PFI ମାମଲାରେ ରାଜସ୍ଥାନର 9 ଟି ସ୍ଥାନରେ ଏନଆଇଏର ଚଢାଉ
ପିଏଫ୍ଆଇ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି NIA । କେରଳ ପରେ ଗୁରୁବାର ଦିନ ରାଜସ୍ଥାନର 9 ଟି ସ୍ଥାନରେ ଏନଆଇଏର ଟିମ୍ ଚଢାଉ କରିଛି ।
ଜୟପୁର: ପିଏଫ୍ଆଇ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି NIA । କେରଳ ପରେ ଗୁରୁବାର ଦିନ ରାଜସ୍ଥାନର 9 ଟି ସ୍ଥାନରେ ଏନଆଇଏର ଟିମ୍ ଚଢାଉ କରିଛି । ସରକାର ଏହାକୁ ନିଷିଦ୍ଧ ସଂଗଠନ ଭାବେ ଘୋଷଣା କରିବା ପରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ଷଡଯନ୍ତ୍ର ମାମଲାରେ ଏହି ଚଢାଉ କରୁଛି ଏନ୍ଆଇଏ ।
ଜୟପୁରର ଚାରିଟି ସ୍ଥାନ, କୋଟାର ଚାରିଟି ସ୍ଥାନ ଏବଂ ସାୱାଇ ମାଧୋପୁର ଜିଲ୍ଲାର ଗୋଟିଏ ସ୍ଥାନରେ ଚଢାଉ କରିଛି ଏନଆଇଏ ଟିମ୍ । ଏହି ଚଢାଉ ସମୟରେ ଏନ୍ଆଇଏ ହାତରେ କଣ ଲାଗିଛି ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ ।

ଉଲ୍ଲେଖଯୋଗ୍ୟ, ଜାତୀୟ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଗୃହ ମନ୍ତ୍ରଣାଳୟ ଗତବର୍ଷ PFI ଉପରେ ପ୍ରତିବନ୍ଧକ ଲଗାଇଥିଲା ।
ଗୁରୁବାର ସକାଳେ ଏନଆଇଏ ଟିମ୍ ପିଏଫ୍ଆଇର କୋଟା ଜିଲ୍ଲା ସଭାପତି ସାଜିଦ୍ ଖାନ୍ ଏବଂ ଏସଡିପିଆଇ ସହ ସମ୍ପୃକ୍ତ ଥିବା ମୁବାରକ ଖାନଙ୍କ ଘରେ ଚଢାଉ କରିଥିଲା । ସୁଭାଷ ନଗର ଏବଂ ଭିଜ୍ଞାନ ନଗରରେ ପିଏଫଆଇ ପାଣ୍ଠି ସମ୍ପର୍କିତ ମାମଲାରେ ଏହି ଚଢାଉ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମୁବାରକଙ୍କ ପୁଅ ନୌଶାଦ କୁ ଏନଆଇଏ ଧରିଛି । ନୌଶଦ କୋଟାରେ ଏକ ପାର୍ଲର ଚଳାଉଥିଲେ । ଏନ୍ଆଇଏ ଟିମ୍ ଚଢାଉ କରିବା ପରେ ଏକ କଳା ବ୍ୟାଗ ନେଇଥିବା ସୂଚନା ମିଳିଛି ।
ଏନଆଇଏ ର ଏହି ଚଢାଉ ସମୟରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏନଆଇଏ ଟିମ୍ ଅନେକ ଡକ୍ୟୁମେଣ୍ଟ୍ ଏବଂ ରେକର୍ଡ ଜବତ କରିଛି । ଏହି ଚଢାଉ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା । ଏପରିକି ଚଢାଉ ସମ୍ପର୍କରେ ସ୍ଥାନୀୟ ପୋଲିସ ନିକଟରେ କୌଣସି ସୂଚନା ନଥିଲା । ଏନଆଇଏ ଟିମ୍ ସକାଳ 5.30 ରେ ପହଞ୍ଚି ଅମାନ କଲୋନୀରେ ସାଜିଦ ଖାନଙ୍କ ଘରେ ଚଢାଉ କରିଥିଲା ।












Click it and Unblock the Notifications