Get Updates
Get notified of breaking news, exclusive insights, and must-see stories!

ଆଣ୍ଟିଲିଆ ବମ୍ କେସ୍ : ଶିବସେନା ନେତା ପ୍ରଦୀପ ଶର୍ମାଙ୍କ ଘରେ ଏନଆଇଏର ଚଢାଉ

ଆଣ୍ଟିଲିଆ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ସକାଳେ ମୁମ୍ବାଇରେ ଏକ ବଡ଼ ପଦକ୍ଷେପ ନେଇଛି । ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ଘରେ ଚଢାଉ କରାଯାଇଥିଲା ।

ମୁମ୍ବାଇ : ଚାରି ମାସରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ଆଣ୍ଟିଲିଆ ବୋମା ମାମଲା ରହସ୍ୟର ସମାଧାନ ହୋଇପାରି ନାହିଁ । ଏହି ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ସକାଳେ ମୁମ୍ବାଇରେ ଏକ ବଡ଼ ପଦକ୍ଷେପ ନେଇଛି । ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ଘରେ ଚଢାଉ କରାଯାଇଥିଲା ।

antilia case

ସୂଚନାନୁସାରେ, ପ୍ରଦୀପ ତାଙ୍କ ଆନ୍ଧେରି ଘରେ ଉପସ୍ଥିତ ଥିଲେ । ତା'ପରେ ଏନଆଇଏର ଏକ ଟିମ୍ ସେଠାରେ ପହଞ୍ଚି ପୁରା ଘରର ସନ୍ଧାନ ଆରମ୍ଭ କରିଥଲା । କେତେକ ଏନଆଇଏ ଅଧିକାରୀ ମଧ୍ୟ ଶର୍ମାଙ୍କୁ ପଚରାଉଚୁରା କରିଛନ୍ତି । ତାଙ୍କୁ ଗିରଫ କରାଯାଇଥିବା ନେଇ କେତେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ସରକାରୀ ଭାବେ ପ୍ରକାଶିତ ହୋଇନାହିଁ । ଏହାପୂର୍ବରୁ ଏନଆଇଏ ସାନ୍ତୋଶ ଶେଲାର ଏବଂ ଆନନ୍ଦ ଯାଦବଙ୍କୁ ଗିରଫ କରିଥିଲା । ଏହା ସହିତ ଅନ୍ୟ ଚାରିଜଣ ପୋଲିସ କର୍ମୀ ସଚିନ ୱାଜେ, ସୁନୀଲ ମାନେ, ରିୟାଜ କାଜୀ ଏବଂ କନଷ୍ଟେବଳ ବିନାୟକ ଶିନ୍ଦେଙ୍କୁ ଏହି ମାମଲାରେ ନିଲମ୍ବିତ / ବହିଷ୍କାର କରାଯାଇଛି ।

ଏନଆଇଏ ସାନ୍ତୋଶ ଶେଲାର ଏବଂ ଆନନ୍ଦ ଯାଦବଙ୍କୁ ଗିରଫ କରି ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା । ଏହା ପରେ ତାଙ୍କୁ ଜୁନ୍ 21 ପର୍ଯ୍ୟନ୍ତ ହେପାଜତକୁ ପଠାଯାଇଥିଲା । ସୂଚନାନୁସାରେ, ଉଭୟ ଅଭିଯୁକ୍ତଙ୍କୁ ମୁହାଁମୁହିଁ ବସାଇବା ପରେ ଏନଆଇଏ ପକ୍ଷରୁ ପଚରାଉଚରା କରାଯିବ । ପୂର୍ବରୁ ଗିରଫ ହୋଇଥିବା କିଛି ଅଭିଯୁକ୍ତଙ୍କଠାରୁ ପ୍ରଦୀପଙ୍କ ବିରୋଧରେ ପ୍ରମାଣ ମିଳିଥିଲା, ଯେଉଁ କାରଣରୁ ତାଙ୍କ ଘରେ ଚଢାଉ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+