Get Updates
Get notified of breaking news, exclusive insights, and must-see stories!

ପ୍ରତିଦିନ 10 ମିଲିୟନ୍ ଡୋଜ୍ ଟୀକାକରଣ ନହେଲେ ଶୀଘ୍ର ଆସିବ କରୋନା ଭାଇରସ ତୃତୀୟ ଲହର - ଅଧ୍ୟୟନ

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଭାରତରେ ଟୀକାକରଣ ଅଭିଯାନର ଗତି ବଢାଇବାରେ ଏବଂ କରୋନା ସଂକ୍ରମଣ ହାର ହ୍ରାସ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ଗୋଟିଏ ଦିନରେ 6 ଲକ୍ଷ ପର୍ଯ୍ୟନ୍ତ କରୋନା ମାମଲା ଆସିପାରେ ।

ନୂଆଦିଲ୍ଲୀ : କରୋନା ମହାମାରୀର ତୃତୀୟ ଲହରକୁ ନେଇ ବିପଦ ବଢିବାରେ ଲାଗିଛି । ଅନେକ ଅଧ୍ୟୟନ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ଦାବି କରାଯାଉଛି ଯେ କରୋନାର ତୃତୀୟ ଲହର ଆସନ୍ତା 1-2 ମାସ ମଧ୍ୟରେ ପ୍ରଭାବ ଦେଖାଇପାରେ । ଏହି ସମୟରେ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଚର ମ୍ୟାନେଜମେଣ୍ଟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଭାରତରେ ଟୀକାକରଣ ଅଭିଯାନର ଗତି ବଢାଇବାରେ ଏବଂ କରୋନା ସଂକ୍ରମଣ ହାର ହ୍ରାସ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ଗୋଟିଏ ଦିନରେ 6 ଲକ୍ଷ ପର୍ଯ୍ୟନ୍ତ କରୋନା ମାମଲା ଆସିପାରେ ।

vaccination

ଟୀକାକରଣ ଉପରେ ଅଧିକ ଗୁରୁତ୍ୱ- NIDM

ଆପଣଙ୍କୁ କହି ରଖୁଛୁ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଚର ମ୍ୟାନେଜମେଣ୍ଟ ଗୃହ ମନ୍ତ୍ରଣାଳୟ ଅଧୀନରେ ଅଛି । ଏହାର ଅଧ୍ୟୟନର ଫଳାଫଳ ଅନୁଯାୟୀ, ସେପ୍ଟେମ୍ବର-ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିପାରେ ଏବଂ ଯଦି ପ୍ରତିଦିନ 10 ନିୟୁତ ଡୋଜ ଟିକା ପ୍ରୟୋଗ କରାଯାଏ ନାହିଁ, ତେବେ କରୋନା ମାମଲା ଦିନକୁ 6 ଲକ୍ଷ ପର୍ଯ୍ୟନ୍ତ ଆସିପାରେ । NIDM ପରାମର୍ଶ ଦେଇଛି ଯେ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ଯେପରି ଲୋକମାନଙ୍କ ପ୍ରାଣହାନୀ ହୋଇଛି, ତାକୁ ନେଇ ଏଥର ଅଧିକ ସତର୍କ ହେବା ଆବଶ୍ୟକ । ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ଦ୍ୱିତୀୟ ଲହରରେ ପ୍ରାୟ 2.5 ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+