Get Updates
Get notified of breaking news, exclusive insights, and must-see stories!

ଦେଶରେ 10 ରାଜ୍ୟରେ NIA, ED ଚଢାଉ, PFI ସହ ଲିଙ୍କ ଥିବା 100 ରୁ ଅଧିକ ଲୋକ ଗିରଫ

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆତଙ୍କବାଦ ବିରୋଧୀ ଅପରେସନର ଏକ ଅଂଶ ଭାବରେ ଗୁରୁବାର ଦେଶର 10 ଟି ରାଜ୍ୟରେ ଚଢାଉ କରିଛନ୍ତି । ଏହି ଚଢାଉ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ନେତାଙ୍କ ବାସଭବନରେ ହୋଇଛି ।

ନୂଆଦିଲ୍ଲୀ : ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆତଙ୍କବାଦ ବିରୋଧୀ ଅପରେସନର ଏକ ଅଂଶ ଭାବରେ ଗୁରୁବାର ଦେଶର 10 ଟି ରାଜ୍ୟରେ ଚଢାଉ କରିଛନ୍ତି । ଏହି ଚଢାଉ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ନେତାଙ୍କ ବାସଭବନରେ ହୋଇଛି । ଏପର୍ଯ୍ୟନ୍ତ PFI ସହିତ ଜଡିତ 100 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏନଆଇଏ ଏବଂ ଇଡି ରାଜ୍ୟ ପୋଲିସ ସହିତ ମିଳିତ ଚଢାଉ କରି 100 ରୁ ଅଧିକ PFI କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି ।

NIA - ed

ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟର ସହରରେ ଚଢାଉ କରାଯାଉଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ "ଏନଆଇଏ ସର୍ବ ବୃହତ ଅନୁସନ୍ଧାନ ପ୍ରକ୍ରିୟାରେ ଏକାଧିକ ସ୍ଥାନରେ ସର୍ଚ୍ଚ କରୁଛି । ଆତଙ୍କବାଦ ସଙ୍ଗଠନକୁ ଆର୍ଥିକ ସହାୟତା, ତାଲିମ ଶିବିର ଆୟୋଜନ ଏବଂ ନିଷିଦ୍ଧ ସଂଗଠନରେ ଲୋକଙ୍କ ସମ୍ପୃକ୍ତି ନେଇ ଏହି ଅନୁସନ୍ଧାନ ଚାଲିଛି ।"

PFI ରାଜ୍ୟ ଓ ଜିଲ୍ଲା ସ୍ତରର ନେତାଙ୍କ ଆବାସ ଉପରେ ଚଢାଉ କରାଯାଉଛି । ମଲ୍ଲପୁରମ୍ ଜିଲ୍ଲାର ମଞ୍ଜରୀର ପିଏଫଆଇ ଅଧ୍ୟକ୍ଷ ଓଏମଏ ସଲାମଙ୍କ ବାସଭବନ ଏବଂ ପିଏଫଆଇ କାର୍ଯ୍ୟାଳୟ ସାମିଲ ଅଛି । ଏହି ଚଢାଉ ହେବା ପରେ ମଧ୍ୟରାତ୍ରିରୁ ପିଏଫଆଇ କାର୍ଯ୍ୟକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଅନେକ ସହରରେ ଚାଲିଥିବା ଏହି ଚଢାଉକୁ ବିରୋଧ କରିବାକୁ PFI ଏବଂ SDPI ଏକାଠି ହୋଇଛନ୍ତି ।

ଏହାପୂର୍ବରୁ, ସେପ୍ଟେମ୍ବର 18 ରେ, ଏନଆଇଏ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ମାମଲାରେ ଅନେକ ସ୍ଥାନରେ ଚଢାଉ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+