ଆଇଏସ୍ଆଇଏସ୍ ଫଣ୍ଡିଂ ମାମଲା : ଚେନ୍ନାଇର ବିଭିନ୍ନ ସ୍ଥାନରେ ଏନଆଇଏର ଚଢାଉ
ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଚେନ୍ନାଇର ବିଭିନ୍ନ ସ୍ଥାନରେ ଚଡାଉ କରିଛି ।
ନୂଆଦିଲ୍ଲୀ : ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଚେନ୍ନାଇର ବିଭିନ୍ନ ସ୍ଥାନରେ ଚଡାଉ କରିଛି । ଏହି ମାମଲା ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପ୍ରଚାର ଏବଂ ପାଣ୍ଠି ସଂଗ୍ରହ ସହିତ ଜଡିତ ।

ଏହାର ମୁଖ୍ୟ ଅଭିଯୁକ୍ତକୁ ପୂର୍ବରୁ ଏନଆଇଏ ଗିରଫ କରିଥିଲା, ସେ ବର୍ତ୍ତମାନ ଜେଲରେ ଅଛି । ତାର ନେଟୱର୍କ ବିଷୟରେ ଅଧିକ ସୂଚନା ପାଇବା ପାଇଁ ବର୍ତ୍ତମାନ କରାଇକଲ, ମାୟିଲାଡୁଥୁରାଇ ଏବଂ ଚେନ୍ନାଇରେ ଚଢାଉ କରାଯାଇଛି ।












Click it and Unblock the Notifications