ପୁନେରେ 12 ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ, ସାତଦିନ ବନ୍ଦ ରହିବ ହୋଟେଲ, ରେସ୍ତୋରାଁ ଏବଂ ବାର୍
ପୁନେ କର୍ତ୍ତୃପକ୍ଷ ଶନିବାର ଠାରୁ ସହରରେ 12 ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଛନ୍ତି । ପୁଣେରେ ରାତିର କର୍ଫ୍ୟୁ ସନ୍ଧ୍ୟା 6 ଟାରୁ ଆରମ୍ଭ ହୋଇ ସକାଳ 6 ଟା ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଶୁକ୍ରବାର ଏହାର ସମୀକ୍ଷା କରାଯିବ ।
ପୁନେ : ମହାରାଷ୍ଟ୍ରର ପୁନେ ସହରରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାତିରେ କର୍ଫ୍ୟୁ ଘୋଷଣା କରିଛନ୍ତି । ପୁନେ କର୍ତ୍ତୃପକ୍ଷ ଶନିବାର ଠାରୁ ସହରରେ 12 ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଛନ୍ତି । ପୁଣେରେ ରାତିର କର୍ଫ୍ୟୁ ସନ୍ଧ୍ୟା 6 ଟାରୁ ଆରମ୍ଭ ହୋଇ ସକାଳ 6 ଟା ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଶୁକ୍ରବାର ଏହାର ସମୀକ୍ଷା କରାଯିବ । ପୁଣେ ସହରରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ସହରର ସଂରକ୍ଷକ ମନ୍ତ୍ରୀ ଅଜିତ ପାୱାର ଆଜି ସହରର ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।

ପୁଣେ ଡିଭିଜନ କମିଶନର ସୌରଭ ରାଓ କହିଛନ୍ତି ଯେ, ଜିଲ୍ଲାର ସମସ୍ତ ବାର, ହୋଟେଲ, ରେସ୍ତୋରାଁ, ସିନେମା ହଲ୍, ଥିଏଟର୍, ସର୍ବସାଧାରଣ ସ୍ଥାନ 7 ଦିନ ପାଇଁ ବନ୍ଦ କରାଯାଇଛି । କେବଳ ହୋମ୍ ଡେଲିଭରୀକୁ ଅନୁମତି ମିଳିବ । ଶେଷ ରୀତିନୀତି ଏବଂ ବିବାହ ବ୍ୟତୀତ କୌଣସି ସାର୍ବଜନୀନ କାର୍ଯ୍ୟ ଅନୁମୋଦିତ ନୁହେଁ । ଅନ୍ତିମ ସଂସ୍କାରରେ 20 ଜଣ ଏବଂ ବାହାଘରରେ 50 ଜଣ ସାମିଲ ହୋଇପାରିବେ । ଏହି ସମୟ ମଧ୍ୟରେ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଶ୍ରୀ ରାଓ ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରରେ ପୁନେ, ନାଗପୁର ଏବଂ ମୁମ୍ବାଇ ଭଳି ବଡ ସହର ଚିନ୍ତାର କାରଣ ପାଲଟିଛି । ଗୁରୁବାର ଦିନ ମହାରାଷ୍ଟ୍ରରେ 43 ହଜାରରୁ ଅଧିକ ମାମଲା ରିପୋର୍ଟ ହୋଇଥିବାବେଳେ ସାରା ଦେଶରେ ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା 81,000 ଅତିକ୍ରମ କରିଛି ।












Click it and Unblock the Notifications