତି | ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବୈଷୟିକ କମିଟି ସହିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି |

b s yediyurappa

ବ୍ରିଟେନରେ ଚିହ୍ନଟ ହୋଇଥିବା ନୂତନ କରୋନାଭାଇରସ୍ ଷ୍ଟ୍ରେନ୍ କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି | ରାତିରେ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯିବ ବୋଲି ସରକାର କହିଛନ୍ତି | ଏହି ରାତ୍ରିକାଳୀନ କର୍ଫ୍ୟୁ ଆଜି ରାତିରୁ ଲାଗୁ ହୋଇ ଜାନୁୟାରୀ 2 2021 ପର୍ଯ୍ୟନ୍ତ ବଳବତ୍ତର ରହିବ | ରାଜ୍ୟକୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ତଦାରଖ କରିବା ସହ ସେନେଇ ପଦକ୍ଷେପ ଗ୍ରହଣ କରିବୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ କେ ସୁଧାକର କହିଛନ୍ତି |

ଏହାପୂର୍ବରୁ ସରକାର ରାଜ୍ୟରେ ନୂଆ ବର୍ଷ ପାର୍ଟି ଉପରେ ପ୍ରତିବନ୍ଧକ ଲଗାଇଥିଲେ | ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ରାତ୍ରି କର୍ଫ୍ୟୁର ଆବଶ୍ୟକତା ନାହିଁ | କରୋନାଭାଇରସର ନୂଆ ଷ୍ଟ୍ରେନ ସାରା ଦେଶରେ ଲୋକଙ୍କୁ ଚିନ୍ତାରେ ପକାଇଛି | ଚେନ୍ନାଇରେ ପହଞ୍ଚିଥିବା ଜଣେ ବ୍ୟକ୍ତି ସଂକ୍ରମିତ ଥିବା ଜଣାପଡ଼ିବା ପରେ ଆମକୁ ଆହୁରି ସତର୍କ ହେବାକୁ ପଡିବ | ଏଥିସହିତ ବିମାନବନ୍ଦରରେ ବାହାରୁ ଆସୁଥିବା ଲୋକଙ୍କୁ ଯାଞ୍ଚ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+