ୟୁପି, ପଞ୍ଜାବ ସମେତ ଅନେକ ରାଜ୍ୟରେ 70 ରୁ ଅଧିକ ସ୍ଥାନରେ NIA ଚଢାଉ
ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶର 70 ରୁ ଅଧିକ ସ୍ଥାନରେ ଏନ୍ଆଇଏ ଏହି ଚଢାଉ ଜାରି ରହିଛି

ନୂଆଦିଲ୍ଲୀ: ଅନେକ ରାଜ୍ୟରେ ଏନଆଇଏ ଟିମ୍ ଚଢାଉ କରୁଛି । ରିପୋର୍ଟ ଅନୁଯାୟୀ, ଗ୍ୟାଙ୍ଗଷ୍ଟର ଏବଂ ତାଙ୍କ ସିଣ୍ଡିକେଟ୍ ସଂପର୍କରେ ସମସ୍ତ ରାଜ୍ୟରେ ଏହି ଚଢାଉ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶର 70 ରୁ ଅଧିକ ସ୍ଥାନରେ ଏନ୍ଆଇଏ ଏହି ଚଢାଉ ଜାରି ରହିଛି । 8 ଟି ରାଜ୍ୟରେ 70 ରୁ ଅଧିକ ବେସରେ କାର୍ଯ୍ୟ କରୁଥିବା ଗ୍ୟାଙ୍ଗଷ୍ଟର ଏବଂ ଗ୍ୟାଙ୍ଗ ବିରୋଧରେ ଏନଆଇଏ ଏହି ଚଢାଉ କରୁଛି । ପଞ୍ଜାବର 30 ରୁ ଅଧିକ ସ୍ଥାନରେ ଏନଆଇଏ ଚଢାଉ କରିଥିବା ଜଣାପଡ଼ିଛି । ଗ୍ୟାଙ୍ଗଷ୍ଟର ନେଟୱାର୍କ ବିରୋଧରେ NIA ର ଏହା ହେଉଛି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ।












Click it and Unblock the Notifications