ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକପୂର୍ଣ୍ଣ ଇ-ମେଲ୍, ସତର୍କ ମୋଡ଼ରେ NIA
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ମିଳିଛି ଧମକପୂର୍ଣ୍ଣ ଇ-ମେଲ୍ । ଏ ନେଇ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା(NIA) କୁ ମିଳିଛି ଏକ ଧମକପୂର୍ଣ୍ଣ ଇ-ମେଲ୍ ।

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ମିଳିଛି ଧମକପୂର୍ଣ୍ଣ ଇ-ମେଲ୍ । ଏ ନେଇ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା(NIA) କୁ ମିଳିଛି ଏକ ଧମକପୂର୍ଣ୍ଣ ଇ-ମେଲ୍ । ଏହି ସୂଚନା ପଠାଇଥିବା ବ୍ୟକ୍ତି ନିଜେ ତାଲିବାନ ସହ ଜଡ଼ିତ ଥିବା ଦାବି କରିଛି ।
ଏହା ପରେ ସାରା ସହରରେ ସତରକ୍ ମୋଡ଼ରେ ରଖାଯାଇଛି । ମୁମ୍ବାଇ ମହାନଗର ପୁଲିସ ଏବଂ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କାର୍ଡ (ଏଟିଏସ)କୁ ସତର୍କ କରାଇ ଦିଆଯାଇଛି ।
NIA ସମେତ ମୁମ୍ବାଇ ପୋଲିସ ଓ ଅନ୍ୟ ଏଜେନ୍ସିଗୁଡ଼ିକ ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଇ-ମେଲ କେଉଁଠୁ ଆସିଛି ଓ ଏହା ପଛର ଉଦ୍ଦେଶ୍ୟ ଜାଣିବାକୁ ଯାଞ୍ଚ ଆରମ୍ଭ ହୋଇଛି । ଧମକପୂର୍ଣ୍ଣ ମେଲ ମିଳିବା ପରେ ମୁମ୍ବାଇ ସମେତ ଅନ୍ୟ ବଡ଼ ସହରରେ ମଧ୍ୟ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଛି । ଇ-ମେଲ୍ ପଠାଇଥିବା ବ୍ୟକ୍ତିର ଆପି (ଇଣ୍ଟରନେଟ୍ ପ୍ରୋଟୋକଲ) ଠିକଣା ପାକିସ୍ତାନରୁ ଠାବ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।
ତାଲିବାନ ହକ୍କାନି ନେଟଓ୍ବର୍କର ମୁଖ୍ୟ ସିରାଜୁଦ୍ଦିନ ହକ୍କାନିଙ୍କ ନିର୍ଦ୍ଦେଶରେ ଆକ୍ରମଣ କରାଯିବ ବୋଲି ଇ-ମେଲରେ ଉଲ୍ଲେଖ ରହିଛି । ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ହକ୍କାନୀଙ୍କୁ ସେଠାକାର ଗୃହମନ୍ତ୍ରୀ ଦାୟିତ୍ୱ ମିଳିଛି ।












Click it and Unblock the Notifications